Advertisment

କଂଗ୍ରେସ ଯୋଗାଯୋଗରେ ଅଛନ୍ତି ବହୁ ବିଜେଡି ନେତା: ମୋକିମ

ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରିନଥିଲା। ଯେଉଁଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା ବ୍ୟକ୍ତ କରିଥିଲେ। ତେଣୁ ପିସିସି କମିଟିକୁ ଭାଙ୍ଗି ଦେଇଥିଲେ।

ଅଦ୍ୟତନ ହୋଇଛି
Mohammed Moquim

Mohammed Moquim

Advertisment

ଓଡ଼ିଶାରେ ନୂଆ ପିସିସି ସଭାପତି ଚୟନ ହେଲା ପରେ ବହୁ ବିଜେଡି ନେତା କଂଗ୍ରେସରେ ସାମିଲ୍‌ ହେବେ। ବର୍ତ୍ତମାନ ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ଏହାଛଡ଼ା ଯେଉଁନେତାମାନେ କଂଗ୍ରେସ ଛାଡ଼ି ବିଜେଡି ଓ ବିଜେପି ଯାଇ ସେଠାରେ କୋଣଠେଶା ହୋଇ ରହିଛନ୍ତି, ସେମାନେ ମଧ୍ୟ ଫେରିବାକୁ ଚାହୁଁଛନ୍ତି। ପିସିସି ଗଠନ ହେବା ପରେ ସେସାନେ ଦଳରରେ ସାମିଲ୍‌ ହେବେ ବୋଲି ମୋକିମ୍‌ କହିଛନ୍ତି।

Advertisment

ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରିନଥିଲା। ଯେଉଁଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା ବ୍ୟକ୍ତ କରିଥିଲେ। ତେଣୁ ପିସିସି କମିଟିକୁ ଭାଙ୍ଗି ଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି। ଆଗାମୀ ସପ୍ତାହରେ ଆଲୋଚନା ପାଇଁ ଏଆଇସିସିରୁ ଦୁଇ ଜଣ ବରିଷ୍ଠ ସଦସ୍ୟ ଓଡ଼ିଶା ଗସ୍ତରେ ଆସିବେ। ସେମାନେ ଓଡ଼ିଶାର ତୃଣମୂଳ ସ୍ଥରରେ ଥିବା ନେତାମାନଙ୍କୁ ଭେଟି ଆଲୋଚନା କରିବେ। ଏହା ପରେ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ନୂଆ ମଙ୍ଗୁଆଳ ଚୟନ କରିବେ। ସିଏ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବା, ସେପରି ବ୍ୟକ୍ତିଙ୍କୁ ଚୟନ କରାଯିବ। ଦୀପାବଳି ପାଖାପାଖି ନୂଆ ପିସିସି ସଭାପତି ନାଁ ଘୋଷଣା କରାଯିବ ବୋଲି ମୋକିମ୍‌ କହିଛନ୍ତି।

Congress Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe