Advertisment

ବ୍ରିଜ ଭୁଶୁଡ଼ିବା ପାଇଁ ମୌସୁମୀକୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

ଗଲା ୧୭ ଦିନ ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି।

author-image
Hemant Lenka
Bridge

Bridge

ବିହାରରେ ଏବେ ଗୋଟିଏ ପରେ ଗୋଟିଏ ବ୍ରିଜ ଭୁଶୁଡ଼ିବାରେ ଲାଗିଛି। ଗଲା ୧୭ ଦିନ ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ନିମ୍ନମାନର କାମ ଓ ସରକାରୀ ଅବହେଳା ପାଇଁ ବ୍ରିଜ ଭୁଶୁଡ଼ିଥିବା ଲୋକମାନେ କହୁଛନ୍ତି।

Advertisment

ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୋଦି ୩.୦ରେ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜିତନ ରାମ ମାଞ୍ଝୀ ବ୍ରିଜ ଭୁଶୁଡ଼ିବା ପାଇଁ ମୌସୁମୀ ବାୟୁକୁ ଦାୟୀ କରିଛନ୍ତି। ମୌସୁମୀ ବେଳେ ଅସ୍ୱାଭାବିକ ବର୍ଷା ଯୋଗୁ ବ୍ରିଜ ଭାଙ୍ଗି ଯାଉଥିବା ସେ କହିଛନ୍ତି।

ସାମ୍ବାଦିକ ପ୍ରଶ୍ନରେ ଉତ୍ତରେ ମାଞ୍ଝୀ କହିଛନ୍ତି, “ପ୍ରବଳ ବର୍ଷା ହିଁ ବ୍ରିଜ ଗୁଡ଼ିକ ଭୁଶୁଡ଼ିବାର ପ୍ରଥମ କାରଣ। ମୌସୁମୀ ବେଳେ ପ୍ରବଳ ବର୍ଷା ହେଉଥିବାରୁ ଏପରି ଘଟଣା ଘଟୁଛି। 

Advertisment

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଗୁରୁବାର ଏହା ଉପରେ ବୈଠକ ହୋଇଥିଲା। ବ୍ରିଜ ନିର୍ମାଣରେ ଯଦି ଅନିୟମିତତା ହୋଇଥାଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ଅନ୍ୟପକ୍ଷରେ ଆରଜେଡି ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ ଜୁନ ୧୮ରୁ ଇତି ମଧ୍ୟରେ ରାଜ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରର ଏସବୁ ଘଟଣା ଉପରେ କେବଳ ନୀରବତା ଅବଲମ୍ବନ କରୁଛନ୍ତି। ଉତ୍ତର ନୀତି ଓ ଦୁର୍ନୀତି ମୁକ୍ତ ସରାକାର ଗଠନ ନାରା କୁଆଡ଼େ ଗଲା? ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କେଉଁଭଳି ବ୍ୟାପକ ଦୁର୍ନୀତି ହେଉଛି, ସେସବୁ ଏହି ଘଟଣାଗୁଡ଼ିକୁ ଜଣାପଡ଼ୁଛି ବୋଲି ସେ କହିଛନ୍ତି।

Bihar Bridge Collapse