Advertisment

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଖଟ୍ଟର ଓ ଗଡକରୀଙ୍କୁ ମିଳିଲା ଟିକେଟ

ପୂର୍ବଭଳି ଗଡକରୀ ମହାରାଷ୍ଟ୍ରର ନାଗପୁରରୁ ନିର୍ବାଚନ ଲଢ଼ିବେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରେ ଜିତି ଲୋକସଭାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
BJP

BJP

Advertisment

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୧୯୫ ଜଣଙ୍କ ନାଁ ଘୋଷଣା କରିଥିଲା।

Advertisment

ଆଜି ଦଳ ଆଉ ୭୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଟିକେଟ ଦେଇଛି ବିଜେପି।

ପୂର୍ବଭଳି ଗଡକରୀ ମହାରାଷ୍ଟ୍ରର ନାଗପୁରରୁ ନିର୍ବାଚନ ଲଢ଼ିବେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରେ ଜିତି ଲୋକସଭାକୁ ଯାଇଥିଲେ। ୨୦୧୯ରେ ସେ କଂଗ୍ରେସର ନାନା ପାଟୋଲେଙ୍କୁ ପରାସ୍ତ କରିଥିଲେ। 

Advertisment

ସେହିପରି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଖଟ୍ଟର ହରିଆଣାର କର୍ଣ୍ଣାଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଖଟ୍ଟର ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୧୯ରେ କୁରୁକ୍ଷେତ୍ରରୁ ନାୟବ ସିଂହ ସୈନି ଜିତିଥିଲେ। ମଙ୍ଗଳବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ସ୍ଥାନ ଖାଲି ପଡ଼ିଛି। ଏହି ସ୍ଥାନରେ ଖଟ୍ଟର ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ବିଜେପି ତାଙ୍କୁ କର୍ଣ୍ଣାଲରୁ ପ୍ରାର୍ଥୀ କରିଛି। 

ଏହବାଦ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏଥର ଲୋକସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ଦଳ ମୁମ୍ବାଇ ନର୍ଥରୁ ପ୍ରାର୍ଥୀ କରିଛି। କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ହାଭେରୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଧରୱାଡ, ଦଳର ସାଂସଦ ତେଜସ୍ୱୀ ସୂର୍ଯ୍ୟ ବେଙ୍ଗାଲୁରୁ ସାଉଥ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ହିମାଚଳର ହମିରପୁର ଆସନରୁ ଟିକେଟ ପାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପି ପଙ୍କଜା ମୁଣ୍ଡେଙ୍କୁ ଟିକେଟ ଦେଇଛି। ଦଳରେ ରହି ସେ ଅଣଦେଖା ହେଉଥିବାରୁ ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ। ହେଲେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ରହିଛି। ସେ ମହାରାଷ୍ଟ୍ରର ବୀଡ ଆସନରୁ ନିର୍ବାଚନ ଲଢ଼ିବେ।  

ଆଜି ଯେଉଁ ୭୨ଟି ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଗୁଜୁରାଟର ୧୦, ହରିଆଣାର ୬, କର୍ଣ୍ଣାଟକାର ୨୦, ହିମାଚଳ ପ୍ରଦେଶର ୨, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୦, ତେଲଙ୍ଗାନାର ୬, ଦିଲ୍ଲୀ ଓ ଉତ୍ତରାଖଣ୍ଡର ୨ଟି ଲେଖାଏ ଓ ତ୍ରିପୁରା ଓ ଦାଦର-ନଗରହାଭେଳିର ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି ।

Nitin Gadkari Lok Sabha Elections Lok Sabha Election Lok Sabha Elections 2024 Manohar Lal Khattar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe