Advertisment

Rajya Sabha Elections: ବିଜେପିରୁ ମନମୋହନ ଓ ପୂର୍ଣ୍ଣିମା ଫାଇନଲ ଚର୍ଚ୍ଚା, ୪ ପ୍ରାର୍ଥୀଙ୍କ ପାଇଁ ୧୬ ସେଟ୍ ନେଲା ବିଜେପି

ଚର୍ଚ୍ଚା ହେଉଛି ଦଳ ୩ ଜଣଙ୍କୁ ରାଜ୍ୟସଭା ପଠାଇବ ଚତୁର୍ଥ ସେଟଟି ଜଣେ ଡମି କ୍ୟାଣ୍ଡିଡେଟ୍ ପାଇଁ । ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ କହିଛନ୍ତି, ଆମକୁ ନ ପଚାରି ନବୀନ ଏକ ପାଖିଆ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଣୁ ତାଙ୍କୁ ସମର୍ଥନର ଅବକାଶ ନାହିଁ।

author-image
OR Desk
Manmohan and Purnima

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ନବୀନଙ୍କୁ ପ୍ରସ୍ତାବ ଦେଇଥିବା ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ ଭାବେ ଘୋଷଣା କରିଥିବାରୁ ବିଜେପି ଏହାକୁ ଗ୍ରହଣ କରବନି ନିଶ୍ଚେ। ଦଳ ତୃତୀୟ ପ୍ରାର୍ଥୀ ଭାବେ ନିଶ୍ଚେ ଜଣଙ୍କୁ ଟିକେଟ୍ ଦେବ। ସେପଟେ ନବରଙ୍ଗପୁର ସାଂସଦ ବଳଭଦ୍ରମାଝୀ କହିଛନ୍ତି ଆମେ ଚତୁର୍ଥ ସିଟ୍ ଜିତୁଛୁ। ଆମକୁ ଚତୁର୍ଥ ସିଟ୍ ଜିତିବା ପାଇଁ ଅଳ୍ପ ଭୋଟ ଦରକାର ପଡୁଛି।

Advertisment

ବିଜେପି (Bjp) ଆଜି ବିଧାନସଭାରୁ ୧୬ ସେଟ ନାମାଙ୍କନପତ୍ର ନେଇଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ୧୬ ସେଟ ନାମାଙ୍କନ ପତ୍ର କିଣିଛନ୍ତି। ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବା ପରେ ନାମାଙ୍କନ ଭରାଯିବ । ଯଦିଓ ଦଳ ପାଖରେ ଦୁଇଟି ଆସନ ପାଇଁ ସଂଖ୍ୟା ରହିଛି ତେବେ ୧୬ ସେଟ ନାମାଙ୍କନ ପତ୍ର କିଣିବା ନେଇ ଚର୍ଚ୍ଚା ବଢିଛି।

ଚର୍ଚ୍ଚା ହେଉଛି ଦଳ ୩ ଜଣଙ୍କୁ ରାଜ୍ୟସଭା ପଠାଇବ ଚତୁର୍ଥ ସେଟଟି ଜଣେ ଡମି କ୍ୟାଣ୍ଡିଡେଟ୍ ପାଇଁ । ସେପଟେ ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ କହିଛନ୍ତି, ଆମକୁ ନ ପଚାରି ନବୀନ ଏକ ପାଖିଆ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେଣୁ ତାଙ୍କୁ ସମର୍ଥନର ଅବକାଶ ନାହିଁ।     

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ (Mamohan Samal)ଙ୍କୁ ରାଜ୍ୟସଭା ପଠାଇବା ନେଇ ଚର୍ଚ୍ଚା ଜୋର ଧରିଛି। ମନମୋହନଙ୍କ ନେତୃତ୍ବରେ ଦଳ 24 ନିର୍ବାଚନ ଲଢି ସରକାରକୁ ଆସିଥିଲା। ଏଥିଯୋଗୁଁ ତାଙ୍କୁ ପୁରସ୍କାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି। 

ସେହିପରି ସୁନ୍ଦରଗଡ଼ ପାନପୋଷ ସାଂଗଠାନିକ ଜିଲ୍ଲା ସଭାପତି ପୂର୍ଣିମା କେରକେଟାଙ୍କ ନାଁ ଚର୍ଚ୍ଚାରେ ରହିଛି । ସେ ଜଣେ ଟାଣୁଆ ମହିଳା ନେତ୍ରୀ । ଗତ ୨୦ ବର୍ଷ ରୁ ଅଧିକ ହେବ ସେ ଦଳର  ଜଣେ ଟାଣୁଆ ନେତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଗତ ୨୦୦୪ ନିର୍ବାଚନରେ ସେ ବିଜେପି ଟିକେଟରେ ରଘୁନାଥ ପଲ୍ଲୀ ବିଧାୟକ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଫେବୃୟାରୀ ମାସ ୨୦୨୫ ମସିହାରୁ ସେ ପାନପୋଷ ସାଂଗଠାନିକ ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି।

ତୃତୀୟ ପ୍ରାର୍ଥୀ ଭାବେ ଦିଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ରହିଛି। ଯଦି ଦିଲ୍ଲୀପ ପ୍ରାର୍ଥୀ ହୁଅନ୍ତି ତେବେ ପୂର୍ଣ୍ଣିମା ଆଉ ପ୍ରର୍ଥୀ ହେବନି କାରଣ ଦିଲ୍ଲୀପ ଏବଂ ପୂର୍ଣ୍ଣି ଗୋଟିଏ ଜିଲ୍ଲା ସୁନ୍ଦରଗଡ଼ର। ଏପରି ସ୍ଥଳେ ଆଉ ଜଣେ ନାରୀ ନେତ୍ରୀ କେନ୍ଦୁଝରର ସୁକେସି ଓରାମଙ୍କ ନାଁ ଚର୍ଚ୍ଚା ହେଉଛି। ଦଳ ପାଖରେ ଫାଷ୍ଟ ପ୍ରିଫ୍ରେନିସିଆଲ ଭୋଟ ଭାବେ ତୃତୀୟ ପ୍ରାର୍ଥୀ ପାଇଁ ୨୨ଟି ଭୋଟ ଥିବା ବେଳେ ବାକି ଦରକାର ୮ ଖଣ୍ଡ ଭୋଟ। ଏଥିପାଇଁ ବିଜେଡି ଏବଂ କଂଗ୍ରେସରୁ କ୍ରସ ଭୋଟିଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

ତେବେ ଦଳୀୟ ନିର୍ଦ୍ଦେଶକୁ ନ ମାନି ଅନେକ ରାଜ୍ୟରେ କ୍ରସ ଭୋଟିଂ ହୋଇଥିବା ନଜିର ରହିଛି। ଏପିରି ସ୍ଥଳେ ଦଳୀୟ ସଭାପତି ସ୍ପିକରଙ୍କୁ କମ୍ପ୍ଲେନ କରିପାରିବେ। ତେବେ କ୍ରସ ଭୋଟିଂ ହେଲେବି ପ୍ରାର୍ଥୀଙ୍କ ବିଧାୟକ ପଦ ରଦ୍ଦ ହେବା ନଜିର ନାହିଁ।  

ଭୁବନେଶ୍ବରରୁ ସୌମ୍ୟରଞ୍ଜନ ସାହୁଙ୍କ ସହ ସ୍ବାତୀ ଜେନାଙ୍କ ରିପୋର୍ଟ 

Bjp