Advertisment

ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ ଉନ୍ମୋଚିତ: ନବୀନଙ୍କ ନାଁ ନନେଇ ଦେଇଛନ୍ତି ବହୁ ତଥ୍ୟ

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି ।

ଅଦ୍ୟତନ ହୋଇଛି
Comedy In Khaki

Comedy In Khaki

Advertisment

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି । ଯେଉଁଥିରେ ଶ୍ରୀ ମିଶ୍ର ଅତ୍ୟନ୍ତ ବ୍ୟଙ୍ଗାତ୍ମକ ଶୈଳୀରେ ନବୀନ ଓ ତାଙ୍କ କାର୍ଯ୍ୟଶୈଳୀକୁ କଟାକ୍ଷ କରିଛନ୍ତି।

Advertisment

ସୋମବାର ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଶ୍ରୀ ମିଶ୍ରଙ୍କ ଭାଇ ତଥା ପୂର୍ବତନ ଆଇଏଏସ୍ ପ୍ରସନ୍ନ ମିଶ୍ର, ପୂର୍ବତନ ଆଇପିଏସ୍ ବିବି ମିଶ୍ର ଓ ଆଇଆଇଏମଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ ଉପସ୍ଥିତ ଥିଲେ। ସ୍କୁଲରେ ଖରାପ କ୍ୟାରିୟରରୁ ଆଇପିଏସ୍ ହେବା ଯାଏଁ ନିଜର ଜୀବନଯାତ୍ରା ବିଷୟରେ ସେ ଏହି ପୁସ୍ତକରେ ଲେଖିଛନ୍ତି। ନିଜ ଚାକିରି ଜୀବନ ଓ ଦୈନନ୍ଦିନ ଜୀବନର କିଛି କଥାକୁ ସେ ଏହି ବହିରେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି।

ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ନବୀନଙ୍କ ନାଁ ନେଇ ବିଧାନସଭାରେ ନିଜ ବିଭାଗର ଉତ୍ତର ଦେବାକୁ ନବୀନ କିଭଳି ଏଡ଼ାଇ ଯାଉଥିଲେ ଓ କେଉଁ କୌଶଳ ଆପଣାଉଥିଲେ ତାହା ଉଜାଗର କରିଛନ୍ତି। ପ୍ରଥମେ ପ୍ରଥମେ ବିଧାନସଭାରେ ଉତ୍ତର ରଖିବାକୁ ଯାଇ କିଭଳି ହଟହଟା ହେଉଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନର ପ୍ରଶ୍ନକର୍ତ୍ତାଙ୍କୁ କିଭଳି ଅନୁପସ୍ଥିତ ରହିବାକୁ କୁହାଯାଉଥିଲା ସେସବୁ ଟ୍ରିକ୍ ଆପଣାଇଥିଲେ ନବୀନ। ପ୍ରଥମ ଦିନରେ ଜଣେ ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ନବୀନ କୁଆଡ଼େ ପଢ଼ିଥିଲେ। କିନ୍ତୁ ସେହି ପ୍ରଶ୍ନ ଆଧାରରେ ଅନ୍ୟ ବିଧାୟକମାନେ ଯେଉଁ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ ଯଦିଓ ତା’ର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ପାଇଁ ତାଙ୍କୁ ଆଗରୁ ଅଧିକାରୀମାନେ ପ୍ରସ୍ତୁତ କରିଥିଲେ. ତଥାପି ନବୀନ ଯେଉଁ ଉତ୍ତର ବିଧାନସଭାରେ ରଖିଥିଲେ ତାହା କେଉଁଥିରେ ବି ତାଳମେଳ ହେଉନଥିଲା। ଏମିତିକି ୨ରୁ ୩ଟି ପ୍ରଶ୍ନର ଉତ୍ତର ତାଳମେଳ ନଖାଇବାରୁ ବିଧାନସଭାରେ ବିଧାୟକମାନେ ହୋ-ହାଲ୍ଲା କରିଥିଲେ। ପରେ ବାଚସ୍ପତି ତାଙ୍କୁ ଭଲଭାବେ ପ୍ରସ୍ତୁତ ହୋଇ ଆସିବାକୁ ବି କହିଥିଲେ।

Advertisment

ସେହିପରି ଆଉ ଏକ ଘଟଣାକ୍ରମର ଉଲ୍ଲେଖ କରି ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ। ଭିଡ଼ ଅଧିକ ହୋଇଗଲା। ସାଧାରଣ ଲୋକେ ଗୋଟିଏ ପରେ ଗୋଟିଏ ଲମ୍ବା ଅଭିଯୋଗ ତାଲିକା ଧରି ନବୀନଙ୍କ ଆଗରେ ରଖିଥିଲେ। ଲମ୍ବା ସମୟ ଧରି ଲୋକେ ଅଭିଯୋଗ କରୁଥିଲେ। ନବୀନ ଭାବୁଥିଲେ ଲୋକଙ୍କ ପାଇଁ ତାଙ୍କ ଚେହେରା ଯଥେଷ୍ଟ। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବାବଳେ ବିରକ୍ତ ହୋଇ ଚିହିଁକି ଉଠିଲେ। ରାଗରେ ଗୁଣୁଗୁଣୁ ହୋଇଥିଲେ। ସ୍ଥାନୀୟ ବିଧାୟକଙ୍କୁ ଡାକିବାକୁ ହିନ୍ଦିରେ ନିର୍ଦ୍ଦେଶ ଦେଲେ। ସେଠାକାର ବିଧାୟକ ଖୋଦ୍ ଯେ ସିଏ ତାହା କହିବାକୁ କେହି ସାହସ କରିନଥିଲେ। କିଛି ସମୟ ପରେ ନବୀନ ପୁଣି ଥରେ ବିରକ୍ତ ହୋଇ ‘ୟାହାଁ କା ଏମଏଲଏ କୋ ଜଲଦି ବୁଲାଓ’ କହିଥିଲେ।

ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପ୍ ଥିବାବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ତା’ପରେ ନବୀନ ଜାଣିବାକୁ ପାଇଥିଲେ ଏଠି ବଂଚିବାର ସବୁ ରାସ୍ତା ବନ୍ଦ ହୋଇଯାଇଛି। ଆଉ ତାଙ୍କ ମୁହଁ ଯେମିତି ଗୋଟିଏ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡ଼ାଇ ନେଲାଭଳି ହୋଇଯାଇଥିଲା ବୋଲି ଶ୍ରୀ ମିଶ୍ର ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି।

Odisha Odisha Police Naveen Patnaik Prakash Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe