Advertisment

ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ବି ଦେଲେ ଇସ୍ତଫା।

author-image
Debibandita Barick
ଅଦ୍ୟତନ ହୋଇଛି
Manohar Lal Khattar

Manohar Lal Khattar

ରାଜନୈତିକ ହଟଚମଟ ମଧ୍ୟରେ ପଦରୁ ଇସ୍ତଫା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ସେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ଖଟ୍ଟରଙ୍କ ସମେତ ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ପରେ ହରିଆଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଯିବା ଚର୍ଚ୍ଚାକୁ ଖୋରାକ ମିଳିଛି। ତେବେ ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସରକାର ଗଠନ ହୋଇପାରେ। 

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ହରିଆଣା ସରକାରରେ ବିଜେପି ଏବଂ ଜେଜେପି ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଜେପି ବିଧାୟକ ଏବଂ ସରକାରଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକଙ୍କୁ ନେଇ ବୈଠକ ଡାକିଥିଲେ। ଆଜି ପୂର୍ବାହ୍ନ ୧୧:୩୦ ସମୟରେ ଖଟ୍ଟରଙ୍କ ବାସଭବନରେ ଏହି ବୈଠକ ବସିଥିଲା।

Advertisment

ବୈଠକରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସମେତ କେନ୍ଦ୍ରୀୟ ବିଜେପି ନେତାମାନେ ମଧ୍ୟ ସାମିଲ ହୋଇଥିବା କୁହାଯାଉଛି। ଏହି ବୈଠକରେ ଆଲୋଚନା ପରେ କ୍ୟାବିନେଟର ଏକାଧିକ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ସୂଚନା ଅନୁସାରେ, ବୈଠକ ପରେ ରାଜ୍ୟରେ ବିଜେପି ଓ ଜେଜପି ମଧ୍ୟରେ ଥିବା ମେଣ୍ଟ ସରକାର ଭାଙ୍ଗି ଯାଇପାରେ। ବିଜେପି, ସ୍ୱାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତି କରୁଛି। 

ଯଦି ଦଳ ସରକାର ଗଠନ କରେ, ତେବେ ନାୟବ ସୈନୀ କିମ୍ବା ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମନୋହର ଲାଲ ଖଟ୍ଟର ପୁନଃ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବାର ସମ୍ଭାବନା କମ୍। କାରଣ ସେ କରନାଲ ଆସନରୁ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। 

ସେପଟେ ଜେଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ମଧ୍ୟ ବିଧାୟକ ଦଳ ବୈଠକ ଡାକିଛନ୍ତି। ସେ ଆଜି ରାତି ପ୍ରାୟ ୧୧ଟା ସମୟରେ ବୈଠକ କରିବେ। ସେ ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। 

Bjp Manohar Lal Khattar Manohar Lal Khattar Resigns Haryana CM Haryana Politics JJP