Advertisment

ଆରଜେଡି ନେତା ମନୋଜ ଝାଙ୍କ ‘ଠାକୁର’ କବିତାକୁ ନେଇ ବିବାଦ, ଚେତାବନୀ ଦେଲେ ଆନନ୍ଦ ମୋହନ

ଗୋପାଲଗଞ୍ଜ ଡିଏମ ଜି କୃଷ୍ଣୈୟାଙ୍କୁ ହତ୍ୟା କରିବା ଘଟଣାରେ ଆଜୀବନ ଜେଲଦଣ୍ଡ ପାଇଥିବା ଆନନ୍ଦ ମୋହନ ନିକଟରେ ଜେଲରୁ ମୁକୁଳିଛନ୍ତି।

RJD

RJD

Advertisment

ଆରଜେଡି ସାଂସଦ ମୋନଜ ଝାଙ୍କ ‘ଠାକୁର’ କବିତାକୁ ନେଇ ବିବାଦ ଦେଖାଯାଇଛି। ଗତ ସପ୍ତାହରେ ସେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ମତ ରଖିଥିଲେ। ଏହି ସମୟରେ ସେ ଠାକୁର ଜାତି ଉପରେ ଲେଖାଯାଇଥିବା କବିତା ପଢ଼ି ତାଚ୍ଛଲ୍ୟ କରିଥିଲେ। ଏବେ ଏହାକୁ ନେଇ ଶ୍ରୀ ଝାଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ପୂର୍ବତନ ସାଂସଦ ତଥା ବାହୁବଳୀ ନେତା ଆନନ୍ଦ ମୋହନ।

Advertisment

ରାଜପୁତ ସଂପ୍ରଦାୟର ଅପମାନକୁ ସେ ଆଦୌ ସହ୍ୟ କରିପାରିବେ ନାହିଁ ବୋଲି ଆନନ୍ଦ କହିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ଟାର୍ଗେଟ କରି ଠାକୁର କବିତା ଲେଖାଯାଇଥିବା ବେଳେ ସେମାନଙ୍କୁ ରାଜ୍ୟସଭାରେ ମନୋଜ ଝା ତାଚ୍ଛଲ୍ୟ କରିଥିବା କୁହାଯାଉଛି।

ଏବେ ଆନନ୍ଦ ମୋହନ କହିଛନ୍ତି, “ସେଦିନ ଯଦି ମୁଁ ରାଜ୍ୟସଭାରେ ରହିଥାଆନ୍ତି, ତା’ହେଲେ ତାଙ୍କ(ମନୋଜ ଝା) ଜିଭକୁ ଛିଣ୍ଡାଇ ଚେୟାର ଆଡ଼କୁ ଫିଙ୍ଗି ଦେଇଥାଆନ୍ତି। ଆମେ କେବେ ହେଲେ ଆମ ଜାତିର ଏପରି ଅପମାନକୁ ସହ୍ୟ କରିବୁ ନାହିଁ। ଆମେ ବଞ୍ଚିଥିବା ସଂପ୍ରଦାୟର ଲୋକ। ଠାକୁରଆମେ ସବୁ ଆଡ଼େ ଅଛନ୍ତି। ରାମାୟଣ ଠାରୁ ଆରମ୍ଭ କରି ମହାଭାରତ, ଗିତା ଓ ମନ୍ଦିରରେ ଠାକୁର ଅଛନ୍ତି। ଆମକୁ କେଉଁଠୁ କେଉଁଠୁ ମାରିବେ ବା ହଟାଇବେ?”

Advertisment

ମହିଳା ସଂରକ୍ଷଣ ବିଲ୍‌ ଉପରେ ହେଉଥିବା ଆଲୋଚନା ବେଳେ ଓମ ପ୍ରକାଶ ବାଲ୍ମିକିଙ୍କ ଦ୍ୱାରା ତିଆରି ହୋଇଥିବା କବିତା ମନୋଜ ଝା ପଢ଼ିଥିଲା। ସେ କହିଥିଲେ, “ଚୁଲା ମାଟିର, ମାଟି ପୋଖରୀର, ପୋଖରୀ ଠାକୁରଙ୍କର। ବଳଦ ଠାକୁରଙ୍କ, ହଳ ଠାକୁରରଙ୍କର, ଫସଲ ଠାକୁରଙ୍କର।” ବାସ ତାଙ୍କର ଏପରି ବୟାନକୁ ନେଇ ଆନନ୍ଦ ମୋହନ ତାଙ୍କୁ ଟାର୍ଗେଟ କରିଛନ୍ତି।

ଗୋପାଲଗଞ୍ଜ ଡିଏମ ଜି କୃଷ୍ଣୈୟାଙ୍କୁ ହତ୍ୟା କରିବା ଘଟଣାରେ ଆଜୀବନ ଜେଲଦଣ୍ଡ ପାଇଥିବା ଆନନ୍ଦ ମୋହନ ନିକଟରେ ଜେଲରୁ ମୁକୁଳିଛନ୍ତି। ବିହାର ପ୍ରିଜନ ମାନ୍ୟୁଆଲ ୨୦୧୨ରେ ସଂଶୋଧନ କରି ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା। ତାଙ୍କ ପୁଅ ଆରଜେଡି ଟିକେଟରୁ ବିଧାୟକ ମଧ୍ୟ ରହିଛନ୍ତି। ତଥାପି ଆନନ୍ଦ ମୋହନ ଆରଜେଡି ସାଂସଦ ମନୋଜ ଝାଙ୍କୁ ସମାଲୋଚନା କରିଛନ୍ତି।

Bihar RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe