Advertisment

ହରିଆଣାରେ ଭାଙ୍ଗିଯିବ ବିଜେପି-ଜେଜେପି ମେଣ୍ଟ! ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ଖଟ୍ଟରଙ୍କ ସମେତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି।

ଅଦ୍ୟତନ ହୋଇଛି
Manohar Lal Khattar

Manohar Lal Khattar

Advertisment

ହରିଆଣାରେ ହୋଇପାରେ ବଡ଼ ଧରଣର ନେତୃତ୍ୱ ପରିବର୍ତ୍ତନ, ଭାଙ୍ଗି ଯାଇପାରେ ବିଜେପି-ଜେଜେପି ମେଣ୍ଟ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

Advertisment

ମନୋହର ଲାଲ ଖଟ୍ଟର କରନାଲ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି। ଏହି କାରଣରୁ ସେ ଇସ୍ତଫା ଦେଇପାରନ୍ତି ବୋଲି କୁହାଯଆଉଛି। ତାଙ୍କ ସ୍ଥାନରେ ନାୟବ ସୈନୀ କିମ୍ବା ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଖଟ୍ଟରଙ୍କ ସମେତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି। ହରିଆଣା ସରକାରରେ ବିଜେପି ଏବଂ ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜେପି ଏବଂ ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କୁ ନେଇ ବୈଠକ ଡାକିଛନ୍ତି।

Advertisment

ଆଜି ପୂର୍ବାହ୍ନ ୧୧:୩୦ରେ ଖଟ୍ଟରଙ୍କ ବାସଭବନରେ ବିଧାୟକ ଦଳର ବୈଠକ ବସିବ। ସୂଚନାନୁସାରେ, ଏହି ବୈଠକରେ ବିଜେପି, ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରିପାରେ।

ସେପଟେ ଜେଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ମଧ୍ୟ ବିଧାୟକ ଦଳ ବୈଠକ ଡାକିଛନ୍ତି। ସେ ଆଜି ରାତି ପ୍ରାୟ 11ଟା ସମୟରେ ବୈଠକ କରିବେ। ସେ ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ତେବେ ଆଗକୁ ହରିଆଣା ରାଜନୀତି କେଉଁ ମୋଡ଼ ନେଉଛି ତା' ଉପରେ ନଜର। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe