Advertisment

ପତ୍ନୀଙ୍କୁ ଭେଟିବାକୁ ଅନୁମତି ମିଳିବା ପରେ ଜେଲରୁ ବାହାରିଲେ ମନୀଷ ସିସୋଦିଆ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ 26 ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା।

author-image
Debibandita Barick
Manish Sisodia

Manish Sisodia

ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ମନୀଷ ସିସୋଦିଆ। କୋର୍ଟଙ୍କ ଅନୁମତି ମିଳିବା ପରେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୁଲିସ ସୁରକ୍ଷା ବଳୟ ସହ ଘରେ ପହଞ୍ଚିଛନ୍ତି। ଆଜି ପ୍ରାୟ ଦିନ 10ଟାରେ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ସିସୋଦିଆ।  

Advertisment

ଏଥିପାଇଁ ସିସୋଦିଆଙ୍କୁ ଦିନ 10ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଛଅ ଘଣ୍ଟାର ସମୟ ଦିଆଯାଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆଙ୍କ ପତ୍ନୀ ସୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏବଂ ରାଜନୈତିକ କାର୍ଯ୍ୟରେ ଯୋଗନଦେବାକୁ କଡା ଚେତାବନୀ ଦେଇଛନ୍ତି କୋର୍ଟ। 

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ 26 ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ଏହା ପରେ ମାର୍ଚ୍ଚ 9ରେ ଉକ୍ତ ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସିବିଆଇ ଓ ଇଡି ଏହି ମାମଲାର ତଦନ୍ତ କରୁଛନ୍ତି। ନିକଟରେ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, କିନ୍ତୁ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।  

Advertisment
Manish Sisodia Delhi Liquor Policy Scam APP Leader