ଆସନ୍ତାକାଲି ସରିବ ପ୍ରଚାର: ଦୁଇ ଲୋକସଭା ପର୍ଯ୍ୟବେକ୍ଷକ ମାନସ ସମ୍ବଲପୁରରେ ଓ ଶ୍ରୀମୟୀ ଭୁବନେଶ୍ୱରରେ ଦେଲେନି ଦେଖା

ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେଉଥିବାକୁ ଆକଳନ କରି ବିଜେଡି ସେଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଦଳର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା ।

Shreemayee Mishra

ମାନସ ମଙ୍ଗରାଜ ଓ ଶ୍ରୀମୟୀ ମିଶ୍ର

Ordigital Desk
  • Published: Wednesday, 22 May 2024
  • Updated: 22 May 2024, 09:31 PM IST

Sports

Latest News

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ସରିବ । କିନ୍ତୁ ବିଜେଡିର ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଲାନି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଭୁବନେଶ୍ୱର ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ମାନସ ଓ ଶ୍ରୀମୟୀଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ଉଭୟ ଦଳର ନିର୍ବାଚନ ପରିଚାଳନା ଓ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଥିବା ଜଣାପଡ଼ିଛି । ଯଦିଓ ଦଳୀୟ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଶ୍ରୀମୟୀଙ୍କ ପାଖରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନ ପରିଚାଳନା ପ୍ରକ୍ରିୟାରୁ ଦୂରେଇ ରହିବାର ବଳିଷ୍ଠ କାରଣ ରହିଛି କିନ୍ତୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳୀୟ କାର୍ଯ୍ୟକ୍ରମରୁ ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଦୂରେଇ ରହିବାକୁ ନେଇ ବିଜେଡିରେ ନାନାଦି ଚର୍ଚ୍ଚା ଜୋର ଧରିଛି । ଏହାବ୍ୟତୀତ ବିଜେଡି ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲେ ମଧ୍ୟ କେବଳ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ବାଦ୍ ଦେଲେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ନାହିଁ ।

ସୂଚନା ଅନୁସାରେ, ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେଉଥିବାକୁ ଆକଳନ କରି ବିଜେଡି ସେଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଦଳର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲା । ୨୦୨୩ ଡିସେମ୍ବର ୩୧ତାରିଖରେ ମାନସଙ୍କୁ ଏହି ଦାୟିତ୍ୱ ମିଳିଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିର ସଂଗଠନକୁ ସୁଦୃଢ଼ କରିବା ଓ ଦଳର ସାଂସଦ ପ୍ରାର୍ଥୀ ପ୍ରଣବପ୍ରକାଶ ଦାସଙ୍କ ଜିତିବାରେ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଚର୍ଚ୍ଚା ହେଉଥିଲା ।  ବିଜେଡି ନିଜର ରଣନୀତି ଅନୁସାରେ ସମ୍ବଲପୁର ଲୋକସଭା ଆସନରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ନିଜର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ପ୍ରାର୍ଥୀ କଲା । ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆକଳନ କରି ବିଜେଡି ମଧ୍ୟ ନିଜର ଶତାଧିକ ଯୁବ ଓ ଛାତ୍ର ନେତାମାନଙ୍କୁ ପଂଚାୟତ ଓ ବ୍ଲକ ଦାୟିତ୍ୱ ଦେଇ ନିର୍ବାଚନୀ କାର୍ଯ୍ୟକ୍ରମକୁ ଜୋରଦାର କରିଛି । ଆସନ୍ତା ୨୫ତାରିଖରେ ସମ୍ବଲପୁରରେ ମତଦାନ ହେବ । ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ମଧ୍ୟ ସରିବ । କିନ୍ତୁ ପ୍ରଣବଙ୍କୁ ଦଳ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଘୋଷଣା କରିବା ପରଠୁ ମାନସଙ୍କୁ ସେଠାରେ ଥରୁଟିଏ ବି ଦେଖିବାକୁ ମିଳିନି । ମାନସ ସମ୍ବଲପୁର ପାଇଁ ଦଳର ପର୍ଯ୍ୟବେକ୍ଷକ ଥାଇ ମଧ୍ୟ ସେଠାରୁ ଦୂରେଇ ରହିବା ପରୋକ୍ଷରେ ମାନସଙ୍କ ସାଂଗଠନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବଶ୍ୟ ସମ୍ବଲପୁର ବିଜେଡିରେ ମାନସଙ୍କ ମାମଲାତିକୁ ସ୍ଥାନୀୟ ନେତା ଓ କର୍ମୀ ସହଜରେ ହଜମ କରିନଥାନ୍ତେ । ପ୍ରଣବପ୍ରକାଶ ଓରଫ ବବି ମଧ୍ୟ ମାନସଙ୍କର ସମ୍ବଲପୁରର ସାଂଗଠନିକ ପ୍ରସଙ୍ଗରେ ମାମଲାତିକୁ ଗ୍ରହଣ କରିବାର ସମ୍ଭାବନା କ୍ଷୀଣ । ଚର୍ଚ୍ଚା ହେଉଛି, ବବିଙ୍କ ସହ ଚାଲିଥିବା ଶୀତଳଯୁଦ୍ଧ ଯୋଗୁ ମାନସ ଦଳର ଷ୍ଟାର ପ୍ରଚାରକ ଓ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥାଇ ମଧ୍ୟ ସମ୍ବଲପୁର ଯିବାକୁ ସାହାସ ଜୁଟାଇ ପାରିନାହାନ୍ତି । ଅବଶ୍ୟ ତୃତୀୟ ମହଲା ବାବୁଙ୍କ ଆଶୀର୍ବାଦରେ ମାନସଙ୍କୁ ଗତବର୍ଷ ଜୁନ୍ ମାସରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା । ବିଜେଡିର ଗଡ଼ ଭାବେ ପରିଚିତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମାନସଙ୍କ ସାଂଗଠନିକ କାର୍ଯ୍ୟକ୍ରମ ସତ୍ତ୍ୱେ ବିଜେଡିକୁ ଏଥର ଶକ୍ତ ଧକ୍କା ଲାଗିବାର ଆଶଙ୍କା ରହିଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୋଟ୍ ସରିଛି ଓ ବିଜେଡିକୁ ଏଥର ପ୍ରଥମଥର ପାଇଁ ବ୍ୟାପକ କ୍ଷତି ସହିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।

Also Read

ସେହିପରି ଗତବର୍ଷ ଜୁନ୍ ମାସରେ ଶ୍ରୀମୟୀଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିବା ବିଜେଡି । ତାଙ୍କୁ ଅକ୍ଟୋବର ମାସରୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କହି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମାରାଥନ୍ ବୈଠକ ଓ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ଦଳ କରିଥିଲା । କିନ୍ତୁ ଏପ୍ରିଲ ଶେଷ ସପ୍ତାହରେ ଦଳ ତାଙ୍କ ପଛରୁ ଛୁରିମାଡ଼ କରି ଅଚାନକ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଘୋଷଣା କଲା । ସେବେଠୁ ଶ୍ରୀମୟୀଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳୁନି । ଯଦିଓ ସେ ଦଳର ଷ୍ଟାର ପ୍ରଚାରକ ଅଛନ୍ତି । ଶ୍ରୀମୟୀଙ୍କ ପ୍ରତି ଦଳର ଏଭଳି ଷଡ଼ଯନ୍ତ୍ରକୁ ସାଧାରଣ କର୍ମୀ ସହଜରେ ଗ୍ରହଣ କରୁନଥିବାରୁ ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ ଏବେବି ଆଶାନୁରୂପ ସମର୍ଥନ ପାଇପାରୁ ନଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଓ ଷ୍ଟାର ପ୍ରଚାରକ ଭାବେ ଶ୍ରୀମୟୀଙ୍କ ନିରବତା ଯୋଗୁ ମନ୍ମଥଙ୍କ ଭୋଟ୍ ପ୍ରଭାବିତ ହେବାରେ ଲାଗିଛି । ଆଉ ଏହାର ସିଧାସଳଖ ଫାଇଦା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳୁଥିବା ଜଣାପଡ଼ିଛି ।

ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଜି ଖୋର୍ଦ୍ଧାର ହାବେଳି ପଡ଼ିଆଠାରେ  ବିଜେଡିର ନିର୍ବାଚନୀ ସଭାକୁ ନବୀନ ଓ ପାଣ୍ଡିଆନ ସମ୍ବୋଧିତ କରିଥିଲେ ମଧ୍ୟ ସେଠାରେ ଦଳୀୟ ବିଧାୟକ ଜିତୁ ମିତ୍ର ଓ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦେଖିବାକୁ ମିଳିନଥିଲା । ଚର୍ଚ୍ଚା ହେଉଛି, ଏହି ଦୁଇ ନେତାଙ୍କ ବଦଳରେ ନିଜର ମାତ୍ରାଧିକ ପ୍ରଭାବ ଦେଖାଇ ଖୋର୍ଦ୍ଧା ବିଜେଡି ସଂଗଠନରେ ଗୋଷ୍ଠୀକନ୍ଦଳକୁ ବଢ଼ାଇଥିବା ମାନସଙ୍କୁ ଧରି ନବୀନ ଓ ପାଣ୍ଡିଆନ ନିର୍ବାଚନୀ ସଭା କରିଥିଲେ ।

ଉଲ୍ଲେଖଯୋଗ୍ୟ, ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଥିବା କୌଣସି ନେତାଙ୍କୁ ବିଜେଡି ଏପର୍ଯ୍ୟନ୍ତ ମଇଦାନକୁ ପ୍ରଚାର ପାଇଁ ଓହ୍ଲାଇ ନାହିଁ । କେବଳ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ ମୁଖ୍ୟ ଭିକେ ପାଣ୍ଡିଆନ ଏବେ ଷ୍ଟାର ପ୍ରଚାରକ ଭାବେ ରାଜ୍ୟତମାମ ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ବିଜେଡିର ଏଭଳି ଆଭିମୁଖ୍ୟ ହିଁ ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥା ନଥିବା ତଥା ଅନ୍ୟ ନେତାମାନଙ୍କ ଉପରେ ଦଳର ଭରସା ନଥିବାର ସ୍ପଷ୍ଟ ସନ୍ଦେଶ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story