Advertisment

ବିଜେପିର ନିର୍ବାଚନୀ କସରତ; ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କିଏ କେଉଁଠୁ ବିଜେପିର ପ୍ରାର୍ଥୀ ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବେ।

author-image
Niharika Rout
BJP Meeting

BJP Meeting

ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନୀ କସରତ ଆରମ୍ଭ କରି ଦେଇଛି ରାଜ୍ୟ ବିଜେପି। କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ସଭାପତି ମନମୋହନ ସାମଲ।

Advertisment

ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ।

 ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। କିଏ କେଉଁଠୁ ବିଜେପିର ପ୍ରାର୍ଥୀ ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବେ।

Advertisment

ଗତ ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟର ବିଳମ୍ବିତ ରାତି ଯାଏଁ ବୈଠକ ବସିଥିଲା। କୋର୍ କମିଟି ଓ ନିର୍ବାଚନ କମିଟି ବୈଠକରେ ସବିଶେଷ ତଥ୍ୟ ଉପରେ ଆଲୋଚନା ହୋଇଥିଲା। ସକାଳେ ପ୍ରଥମେ ରାଜ୍ୟ କୋର୍ କମିଟି ଓ ପରେ ରାଜ୍ୟ ନିର୍ବାଚନ କମିଟି ବୈଠକ ହୋଇଥିଲା। ଏହି ବୈଠକରେ ୨୦୨୪ ନିର୍ବାଚନ ଏକମାତ୍ର ଫୋକସ୍ ଥିଲା। ସବୁ ବିଧାନସଭା ଓ ଲୋକସଭା ପାଇଁ ରାଜ୍ୟ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।

 ଏହାର ସବିଶେଷ ରିପୋର୍ଟ ଧରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀ ଯାଇଥିବା ଜଣାଯାଇଛି।  ଏହା ସହିତ ବୈଠକରେ ମୋଦି ସରକାରର ୧୦ ବର୍ଷର ସଫଳତାକୁ ଘରେ ଘରେ ପହଞ୍ଚାଇବ, ଏ ସଂପର୍କରେ ଲୋକଙ୍କର ମତାମତ ସଂଗ୍ରହ କରିବାକୁ ନିଷ୍ପତ୍ତି ନିଆଯାଇଛି।

Bjp Manmohan Samal