Advertisment

୧ କୋଟି କ୍ଷତିପୂରଣ ଦିଆଯାଉ; କଂଗ୍ରେସ

ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ।

author-image
Manoj Swain

ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। କଂଗ୍ରେସ ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ସହ ଗିରଫ ଦାବି କରିଛି। ଏହାସହିତ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ। ପାଣ୍ଡିଆନ ମଙ୍ଗଳବାର ଦିନ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ବାଟରେ ମୋହନା ରାମଗିରିସ୍ଥିତ ପରିସଲ ଗାଁଠାରେ ବିଶ୍ରାମ ଘର ନିକଟରେ ଛିଡ଼ା ହୋଇଥିବା ସରସ ଆନନ୍ଦଙ୍କୁ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Congress Odisha