Advertisment

ବ୍ୟାକଫୁଟରେ ମନ୍ମଥ: ବିଜେଡି ସାଂସଦଙ୍କୁ କରିଥିଲେ ଆକ୍ରମଣ, ଏବେ ଦଳର ସାଂସଦ ପ୍ରାର୍ଥୀ, କର୍ମୀ ବୁଝୁନାହାନ୍ତି

ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ମନ୍ମଥଙ୍କୁ ଏବେ ଦଳ ନିଜର ସାଂସଦ ପ୍ରାର୍ଥୀ କରିଥିଲେ ମଧ୍ୟ ଭାବେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

author-image
Ordigital Desk
manmath routray

manmath routray

ଭୁବନେଶ୍ୱର ଲୋକସଭା ଆସନକୁ ହାତେଇବା ପାଇଁ ବିଜେଡି ନିଜର କଳବଳକୌଶଳ ଲଗାଇଥିଲେ ମଧ୍ୟ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଅତୀତର ଅପରାଧିକ କାର୍ଯ୍ୟ ଏବେ ତାଙ୍କପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ମନ୍ମଥଙ୍କୁ ଏବେ ଦଳ ନିଜର ସାଂସଦ ପ୍ରାର୍ଥୀ କରିଥିଲେ ମଧ୍ୟ ଭାବେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏପଟେ ମନ୍ମଥଙ୍କ ପିତା କଂଗ୍ରେସ ବିଧାୟକ ସୁର ରାଉତରାୟ ନିୟମିତ ଗଣମାଧ୍ୟମରେ ନାନାଦି ପ୍ରକାରର ବୟାନ ଓ ତାଙ୍କ ପାରିବାରିକ ଡ୍ରାମାକୁ ଭୁବନେଶ୍ୱର ସଚେତନ ଭୋଟର ସହଜରେ ହଜମ କରିପାରୁନଥିବା ଚର୍ଚ୍ଚା ହେଉଛି ।

Advertisment

ଜଟଣୀ ଥାନାରେ ରୁଜୁ ମାମଲା ଅନୁସାରେ ବିଜେଡିର ବର୍ତ୍ତମାନର ସାଂସଦ ପ୍ରାର୍ଥୀ ମନ୍ମଥ ନିଜର ୨ଜଣ ସହଯୋଗୀଙ୍କ ସହ ୨୦୨୧ ଡିସେମ୍ବର ୧୭ତାରିଖରେ ଜଟଣୀ ବଜାରରେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ । ଏହାସହିତ ମାରଣାସ୍ତ୍ର ଧରି ଅଶାଳୀନ ଭାଷାରେ ଗାଳିଗୁଲଜ ସହ ସାଂସଦଙ୍କ ଡ୍ରାଇଭରଙ୍କ ଗଳା ଚିପି ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସାଂସଦ ମୁନ୍ନା ଖାଁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ’ ବାଂଟିବାକୁ ଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ଏହି ଆକ୍ରମଣ ହୋଇଥିବା ଜଟଣୀ ଥାନାରେ ରୁଜୁ ଏଫଆଇଆରରେ ଉଲ୍ଲେଖ ରହିଛି । ମନ୍ମଥ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଜଟଣୀ ପୁଲିସ ଆଇପିସିର ଧାରା-୧୪୭,୩୨୩,୨୯୪,୩୪୧,୫୦୬ ଓ ୧୪୯ରେ ମାମଲା ରୁଜୁ କରିଥିଲା । ଏହି କେସ ନମ୍ବର-୦୬୭/୨୦୨୧ ବୋଲି ଜଣାପଡ଼ିଛି । ତେବେ ମନ୍ମଥ ନିଜର ନାମାଙ୍କନ ପତ୍ର ସହ ଦେଇଥିବା ସତ୍ୟପାଠରେ ଏହି କେସ୍ ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି କି କେସ୍ ଏବେ କେଉଁ ସ୍ଥିତିରେ ତାହା ଜଣାପଡ଼ିନି ।

ସେହିପରି ଚଳିତମାସ ୮ତାରିଖରେ ନିବାଚନୀ ଶୋଭାଯାତ୍ରାବେଳେ ଜଟଣୀର ବିଜେଡି ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ଉପରେ ସୁରଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଏନେଇ ଥାନାରେ ମଧ୍ୟ ଶ୍ରୀ ବେହେରା ଲିଖିତ ଅଭିଯୋଗ କରିôଥଲେ ।

Advertisment

ସୁର ଓ ତାଙ୍କ ପୁଅ ମନ୍ମଥଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଜଟଣୀରେ ଏବେ ବିଜେଡି ଭୋଟ୍ ଦୁଇଫାଳ ହୋଇ ରହିଛି । ସୁରଙ୍କ ସମର୍ଥକମାନେ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତିବଳବନ୍ତରାୟଙ୍କୁ ଭୋଟ୍ ନଦେଇ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନାଙ୍କୁ ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି । ବିଭୂତି ଓ ସୁରଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ବିଜେଡିକୁ ଜଟଣୀରେ ବେଶ୍ କ୍ଷତି ସହିବାକୁ ପଡ଼ିବ ବୋଲି ଦଳୀୟ ମହଲରେ ଆଶଙ୍କା କରାଯାଉଥିବା ଜଣାପଡ଼ିଛି ।

ଏସବୁ ବ୍ୟତୀତ ମନ୍ମଥ ତାଙ୍କ ପତ୍ନୀଙ୍କଠୁ ୨୦୧୦ ମସିହାରୁ ଦୂରେଇ ରହୁଥିବା ନେଇ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ନୀଙ୍କୁ ମାସିକ କ୍ଷତିପୂରଣ ଦେଉନଥିବା ସୂଚନା ମିଳିଛି । ଏପରିକି ଏହି ମାମଲା ଏବେବି କୋର୍ଟଙ୍କ ବିଚାରାଧୀନ ରହିଥିବା ଜଣାପଡ଼ିଛି । ମନ୍ମଥ ତାଙ୍କ ପତ୍ନୀଙ୍କଠୁ ୧୪ବର୍ଷ ଧରି ଅଲଗା ରହିଥିବାବେଳେ ମାନବିକତା ଦୃଷ୍ଟିରୁ ମାସିକ କ୍ଷତିପୂରଣ ନଦେବା ଏବଂ ଗଣମାଧ୍ୟମକୁ ପତ୍ନୀଙ୍କ ସହ ସମ୍ପର୍କକୁ ନେଇ ମିଛ ସଫେଇ ଦେଇଥିବାକୁ ମଧ୍ୟ ଭୁବନେଶ୍ୱରର ସଚେତନ ଭୋଟର ସହଜରେ ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଛି ।
ସୁରଙ୍କ ପୁଅଙ୍କୁ ଟିକେଟ୍ ଦେଇ ବିଜେଡି ଭୁବନେଶ୍ୱର ସିଟ୍ ହାତେଇବାକୁ ଯେଉଁ ଗୋଟିଚାଳନା କରିଥିଲା ତାହା ଏବେ ଖୋଦ୍ ବିଜେଡି ବଡ଼ପଣ୍ଡାଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । କେବଳ ଜଟଣୀ ନୁହେଁ ବେଗୁନିଆ, ଖୋର୍ଦ୍ଧା, ଏକାମ୍ର ଓ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ମନ୍ମଥଙ୍କ ସପକ୍ଷରେ ଭୋଟ କରିବା ଏବେ ବିଜେଡି ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି ବୋଲି ଚର୍ଚ୍ଚା ହେଉଛି ।

BjD 2024 Election Loksabha Election 2024 Odisha Assembly Election 2024