Advertisment

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ।

ଅଦ୍ୟତନ ହୋଇଛି
Manoj Ahuja

Manoj Ahuja

Advertisment

ମନୋଜ ଆହୁଜା ଆଜି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି) ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତୀକରଣ ସଚିବ ଥିଲେ। 

ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଜୁନ୍ ୩୦ ତାରିଖରେ ଅବସର ନେବେ। ସେ ଅବସର ଗ୍ରହଣ କରିବା ପରେ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ସହିତ ମନୋଜ ଆହୁଜା ସାଧାରଣ ପ୍ରଶାସନ (ଜିଏ) ଓ ସାଧାରଣ ଅଭିଯୋଗ (ପିଜି)ର ସଚିବ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିବେ। 

Advertisment

ଶ୍ରୀ ଆହୁଜା ଚଳିତ ବର୍ଷ ଡିସେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ। ଅବଶ୍ୟ ତାଙ୍କର କାର୍ଯ୍ୟକାଳକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରନ୍ତି।

ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ଶେଷ ହୋଇଯାଇଥିବାରୁ ଏବେ ରାଜ୍ୟରେ ପ୍ରଶାସନିକ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ ହେବା ଏକ ପ୍ରକାର ନିଶ୍ଚିତ। ଏମିତିକି ଉନ୍ନୟନ କମିଶନରଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ।

କେନ୍ଦ୍ରୀୟ ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ ରାଜ୍ୟର ପ୍ରଥମ ବିଜେପି ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କ ଗୃହ କ୍ୟାଡରକୁ ଫେରିଯିବାକୁ ଅନୁମତି ଦେଇଥିଲେ। ତେଣୁ ଆଶା କରାଯାଉଥିଲା ତାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପାଇଁ ରାଜ୍ୟ ସରକାର ମନସ୍ତ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ମନୋଜ ଆହୁଜା କହିଛନ୍ତି ଯେ ସେ ଓଡ଼ିଶା ଫେରିବାକୁ ନେଇ ଖୁସି ଅଛନ୍ତି। ସେ ସପ୍ତାହକ ଭିତରେ ଓଡ଼ିଶା ଫେରିବେ।

Manoj Ahuja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe