/odisha-reporter/media/post_attachments/uploadimage/library/16_9/16_9_0/AAP_1717483802.jpg)
AAP
ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଇଣ୍ଡିଆ ମେଣ୍ଟ ପାଇଁ ଖରାପ ଖବର ଆସିଛି। ଏହି ଆସନରେ କଂଗ୍ରେସ ଓ ଆପ୍ର ମିଳିତ ପ୍ରାର୍ଥୀ କହ୍ନୈୟା କୁମାର ପଛରେ ରହିଛନ୍ତି।
କହ୍ନୈୟା କୁମାରଙ୍କ ମୁକାବିଲା ବିଜେପିର ପ୍ରାର୍ଥୀ ତଥା ଦୁଇ ଥରର ସାଂସଦ ମନୋଜ ତିୱାରୀଙ୍କ ସହ ହେଉଛି। ବର୍ତ୍ତମାନ ସୁଦ୍ଧା କହ୍ନୈୟା କୁମାର ୫୫ ହଜାର ଭୋଟରେ ପଛରେ ରହିଛନ୍ତି। ମନୋଜ ତିୱାରୀଙ୍କ ସପକ୍ଷରେ ୨.୫ ଲକ୍ଷରୁ ଅଧିକ ଭୋଟ ପଡ଼ି ସାରିଛି।
ମନୋଜ ତିୱାରୀ ୨,୫୦,୬୧୧ ଖଣ୍ଡ ଭୋଟ ପାଇଥିବା ବେଳେ କହ୍ନୈୟା କୁମାର ୧,୯୪,୮୦୫ଖଣ୍ଡ ଭୋଟ ପାଇଛନ୍ତି। ଏହାର ଅର୍ଥ ସେ ମନୋଜ ତିୱାରୀଙ୍କ ଠାରୁ ୫୫,୮୦୬ ଖଣ୍ଡ ଭୋଟ ପଛରେ ରହିଛନ୍ତି। ବିଏସ୍ପିର ଅଶୋକ କୁମାର ଅଶୋକ କୁମାର ୩୫୮୨ ଖଣ୍ଡ ଭୋଟ ପାଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରୁ ହିଁ ମନୋଜ ତିୱାରୀ ଏଠାରେ ଲିଡ ହାସଲ କରିଥିଲେ। ସମୟ ବଢ଼ିବା ସହ ତାଙ୍କ ଭୋଟ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୯ରେ କହ୍ନୈୟା କୁମାର ବିହାରର ବେଗୁସରାଇରୁ ସିପିଆଇ ଟିକେଟରୁ ନିର୍ବାଚନ ଲଢ଼ିଥିଲେ।
କିନ୍ତୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ହାରିବାକୁ ପଡ଼ିଥିଲା। ୨୦୨୪ରେ ସେ କଂଗ୍ରେସ ଟିକେଟରୁ ଲଢ଼ୁଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ଆପ୍ ସମର୍ଥନ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
