Advertisment

ଆଜି ପୁଣି ବିଜେପିରେ ମିଶିଲେ ବହୁ ବିଜେଡି କର୍ମୀ, ବବିଙ୍କ ଦାୟିତ୍ୱରେ ଥିବା ଜିଲ୍ଲାରେ ଭୁଷୁଡ଼ୁଛି ବିଜେଡି

ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ପୂର୍ବତନ ବିଜେଡି ନବୀନ ନନ୍ଦ ଓ ଭାଦୋବ ହାଁସଦା ନିଜର ଶହ ଶହ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବାପରେ ଆଜି ପୁଣି ଢେଙ୍କାନାଳ ଜିଲ୍ଲାର ବହୁ ଆଗଧାଡ଼ିର ବିଜେଡି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଅଛନ୍ତି, ସେଠାରେ ଦଳର ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତକାଲି ବବିଙ୍କ ନିଜ ମାମୁ ଭବାନୀଶଙ୍କର ଜଗଦେବ ବିଜେପିରେ ମିଶିଥିଲେ। ବବି ଦଳୀୟ ପର୍ଯ୍ୟବେକ୍ଷକ ଥିବା ଢେଙ୍କାନାଳ ଜିଲ୍ଲାରେ ଗତକାଲି ଓ ଆଜି  ଶହ ଶହ ବିଜେଡି କର୍ମୀ ଓ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି। ଏପରିକି ଦଳୀୟ ପର୍ଯ୍ୟବେକ୍ଷକ ନଥାଇ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ସଂଗଠନକୁ ନିଜ ଦଖଲରେ ରଖିଥିବା ବବିଙ୍କ ପାଇଁ ସେହି ଜିଲ୍ଲାରୁ ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡ଼ିବାରେ ଲାଗିଥିବା ଜଣାପଡ଼ିଛି ।

Advertisment

ଗତକାଲି ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ପୂର୍ବତନ ବିଜେଡି ନବୀନ ନନ୍ଦ ଓ ଭାଦୋବ ହାଁସଦା ନିଜର ଶହ ଶହ ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହେବାପରେ ଆଜି ପୁଣି ଢେଙ୍କାନାଳ ଜିଲ୍ଲାର ବହୁ ଆଗଧାଡ଼ିର ବିଜେଡି ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଢେଙ୍କାନାଳର ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ନେତା କୋଦଣ୍ଡଧର ସାହୁ, ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ସନ୍ଥପୁରର ପୂର୍ବତନ ସରପଂଚ ପ୍ରଫୁଲ୍ଲ ବେହେରା, ଗୁଣ୍ଡୁରାପଶିର ପୂର୍ବତନ ସମିତି ସଭ୍ୟା ପ୍ରମିଳା ବେହେରା, ରତନପୁର ସମିତିସଭ୍ୟ ଜିତେନ୍ଦ୍ର ପ୍ରଧାନ, ଲେଥକାର ପୂର୍ବତନ ସରପଂଚ ଗୋବିନ୍ଦ ସେଠୀ, ଲେଥକା ପୂର୍ବତନ ସମିତି ସଭ୍ୟ ରଞ୍ଜନ ବେହେରା, ଲାଉଲରର ପୂର୍ବତନ ସରପଂଚ ଯୋଗେନ୍ଦ୍ର ସେଠୀଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ୱ ବିଜେଡି ନେତା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ନେତାମାନଙ୍କ ସହ ଗଦିଁଆ ବ୍ଲକର ବିଭିନ୍ନ ପଂଚାୟତର ଆଗଧାଡ଼ିର କର୍ମୀ ଓ ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ସେମାନଙ୍କୁ ଦଳରେ ସ୍ୱାଗତ କରିଥିଲେ।

ଅନ୍ୟପକ୍ଷରେ ବବି ପର୍ଯ୍ୟବେକ୍ଷକ ଥିବା ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ବିଜେଡି କନ୍ଦଳ ଏବେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ସମ୍ବଲପୁରରେ ଦଳୀୟ ସଂଗଠନ ଫାଳଫାଳ ହେବାକୁ ବସିଥିବା ବେଳେ ଅନୁଗୋଳ ଓ ଢେଙ୍କାନାଳରେ ବିଜେଡି କର୍ମୀମାନେ ଦଳ ଛାଡ଼ିବାରେ ଲାଗିଛନ୍ତି। କେନ୍ଦୁଝର ଓ ମୟୂରଭଞ୍ଜ ଭଳି ଖଣି ସମୃଦ୍ଧ ଜିଲ୍ଲାରେ ବବିଙ୍କ ହାକିମାତି ଯୋଗୁ ସେଠାରେ ବି ବିଜେଡି ପ୍ରତି କର୍ମୀ ଓ ଆଗଧାଡ଼ିର ନେତାମାନେ ବିମୁଖ ହେବାରେ ଲାଗିଲେଣି। ବବି ତାଙ୍କ ଉପରେ ନ୍ୟସ୍ତ ଏସବୁ ଜିଲ୍ଲାର କନ୍ଦଳକୁ ପ୍ରଶମିତ କରିବା ବଦଳରେ ଭୁବନେଶ୍ୱରର ଶଙ୍ଖ ଭବନରେ ବସି ଅନ୍ୟ ଜିଲ୍ଲାର ସଂଗଠନରେ ମୁଣ୍ଡ ଖେଳାଇ ସେଠାରେ ଦଳୀୟ ତିକ୍ତତାକୁ ବଢ଼ାଇବାରେ ଲାଗିଥିବା ଚର୍ଚ୍ଚା।

Advertisment
Bhubaneswar BjD Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe