Advertisment

ମନମୋହନ ଦେଲେ ଜବାବ: ଦୋଷ ଲୁଚାଇବାକୁ ଏଭଳି କହୁଛନ୍ତି ନବୀନ

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର କିଭଳି ସ୍ୱଚ୍ଛତାର ସହ ଚାଲିଛି ତାହା ନବୀନ ପଟ୍ଟନାୟକ ଶିଖନ୍ତୁ । ଏଠି ଅନ୍ୟାୟ ଅନୀତିର ସରକାର ଚାଲିଛି । ବିନା ପଇସାରେ ସାଧାରଣ ଲୋକ ଏଠି ନ୍ୟାୟ ପାଉନାହାନ୍ତି ।

Manmohan Samal

Manmohan Samal

Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିଜୟୀ ହେବାପରେ ଆଜି ଶଙ୍ଖ ଭବନରେ ସେଲିବ୍ରେସନ୍ ପାଳନ କରିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବୟାନକୁ ନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ବିକାଶ ପାଇଁ ସିଙ୍ଗଲ କି ଡବଲ ଇଞ୍ଜିନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଲୋକେ କେବଳ ସୁଶାସନକୁ ବୁଝନ୍ତି ବୋଲି ନବୀନ କହିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ନବୀନଙ୍କୁ କଡ଼ା ଭାଷାରେ ଜବାବ ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଡବଲ ଇଞ୍ଜିନ ଓ ସ୍ୱଚ୍ଛ ଶାସନ କ’ଣ ତାହା ନବୀନ ଦେଖିବେ । ନିଜ ଦୋଷ ଲୁଚାଇବାକୁ ନବୀନ ଏଭଳି କହୁଛନ୍ତି ।

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର କିଭଳି ସ୍ୱଚ୍ଛତାର ସହ ଚାଲିଛି ତାହା ନବୀନ ପଟ୍ଟନାୟକ ଶିଖନ୍ତୁ । ଏଠି ଅନ୍ୟାୟ ଅନୀତିର ସରକାର ଚାଲିଛି । ବିନା ପଇସାରେ ସାଧାରଣ ଲୋକ ଏଠି ନ୍ୟାୟ ପାଉନାହାନ୍ତି । ସବୁଠୁ ବେଶୀ ଦୁଷ୍କର୍ମ ଓଡ଼ିଶାରେ ହେଉଛି । ଆଉ ନବୀନବାବୁ ମହିଳାଙ୍କ ସମ୍ମାନ କଥା କହୁଛନ୍ତି । ଏହା ଓଡ଼ିଶା ଲୋକେ ବୁଝିସାରିଲେଣି ଓ ୨୦୨୪ରେ ଡବଲ ଇଞ୍ଜିନ ସରକାର ପାଇଁ ସ୍ଥିର କରିସାରିଲେଣି। ୨୦୨୪ରେ ରାଜ୍ୟରେ ବିଜେପି ସରକାର ହେବ ବୋଲି ଶ୍ରୀ ସାମଲ ଦମ୍ଭୋକ୍ତି ବାଢ଼ିଛନ୍ତି ।

ସେହିପରି ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ପ୍ରସଙ୍ଗରେ ଶ୍ରୀ ସାମଲ କହିଛନ୍ତି ଯେ, ଝାରସୁଗୁଡ଼ା ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ । ଉପନିର୍ବାଚନ ଫଳାଫଳ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥାଏ । ଉପନିର୍ବାଚନକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ୍ । ଓଡ଼ିଶାରେ ପୋଲାରାଇଜେସନ୍ ଆରମ୍ଭ ହୋଇଛି । ଆଉ ଏଠି କଂଗ୍ରେସ ଏକପ୍ରକାର ପ୍ରତ୍ୟାଖ୍ୟାତ ହୋଇଛି । ଏହି ପୋଲାରାଇଜେସନରେ ବିଜେଡି-ବିଜେପି ହିଁ ରାଜନୀତି କରିବେ ବୋଲି ସେ କହିଛନ୍ତି ।

Advertisment
BjD Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe