Advertisment

ଇସ୍ତଫା ଦେଲେ ଚଣ୍ଡିଗଡ଼ ମେୟର; ବିଜେପିରେ ମିଶିଲେ ଆପର ୩ ଜଣ କାଉନସିଲର

୮ ଖଣ୍ଡ ଭୋଟ୍ ନାକଚ ହେବାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ଆପ୍ ଓ କଂଗ୍ରେସ। ଆଜି ଶୁଣାଣି ହେବାର ଥିଲା, ଏହା ପୂର୍ବରୁ ବଦଳି ଯାଇଛି ରାଜନୀତି ଗଣିତ।

ଅଦ୍ୟତନ ହୋଇଛି
BJP Supporters

BJP Supporters

Advertisment

ଚଣ୍ଡିଗଡ଼ ମେୟର ଇଲେକ୍ସନରେ ଆସିଛି ଟ୍ୱିଷ୍ଟ। ​​ଭୋଟ୍ ଗଣତିରେ ଚଞ୍ଚକତା ଅଭିଯୋଗ କରି ଆପ୍ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଦଳର ତିନି ଜଣ ନବ ନିର୍ବାଚିତ କାଉନସିଲର ବିଜେପିରେ ଯୋଗ ଦେଇସାରିଲେଣି। ସେପଟେ ବିଜେପି ପକ୍ଷରୁ ବିଜୟୀ ହୋଇଥିବା ମେୟର ମନୋଜ ସୋନକର ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ପ୍ରକାଶ ଥାଉ କି, ଗତ ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳ ପ୍ରକାଶ ପାଇଥିଲା। ଏଠାରେ ଇଣ୍ଡିଆ ମେଣ୍ଟର କଂଗ୍ରେସ ଓ ଆପ୍ ମିଳିତ ଭାବେ ନିର୍ବାଚନ ଲଢୁଥିଲେ। ବିଜେପି ୧୬ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ଓ ଆପକୁ ମିଳିତ ଭାବେ ୨୦ ଖଣ୍ଡ ମିଳିଥିଲା। କିନ୍ତୁ ସେମାନଙ୍କର ୮ଟି ଭୋଟକୁ ନାକଚ ବା ଅବୈଧ ଘଷଣା ହୋଇଥିଲା। ଫଳରେ କଂଗ୍ରେସ ଓ ଆପ୍ ପ୍ରାର୍ଥୀ କୁଳଦୀପ ସିଂହଙ୍କୁ ପରାସ୍ତ କରି ବିଜେପିର ମନୋଜ ସୋନକର ବିଜୟୀ ହୋଇଥିଲେ।

ଆପ୍ ଏହି ଫଳାଫଳକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଭୋଟ୍ ଗଣତିରେ ଚଞ୍ଚକତା ହୋଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ଓ ଆପ୍। ସେମାନେ ଅଭିଯୋଗ କରିଥିଲେ ଯେ, ବିଜେପି ନିର୍ବାଚନୀ ନିୟମ ଉଲ୍ଲଙ୍ଘନ କରିବା ସହ ଫର୍ଜରୀ କରିଛି। ପ୍ରିଜାଇଡିଂ ଅଫିସର ବାଲାଟ୍ ପେପରକୁ ନଷ୍ଟ କରିବାର ଭିଡିଓ ଫୁଟେଜର ମଧ୍ୟ ପ୍ରମାଣ ଦେଇଥିଲେ କଂଗ୍ରେସ ଓ ଆପ୍।

Advertisment

ଫେବ୍ରୁଆରୀ ୫ରେ ଏ ଉପରେ ଶୁଣାଣି କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ପ୍ରିଜାଇଡିଂ ଅଫିସରଙ୍କ ଭିଡିଓ ଦେଖିବା ପରେ କଡା ଭାଷାରେ ନିନ୍ଦା କରିଥିଲେ। ରିଟର୍ଣ୍ଣିଂ ଅଫିସର ଯାହା କରିଛନ୍ତି ତାହା ଗଣତନ୍ତ୍ରର ହତ୍ୟା ଭଳି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ସେ ବାଲାଟ ପେପରକୁ ନଷ୍ଟ କରୁଛନ୍ତି। ଉକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ। 

ଆଜି ଅଦାଲତ ପରବର୍ତ୍ତୀ ଶୁଣାଣି କରିଥାନ୍ତେ। ହେଲେ ଏହା ପୂର୍ବରୁ ରାଜନୀତି ଗଣିତ ବଦଳିଯାଇଛି। ଗତକାଲି ସନ୍ଧ୍ୟାରେ ଆପର ତିନି ଜଣ କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ବର୍ତ୍ତମାନ ବିଜେପିର କାଉନସିଲରଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ତେବେ ଆଗକୁ କି ଫଳାଫଳ ଆସୁଛି ତା' ଉପରେ ସମସ୍ତଙ୍କ ନଜର। 

Supreme Court Chandigarh Mayor Election Chandigarh Mayor Chandigarh News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe