Advertisment

ଆରମ୍ଭ ପୂର୍ବରୁ ରାହୁଲଙ୍କ 'ନ୍ୟାୟ ଯାତ୍ରା'ରେ ଲାଗିଲା ବ୍ରେକ୍, ମିଳିଲାନି ଅନୁମତି

ଫଳରେ ଏହି ଯାତ୍ରା ଆରମ୍ଭ କରିବା ପାଇଁ କଂଗ୍ରେସକୁ ଆଉ ଏକ ବିକଳ୍ପ ରାସ୍ତା ଖୋଜିବାକୁ ପଡିବ।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

କଂଗ୍ରେସକୁ ଝଟ୍‌କା। ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଆରମ୍ଭ ପୂର୍ବରୁ ଲାଗିଲା ବ୍ରେକ୍‌। ମଣିପୁର ଇମ୍ଫାଲର ପ୍ରସିଦ୍ଧ କାଙ୍ଗଜେଇବୁଙ୍ଗ ପଡିଆରୁ ୧୪ ଜାନୁଆରୀ ଆରମ୍ଭ ହୋବକୁ ଥିବା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ମିଳିନାହିଁ। ମଣିପୁରର ବିରେନ୍‌ ସିଂହ ସରକାର ଏହି ଯାତ୍ରାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଫଳରେ ଏହି ଯାତ୍ରା ଆରମ୍ଭ କରିବା ପାଇଁ କଂଗ୍ରେସକୁ ଆଉ ଏକ ବିକଳ୍ପ ରାସ୍ତା ଖୋଜିବାକୁ ପଡିବ।

Advertisment

ମଣିପୁର କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ କେ ମେଘଚନ୍ଦ୍ର, ଦଳର ନେତାଙ୍କ ଏକ ଟିମ୍ ସହ ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କୁ ଭେଟିବାକୁ ଯାଇଥିଲେ। ସେ ସେଠାରୁ ଫେରିବା ପରେ ଏହି ନ୍ୟାୟ ଯାତ୍ରା ପାଇଁ ସରକାର ଅନୁମତି ଦେଇନଥିବା କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ରହିଥିବାରୁ ଏହି ଯାତ୍ରାକୁ ଅନୁମତି ଦିଆଯାଇନଥିବା କୁହାଯାଉଛି।

ଅନୁମତି ନ ଦେବାକୁ ସରକାରଙ୍କ ନିଷ୍ପତ୍ତିକୁ ମେଘଚନ୍ଦ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବର୍ତ୍ତମାନ ଥୋବାଲ ଜିଲ୍ଲାର ଖୋଙ୍ଗଜୋମରେ ଥିବା ଏକ ଘରୋଇ ସ୍ଥାନରୁ ଆସନ୍ତା ଜାନୁଆରୀ ୧୪ ତାରିଖରେ ନ୍ୟାୟ ଯାତ୍ରା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ନେତୃତ୍ୱରେ ଦଳ ଏକ ଘରୋଇ ସ୍ଥାନରେ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି କଂଗ୍ରେସ ନେତା କହିଛନ୍ତି।

Advertisment

ଆସନ୍ତା ୧୪ ତାରିଖରେ କଂଗ୍ରେସ ମଣିପୁରରୁ-ମୁମ୍ବାଇ ଯାଏଁ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିବ। ତେବେ ଏହି ଯାତ୍ରା ପ୍ରଥମେ ଇମ୍ଫାଲରୁ ଆରମ୍ଭ ହେବ। ଏହାର ନେତୃତ୍ୱ ରାହୁଲ ଗାନ୍ଧି ସମେତ ଏଆଇସିସିର ବରିଷ୍ଠ ନେତାମାନେ ନେବେ। ୬୫ ଦିନର ଏହି ଯାତ୍ରାରେ ୧୫ଟି ରାଜ୍ୟର ୬୭୦୦ କିଲୋମିଟର ଯାତ୍ରା କରିବ କଂଗ୍ରେସ। ତେବେ ଏହା ସମ୍ପୂର୍ଣ୍ଣ ପଦଯାତ୍ରା ହେବ ନାହିଁ। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ଏହି ଯାତ୍ରା ମୁମ୍ବାଇରେ ଶେଷ ହେବ।

Congress Rahul Gandhi Manipur Bharat Nyay Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe