ଭୁବନେଶ୍ୱର ଲୋକସଭା: ବିଜେଡିକୁ ମହଙ୍ଗା ପଡ଼ିଲାଣି ମନ୍ମଥଙ୍କ ଆଚରଣ, ଧମକାଇଲେଣି ଅନନ୍ତ ଓ ରାଜେନ୍ଦ୍ର

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୩ଟି ଆସନ ପାଇଁ ‍ବିଜେଡି ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନି ।

BJD Leaders PhotoOR

ଭୁବନେଶ୍ୱରର ବୁଦ୍ଧ ପାର୍କରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ

Ordigital Desk
  • Published: Saturday, 06 April 2024
  • Updated: 06 April 2024, 09:19 PM IST

Sports

Latest News

୩ଟି ପର୍ଯ୍ୟାୟରେ ୧୦୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବିଜେଡି ଏବେ ହରଡ଼ଘଣାରେ । କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଦଳରେ ମିଶାଇବାର ୨ଘଣ୍ଟା ମଧ୍ୟରେ ଲୋକସଭା ଟିକେଟ୍ ଦେଇ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯେଉଁ ରାଜନୀତିକ ସମୀକରଣ ଆଶା ରଖିଥିଲା ତାହା ଏବେ ବୁମେରାଂ ହେଲାଣି । ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଦଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଭୁବନେଶ୍ୱର-ସେଣ୍ଟ୍ରାଲ, ଖୋର୍ଦ୍ଧା ଓ ବେଗୁନିଆ ଭଳି ଆସନରେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇପାରିନି । ଆଉ ଏପଟେ ଦଳର ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ଉଚ୍ଚାରଣ ଓ ଆଚରଣ ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି । ଗତ କିଛିଦିନ ତଳେ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିବା ମନ୍ମଥ ଆଜି ଭୋଟ ପାଇଁ ପ୍ରଚାର କରିବାବେଳେ ପାର୍କରେ ସମସ୍ତଙ୍କ ସମ୍ମୁଖରେ ଉତକ୍ଷିପ୍ତ ହୋଇ ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ଅଶୋଭନୀୟ ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ଦଳର ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ସମର୍ଥକମାନଙ୍କ ସହ ବୁଦ୍ଧ ପାର୍କକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ଲୋକେ ସିଧାସଳଖ ମନ୍ମଥଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜଣେ ବରିଷ୍ଠ ନାଗରିକ ସିଧାସଳଖ କହିଥିଲେ ଯେ, ଲୋକେ ତ ଅପରାଜିତାଙ୍କୁ ଚାହୁଁଛନ୍ତି । ସେ ସାଂସଦ ହେବେ । ଅପରାଜିତା ହେଉଛନ୍ତି ଦେଶର ଜଣେ ଦକ୍ଷତାସମ୍ପନ୍ନ ମହିଳା । ଯଦିଓ ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ ତାଙ୍କ ମୁହଁରେ ପ୍ରତ୍ୟାଖ୍ୟାନ କରିଥିଲେ ମାତ୍ର ସେଠାରେ ଉପସ୍ଥିତ ବିଧାୟକ ପ୍ରାର୍ଥୀ ସୁଶାନ୍ତ ନିଶ୍ଚିତ ଜିତିବେ ବୋଲି କହିଥିଲେ । ଅନ୍ୟଜଣେ ଯୁବକ ମଧ୍ୟ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କରିବେ ବୋଲି କହି ତାଙ୍କ ଭୋଟ୍ ସେହି ଅନୁରୂପ ଯିବାର ସ୍ପଷ୍ଟ ସନ୍ଦେଶ ଦେଇଥିଲେ ।

ସେଠାରେ ମେୟର ଶ୍ରୀମତୀ ଦାସ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ନିଜ ଅନ୍ତର ଆତ୍ମାକୁ ପଚାରି ଯାହାକୁ ଭୋଟ୍ ଦେବେ ବୋଲି କହି ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ମଧ୍ୟ ମନ୍ମଥ ସମସ୍ତଙ୍କୁ ଚୁପ୍ କରାଇ ନିଜର ଉତଶୃଙ୍ଖଳ ଆଚରଣ ଦେଖାଇବାକୁ ପଛାଇନଥିଲେ । ମନ୍ମଥ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ଆକ୍ଷେପ କରି କହିଥିଲେ ଯେ, “ମୁଁ ଆଶୀର୍ବାଦ ମାଗିଥିଲି, ୪୦୦ ପାର ମାଗିନଥିଲି । ଆପଣଙ୍କର ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେବାର ଅଛି ଦିଅନ୍ତୁ । ୪୦୦/୫୦୦ପାର ଆପଣଙ୍କ ପାଖରେ ରଖନ୍ତୁ ବୋଲି ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ବେପରୁୱା ଢଙ୍ଗରେ ଜବାବ ଦେଇ ସ୍ଥାନ ଛାଡ଼ିଥିଲେ ।”

ପୁଅ ମନ୍ମଥ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାପରେ ପିତା ସୁର ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ଖୋଲାଖୋଲି ଧମକ ଦେଇଛନ୍ତି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ତାଙ୍କ ସାନପୁଅ ପ୍ରାର୍ଥୀ ହୋଇଛି । ଯଦି କୌଣସି ଲୋକ ଭୟଭୀତ କରାଏ, ସେ ଦଳଫଳ ମାନିବେନି କି ପୁଲିସର ଦରକାର ପଡ଼ିବ ନାହିଁ । ୩ଘଣ୍ଟା ଭିତରେ ସେ ନିଜେ କରି ଦେଖାଇଦେବେ ବୋଲି ଚେତାବନୀ ଦେଇଛନ୍ତି ।  ବିଜେଡିର ଇଙ୍ଗିତରେ ସୁର ଏଭଳି ଚେତାବନୀ ଦେଇଥିବା ଚର୍ଚ୍ଚା ହେଉଛି ।

କିଛିଦିନ ପୂର୍ବରୁ ସେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିଲେ । ନିର୍ବାଚନ ପ୍ରଚାରରେ ଶ୍ରୀମୟୀ କାହିଁକି ଅନୁପସ୍ଥିତ ରହୁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ‘ସେ ଗୋଟେ କର୍ମୀ’ କହି ନିଜକୁ ଜଣେ ବଡ଼ ନେତା ଭଳି ଆତ୍ମବଡ଼ିମା ଦେଖାଇବାକୁ ପ୍ରୟାସ କରିଥିଲେ ।

ସର୍ବସାଧାରଣରେ ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବିଜେଡିକୁ ମହଙ୍ଗା ପଡ଼ିବାକୁ ଲାଗିଲାଣି । ପ୍ରଚାରବେଳେ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରଶ୍ନ ଓ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କିନ୍ତୁ ମନ୍ମଥ ନିଜର ଆତ୍ମବଡ଼ିମା ଦେଖାଇବାକୁ ଯାଇ ଅନ୍ୟ ପ୍ରତି ଶସ୍ତା ଟିପ୍ପଣୀ ଓ ଭୋଟରଙ୍କୁ ବି ଆକ୍ଷେପ କରିବାକୁ ପଛାଉନାହାନ୍ତି । ଏପଟେ ମନ୍ମଥଙ୍କ ଘର କଳି ଥମିବାର ନାଁ ବି ଧରୁନି । ସୁରଙ୍କ ଜଟଣୀ ଅଂଚଳରେ ଥିବା ଭୋଟବ୍ୟାଙ୍କ ବିଜେଡିକୁ ଢଳିବାର ସମ୍ଭାବନା ବି କ୍ଷୀଣ ହେଲାଣି । ଯେଉଁ ସମୀକରଣକୁ ଦଳ ଭରସା କରିଥିଲା ତା’ର ଫଳ ଏବେ ଓଲଟା ହେଉଥିବା ଦଳର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟରୁ ଜଳଜଳ ହୋଇ ଦିଶିଲାଣି ବୋଲି ଚର୍ଚ୍ଚା ହେଉଛି । ଦଳର ମହିଳା ଚେହେରା ଶ୍ରୀମୟୀଙ୍କୁ ୬ମାସ ବୁଲାଇ ଅଚାନକ ମନ୍ମଥଙ୍କୁ ଟିକେଟ୍ ଦେଇ ଦଳ ଖୋଲାଖୋଲି ଭାବେ ନିଜ ଗୋଡ଼ରେ କୁରାଢ଼ୀ ମାରିଛି । ଯେଉଁଥିପାଇଁ ପ୍ରଚାରବେଳେ ଲୋକେ ଶ୍ରୀମୟୀ ଏବେ କେଉଁଠି ଓ କାହିଁକି ତାଙ୍କୁ ଆଣୁନ ବୋଲି ପ୍ରଶ୍ନ କରୁଥିବା ଜଣାପଡ଼ିଛି । ଏମିତିବି ଶ୍ରୀମୟୀଙ୍କୁ ଦଳ କେଉଁଠି ଥଇଥାନ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ମାତ୍ର ମନ୍ମଥଙ୍କ ପାଇଁ ଶ୍ରୀମୟୀଙ୍କୁ ଦଳ ହତାଦର କରିବା ବିଜେଡିର ସାଧାରଣ କର୍ମୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି ।

