Advertisment

ଗଞ୍ଜାମ ଖେଳ ବିଗାଡ଼ିବେ ପ୍ରଦୀପ! BJPରେ ମିଶିଲେ ମାଳ ମାଳ BJD ନେତା

ପଦ୍ମ ଧରି ପାୱାର ଶୋ’ ଦେଖାଇବା ପରେ ଗଞ୍ଜାମ ରାଜନୀତିକୁ ନାନା ଚର୍ଚ୍ଚା। ଦକ୍ଷିଣ ଓଡ଼ିଶାରେ କ’ଣ ରହିବ ପ୍ରଦୀପଙ୍କ ଭୂମିକା? ଆଉ କ’ଣ ଫାଇଦା ପାଇବ ବିଜେପି?

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ଗଞ୍ଜାମରେ ଦମ୍‌ ଦେଖାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଉ ତାଙ୍କ ହାତ ଧରି ବିଜେପିରେ ସାମିଲ ହୋଇଛନ୍ତି ଗଣ୍ଡା ଗଣ୍ଡା ବିଜେଡି ନେତା। ଆଗକୁ ବହୁ ନେତା ଦଳ ଛାଡ଼ିବେ ବୋଲି ଇଶାରା ଦେଇଛନ୍ତି ପ୍ରଦୀପ। ଯାହାକୁ ନେଇ ବିଜେଡି ଶିବିରରେ ଛନକା ପଶିଛି। ତେଣୁ ଚର୍ଚ୍ଚା ହେଉଛି ପ୍ରଦୀପ ବିଗାଡ଼ି ଦେବେ ବିଜେଡିର ସବୁ ଗଣିତ।

Advertisment

ଆଜି ଗଞ୍ଜାମ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ଗସ୍ତ ଅବସରରେ ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ବାହାରିଥିଲା ପ୍ରଦୀପଙ୍କ ବିଶାଳ ଶୋଭାଯାତ୍ରା। ବାଇକ୍‌ ଶୋଭାଯାତ୍ରା ସହ ବିଶାଳ ପଟୁଆରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ଆଜି ବିଜେପିରେ ସାମିଲ ହୋଇଥିଲେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ. ଅନିଲ କୁମାର, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା, ପୂର୍ବତନ କାଉନସିଲର ବଦ୍ରି ନାୟକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନାଙ୍କ ସହ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି। ଅନ୍ୟ ପଟେ ରାଜନାଥଙ୍କ ଉପସ୍ଥିତିରେ ସମାନ ଡାଇଲଗ୍‌ ରିପିଟ କରିଛନ୍ତି ପ୍ରଦୀପ। କହିଛନ୍ତି ମିଶନ ହିଞ୍ଜିଳିରୁ ଆରମ୍ଭ ହେବ। ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି ପ୍ରଦୀପ କହିଛନ୍ତି।

ପଦ୍ମ ଧରି ପାୱାର ଶୋ’ ଦେଖାଇବା ପରେ ଗଞ୍ଜାମ ରାଜନୀତିକୁ ନାନା ଚର୍ଚ୍ଚା। ଦକ୍ଷିଣ ଓଡ଼ିଶାରେ କ’ଣ ରହିବ ପ୍ରଦୀପଙ୍କ ଭୂମିକା? ଆଉ କ’ଣ ଫାଇଦା ପାଇବ ବିଜେପି? କୁହାଯାଉଛି ବିଜେଡି ଗଞ୍ଜାମ ଗଡରେ ଏବେ ଫାଟ ଜଳ ଜଳ। ଦିଗପହଣ୍ଡି ଆସନରେ ପ୍ରବଳ ଅନ୍ତଃକନ୍ଦଳ। ଏଠି ଦିବଙ୍ଗତ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର ଆଉ ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ନିକଟରେ ବିପିନଙ୍କ ଗୋଷ୍ଠୀ ବ୍ଲକ୍‌ ଦଖଲ କରିଛନ୍ତି।

Advertisment

ସେହିପରି ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରା ବନାମ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଏମିତିକି 'ସୁବାସ ହଟାଅ, ବିଜେଡି ବଞ୍ଚାଅ' ସମାବେଶ କରିଥିଲେ ବିଜେଡି ନେତା ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ। ଆଉ ଆସ୍‌କାରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଅ ନଚିକେତା ସ୍ୱାଇଁଙ୍କ ଗୋଷ୍ଠୀ ବିରୋଧରେ ଦଳ ଭିତରେ ତୀବ୍ର ଅସନ୍ତୋଷ। ମା-ପୁଅ ହଟାଅ ମଞ୍ଚ ଗଢ଼ିଛନ୍ତି ଖୋଦ ବିଜେଡି ନେତା। ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ବୁଗୁଡ଼ା ବ୍ଳକ୍‌ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବିବାଦ। ଏମତି ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଯେହେତୁ ପ୍ରଦୀପ ଦୀର୍ଘ ଦିନ ଧରି ବିଜେଡିର ଗଞ୍ଜାମ ଦାୟିତ୍ୱରେ ଥିଲେ, ତେଣୁ ନିଶ୍ଚିତ ଭାବେ ଫାଇଦା ବିଜେପିକୁ ଯାଇପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।

ଆଜି ପ୍ରଦୀପଙ୍କ ସହ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହେବା ପରେ ଚର୍ଚ୍ଚା ହେଉଛି, ଆଗକୁ ଗଞ୍ଜାମରେ ବହୁ ହେଭିୱେଟ ଦଳ ପରିବର୍ତ୍ତନ କରିପାରନ୍ତି। ତାଙ୍କ ସହ ଅନେକ ବିଜେଡି ନେତା ଟଚ୍‌ରେ ଥିବା ନେଇ ପ୍ରଦୀପ ମଧ୍ୟ ଇଶାରା ଦେଇଛନ୍ତି। ତେଣୁ ଯଦି କନ୍ଦଳ ନଥମେ ତାହେଲେ, ପ୍ରଦୀପ ସମୀକରଣ ଶାସକ ଦଳ ପାଇଁ ଅଡୁଆ ହୋଇପାରେ।

BjD Bjp Ganjam Pradeep Panigrahi Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe