Advertisment

ଦିଲ୍ଲୀରୁ ଫେରିଲେ ମନମୋହନ, ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ

ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ବିଜେପି ରାଜ୍ୟରେ ସମ୍ଭାବ୍ୟ ମେଣ୍ଟ ଦିଗରେ ଆଗଉଥିବା ଚର୍ଚ୍ଚା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
BJD-BJP

BJD-BJP

Advertisment

ପୂର୍ବରୁ ବିଜେଡି ସହ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ବିଜେପି ରାଜ୍ୟରେ ସମ୍ଭାବ୍ୟ ମେଣ୍ଟ ଦିଗରେ ଆଗଉଥିବା ଚର୍ଚ୍ଚା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଆଜି ଅପରାହ୍ନରେ ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ପରେ ଏହି ଚିତ୍ର ଆହୁରି ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ପ୍ରାୟ

Advertisment

୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ପରେ ନିଜ ଟିମ୍‌ ସହ ଆଜି ସକାଳେ ଓଡ଼ିଶା ଫେରିଛନ୍ତି। କିନ୍ତୁ ସେ ସିଧାସଳଖ ମେଣ୍ଟ ସମ୍ପର୍କରେ କିଛି କହି ନାହାନ୍ତି। ମେଣ୍ଟକୁ ନେଇ ମାପିଚୁପି ମତ ରଖୁଛନ୍ତି।

ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, 'ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ । ଆମେ ସବୁ ବିଷୟରେ ଆଲୋଚନା କରୁଛୁ।

Advertisment

ପୂର୍ବରୁ କଡ଼ା ମିଜାଜରେ ମେଣ୍ଟ ସମ୍ଭାବନାକୁ ସିଧାସଳଖ ମନା କରୁଥିବା ମନମୋହନଙ୍କ ମିଜାଜରେ କିନ୍ତୁ ଏଥର କିଛି ପରିବର୍ତ୍ତନ ଅନୁଭବ ହେଉଛି। ମନମୋହନଙ୍କ ମନ୍ତବ୍ୟରୁ ଲାଗୁଛି ଦୁଇ ଦଳ ମଧ୍ୟରେ ଆସନ ବଣ୍ଟା ଫର୍ମୁଲା ଶେଷ ହୋଇଛି, କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି।

ଆଜି ଅପରାହ୍ନରେ ନବୀନ ନିବାସରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସମ୍ଭବତଃ ବିଜେପିର ଶୀର୍ଷ ନେତା ଓ ନବୀନଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ କେବେ ସୁଦ୍ଧା ମେଣ୍ଟ ଘୋଷଣା ହେବ ଜଣା ପଡ଼ି ନ ଥିବା ବେଳେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀରୁ ଫେରିବା ପୂର୍ବରୁ ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ରାଜ୍ୟ ନେତୃବୃନ୍ଦ । ପୂର୍ବ ବୈଠକରେ ସମ୍ୟକ୍ ଆଲୋଚନା ପରେ ଗତକାଲି ଫାଇନାଲ କଲ୍ ଡାକି ରାଜ୍ୟ ନେତୃତ୍ୱଙ୍କ ସହ ମିଶି ମେଣ୍ଟ ଅଙ୍କ ଛିଡାଇବାକୁ ଚେଷ୍ଟା କରିଥିଲେ ଶାହ। ତେବେ ବୈଠକରୁ କ’ଣ ନିଷ୍କର୍ସ ବାହାରିଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନି।

କାଲି ଶାହଙ୍କ ଘରେ ବସିଥିବା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe