Advertisment

ବିଜେଡି ସଂଗଠନ ସମ୍ପାଦକଙ୍କ ଜିଲ୍ଲାର ବହୁ କର୍ମୀ ଛାଡ଼ିଲେ ଦଳ

ବିଜେଡି ସାଂଗଠନିକ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଯାଜପୁର ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡି କର୍ମୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।

ଅଦ୍ୟତନ ହୋଇଛି
undefined

Pranab Prakash Das

Advertisment

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିଜ ଜିଲ୍ଲା ଯାଜପୁରରୁ ବହୁ ବିଜେଡି କର୍ମୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ବିଜେଡି ସାଂଗଠନିକ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଯାଜପୁର ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ଆରତୀ ଦେଓଙ୍କ ସମେତ ବହୁ ବିଜେଡି କର୍ମୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।

Advertisment

ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ ଆରତୀ ଦେଓ ଓ ବହୁ ସଂଖ୍ୟାଲଘୁ ସମୁଦାୟର ନେତାମାନଙ୍କୁ ଦଳରେ ସ୍ୱାଗତ କରିବା ସହ ଏହି ମିଶ୍ରଣ ଦ୍ୱାରା ଯାଜପୁର ଜିଲ୍ଲାରେ କଂଗ୍ରେସ ସଂଗଠନ ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ସଂଯୋଜନାରେ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ବିଜେଡି ଛାଡ଼ି ଆସିଥିବା ସମସ୍ତ କର୍ମୀମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ଦେଓ କହିଥିଲେ ଯେ, ଯାଜପୁର ଜିଲ୍ଲାରେ କଂଗ୍ରେସ ସୁଦୃଢ଼ କରିବା ପାଇଁ ସେ ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖବେ । ଶ୍ରୀମତୀ ଦେଓଙ୍କ ସହ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଅନ୍ୟ ନେତୃବୃନ୍ଦ ହେଲେ ସେକ୍ ଇମତିୟାଜ ଖାନ୍‌, ଏସକେ. ଅଲ୍ଲହାଜ ଅଲ୍ଲୀ, ମନୋଜ ଜେନା, ମଙ୍ଗୁ ମହାନ୍ତି, ଅନନ୍ତ ଘଡ଼େଇ, ନରେଶ ବେହୁରିଆ, ମମିତା ମଲ୍ଲିକ, ଅଲିଭା ଘଡ଼େଇ, ସନ୍ଧ୍ୟା ମଲ୍ଲିକ, ଦିପୁ ମଲ୍ଲିକ, ଗୋପାଳ ଜେନା ଓ ପ୍ରକାଶ ଦେଓ ପ୍ରମୁଖଙ୍କ ସମେତ ବହୁ କର୍ମୀ ରହିଛନ୍ତି ।

ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ନିଜ ଜିଲ୍ଲାରୁ କର୍ମୀମାନେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ୁଥିବାରୁ ତାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ମାନସ ଚୌଧୁରୀ,ବିଶ୍ୱଜିତ୍ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ପ୍ରସାଦ ବେହୁରା, ରଜନୀ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Advertisment
BjD Jajpur Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe