Advertisment

ଜେଲରେ କେଜ୍ରିୱାଲ, ଆପ୍‌ର ପ୍ରଚାର ମଙ୍ଗ ଧରିବେ ସିସୋଦିଆ

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସିସୋଦିଆ ଗିରଫ ହୋଇ ଜେଲରେ ଥିଲେ। ଦୀର୍ଘ ୧୭ ମାସ ପରେ ସେ ଶୁକ୍ରବାର ଜେଲରୁ ବେଲ ବଳରେ ମୁକୁଳିଛନ୍ତି।

author-image
Hemant Lenka
Manish Sisodia

Manish Sisodia

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ନିକଟରେ ଜେଲରୁ ବାହାରିଥିବା ଆପର ନମ୍ବର ୨ ନେତା ମନୀଷ ସିସୋଦିଆଙ୍କୁ ଗୁରୁଦାୟିତ୍ୱ ମିଳିବ। ନିକଟରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ଓ ହରିୟାଣା ବିଧାନସଭା ନିର୍ବାଚର ପ୍ରଚାର ମଙ୍ଗ ସିସୋଦିଆ ଧରିବେ। ତାଙ୍କ ନେତୃତ୍ୱରେ ଆପ୍‌ ଦୁଇଟି ଯାକ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି।

Advertisment

ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ସିସୋଦିଆ ଗିରଫ ହୋଇ ଜେଲରେ ଥିଲେ। ଦୀର୍ଘ ୧୭ ମାସ ପରେ ସେ ଶୁକ୍ରବାର ଜେଲରୁ ବେଲ ବଳରେ ମୁକୁଳିଛନ୍ତି।

ଏହାପରେ ସେ ଆପର ପ୍ରଚାର ମଙ୍ଗ ଧରିବାକୁ ଯାଉଛନ୍ତି। ଏନେଇ ଆଜି ସିସୋଦିଆ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ମଧ୍ୟ କରିବେ। ସନ୍ଧ୍ୟା ୬ଟାରେ ସିସୋଦିଆଙ୍କ ବାସଭବନରେ ବୈଠବ ବସିବ।

Advertisment

୧୭ ମାସ ତଳେ ସିସୋଦିଆ ଗିରଫ ହୋଇଥିବା ବେଳେ ନିକଟରେ କେଜ୍ରିୱାଲଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଦଳର ଦୁଇ ହେଭିୱେଟ ନେତା ଜେଲରେ ଥିବାରୁ ଆପ୍‌ ସମାନ୍ୟ ଚିନ୍ତାରେ ରହିଥିଲା। କିନ୍ତୁ ସିସୋଦିଆ ଜେଲରୁ ବାହାରି ଥିବାରୁ ଏବେ ଆପକୁ କିଛିଟା ବଳ ମିଳିଛି।

ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ କ୍ଷମତାରେ ରହିଛି। ଏବେ ଦଳ ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ହରିୟାଣା ବିଧାନସଭାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। ଆପ୍‌ ହରିୟାଣର ସମସ୍ତ ୯୦ ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ଆରମ୍ଭରୁ ଅନୁଷ୍ଠିତ ହେବ।

ସିସୋଦିଆ ହେଉଛନ୍ତି ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ। ୨୦୧୧ ଠାରୁ ସେ କେଜ୍ରିୱାଲଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଜେଲ ଯିବା ପୂର୍ବରୁ ଦିଲ୍ଲୀର ୧୮ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସିସୋଦିଆ ସମ୍ଭାଳିଥିଲେ।

Delhi Arvind Kejriwal AAP Manish Sisodia