Also Read

ଏସବୁ ଭିତରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୩ଟି ଆସନ ପାଇଁ ଦଳ ପ୍ରାର୍ଥୀ ଚୂଡ଼ାନ୍ତ କରିପାରୁନି । ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁ, ବେଗୁନିଆରେ ପ୍ରଦୀପ ସାହୁ ଓ ଭୁବନେଶ୍ୱର-ସେଂଟ୍ରାଲରେ ଅନନ୍ତ ନାରାୟଣ ଜେନା ଟିକେଟ୍ ନମିଳିଲେ ଦଳ ବିରୁଦ୍ଧରେ ଯିବେ ବୋଲି ଧମକ ଦେଉଥିବାରୁ ସେମାନଙ୍କୁ ଟିକେଟ୍ ଦେବାକୁ ଦଳ ଏକରକମ ବାଧ୍ୟ ହେଉଛି । ତେବେ ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ଏସବୁ ଆସନ ପୁଣିଥରେ ବିଜେଡି ପାଖରେ ରହିବାର ସମ୍ଭାବନା କ୍ଷୀଣ । ପୁରୁଣା ଓ ନୂଆ ବିଜେଡି ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ଯୋଗୁ ପ୍ରଦୀପ ସାହୁଙ୍କୁ ତୀବ୍ର ବିରୋଧ ହେଉଥିଲେ ମଧ୍ୟ ଜଣେ ପ୍ରଭାବଶାଳୀ ଅଫିସରଙ୍କ ଚାପରେ ତାଙ୍କୁ ବେଗୁନିଆ ଟିକେଟ୍ ଦେବାକୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବାଧ୍ୟ ହେଉଥିବା ଜଣାପଡ଼ିଛି । ସେଠାରେ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେହିପରି ଖୋର୍ଦ୍ଧା ବିଧାନସଭା ଆସନରେ ବିଧାୟକ ଜିତୁ ମିତ୍ର ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଗୋଷ୍ଠୀ ଖୋଲାଖୋଲି ଭାବେ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଛନ୍ତି । ଜିତୁ ମିତ୍ର ଗୋଷ୍ଠୀ ଦୀର୍ଘଦିନରୁ ରାଜେନ୍ଦ୍ରଙ୍କୁ ବିରୋଧ କରୁଥିବାବେଳେ ମାନସଙ୍କ ବଳରେ କିଛି କଂଗ୍ରେସ କର୍ମୀ ଟାଙ୍ଗୀ ବ୍ଲକରେ ନିଜର ପ୍ରଭାବ ବିସ୍ତାର କରି ବିରୋଧ କରଥିବା ସୂଚନା ମିଳିଛି । ତଥାପି ରାଜେନ୍ଦ୍ରଙ୍କ ଧମକ ଯୋଗୁ ବିଜେଡି ତାଙ୍କୁ କିମ୍ବା ତାଙ୍କ ପତ୍ନୀ ରଞ୍ଜିତାଙ୍କୁ ଖୋର୍ଦ୍ଧା ଆସନରୁ ଟିକେଟ୍ ଦେଇପାରେ ।

ସେହିପରି ଭୁବନେଶ୍ୱର-ସେଂଟ୍ରାଲ ଆସନରେ ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟଙ୍କ ଗୋଷ୍ଠୀ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ତୀବ୍ର ବିରୋଧ କରୁଛନ୍ତି । ଗତ କିଛିଦିନ ଧରି କର୍ପୋରେଟର ଅମରେଶ ଜେନା ସମାନ୍ତରାଳ ସଂଗଠନ କରି ଏହି କନ୍ଦଳ ସୃଷ୍ଟି କରୁଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଚାହୁଁନାହିଁ । ସେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଇଙ୍ଗିତରେ ଏସବୁ ଅସ୍ଥିରତା କରୁଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଅମରେଶ ଓ ରୁଦ୍ରଙ୍କ ବିରୋଧ ସତ୍ତ୍ୱେ ଦଳ ଅନନ୍ତଙ୍କୁ ଟିକେଟ୍ ଦେବା ଏକରକମ ନିଶ୍ଚିତ । ଅମରେଶ ଓ ରୁଦ୍ର ଚାହିଁକି ବି ଦଳ ବିରୁଦ୍ଧରେ ଭୋଟ ଦେଇପାରିବେ ନାହିଁ କିମ୍ବା ଦଳ ଛାଡ଼ିବାର ସତସାହାସ ବି ସେମାନଙ୍କ ନଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଗୋଟିଏପଟେ ଅପରାଜିତାଙ୍କ ପ୍ରଭାବ କ୍ରମାଗତ ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ନିଜର ମହିଳା ଚେହେରା ଶ୍ରୀମୟୀ ମିଶ୍ରଙ୍କୁ ଅପମାନିତ କରିବା ଓ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ପ୍ରଚାର ମଇଦାନରେ ଖୋଲାଖୋଲି ଭାବେ ସାଧାରଣ ଭୋଟରଙ୍କ ପ୍ରତି ନିଜର ଉତଶୃଙ୍ଖଳ ଆଚରଣ ଦେଖାଇବା ବିଜେଡିକୁ ମହଙ୍ଗା ପଡ଼ିପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story