Advertisment

୪୫ ବର୍ଷ ହେଲା ବାହା ହେଲିଣି ବୋଲି କାହିଁକି କଂଗ୍ରେସ ମୁଖିଆଙ୍କୁ କହିଲେ ଉପ ରାଷ୍ଟ୍ରପତି?

କଂଗ୍ରେସ ସଭାପତି ଖଡଗେ ରୁଲ ୨୬୭ ଅଧୀନରେ ମଣିପର ହିଂସା ପ୍ରସଙ୍ଗରେ ଆଲୋଚନା କରିବାକୁ ଯୁକ୍ତି ରଖିଥିଲେ। କିନ୍ତୁ ଅଧ୍ୟକ୍ଷ କହିଥିଲେ ଯେ ରୁଲ ୧୭୬ ଅଧୀନରେ ସରକାର ଆଲୋଚନା ପାଇଁ ରାଜି ଅଛନ୍ତି।

Congress

Congress

Advertisment

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜବଦୀପ ଧନକର ଓ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟସଭା ଭିତରେ ସେମାନଙ୍କ କଥାବାର୍ତ୍ତା ଶୁଣି ସବୁ ସଦସ୍ୟ ହସି ହସି ବେଦମ ହୋଇଯାଇଛନ୍ତି।

Advertisment

ଗୃହରେ ମଣିପୁର ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ଦଳର ସାଂସଦ ମୁହାଁମୁହିଁ ହେଉଥିବା ବେଳେ ହଠାତ୍‌ ଅଧ୍ୟକ୍ଷ ଧନକର ଏବଂ ଖଡଗେଙ୍କ କଥା ଶୁଣି ସମସ୍ତେ ହସିଥିଲେ। କିନ୍ତୁ ଖଡେଗ ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷକ ଧନକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡିଫେଣ୍ଡ କରୁଛନ୍ତି ବୋଲି କହିଥିଲେ ସେତେବେଳେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

କଂଗ୍ରେସ ସଭାପତି ଖଡଗେ ରୁଲ ୨୬୭ ଅଧୀନରେ ମଣିପର ହିଂସା ପ୍ରସଙ୍ଗରେ ଆଲୋଚନା କରିବାକୁ ଯୁକ୍ତି ରଖିଥିଲେ। କିନ୍ତୁ ଅଧ୍ୟକ୍ଷ କହିଥିଲେ ଯେ ରୁଲ ୧୭୬ ଅଧୀନରେ ସରକାର ଆଲୋଚନା ପାଇଁ ରାଜି ଅଛନ୍ତି। ଏହାକୁ ନେଇ ୨ ସପ୍ତାହ ହେଲାଣି ରାଜ୍ୟସଭାରେ ହଟ୍ଟଗୋଳ ଜାରି ରହିଛି।

Advertisment

ଖଡଗେ ଆଜି କହିଥିଲେ ଯେ “ରୁଲ ୨୬୭ ଅଧୀନରେ ଦିଆଯାଇଥିବା ନୋଟିସର ଅର୍ଥ ଗୃହର ସବୁ କାର୍ଯ୍ୟକୁ ଅଲଗା ରଖାଯିବ ଓ ପ୍ରମୁଖ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ। ଏହା ପ୍ରଚଳିତ ନିୟମ। ମୁଁ ବୁଝି ପାରୁନି ଏହା କେମିତି ଗୋଟିଏ ସମ୍ମାନର ପ୍ରସଙ୍ଗ ପାଲଟିଲା? 

ଆପଣ ଆମକୁ କହିଥିଲେ ଯେ ରୁଲ ୨୬୭ ଅଧୀନରେ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ କାରଣ କହିବାକୁ ପଡ଼ିବ। ଆମେ ମଧ୍ୟ ଆପଣଙ୍କୁ କାରଣ କହିଛୁ। ଗତକାଲି ମୁଁ ଆପଣଙ୍କୁ ଅନୁରୋଧ କରିଥିଲି। କିନ୍ତୁ ମୋତେ ଲାଗୁଛି ଆପଣ ରାଗି ଯାଇଥିଲେ।” ଏହା ଶୁଣି ସାଂସଦମାନେ ହସିଥିଲେ।

ଅଧ୍ୟକ୍ଷ ମଧ୍ୟ ହସିଥିଲେ ଓ କହିଥିଲେ, “ମୁଁ ଜଣେ ବିବାହିତ ପୁରୁଷ। ମୋ ବାହାଘରକୁ ୪୫ ବର୍ଷରୁ ଅଧିକ ହେଲାଣି। ମୁଁ କେବେ ରାଗେ ନାହିଁ।” ଏହା ଶୁଣି ପୁଣି ସବୁ ସାଂସଦ ହସିବାରେ ଲାଗିଥିଲେ।

ଏହାପରେ ଅଧ୍ୟକ୍ଷ ଧନକର କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଉଦାହରଣ ଦେଇଥିଲେ। ସେ କହିଥିଲେ, “ଶ୍ରୀ ଚିଦାମ୍ବରମ ଜଣେ ବରିଷ୍ଠ ତଥା ପରିଚିତ ଓକିଲ। ସେ ସବୁ ଜାଣିଛନ୍ତି। ଜଣେ ବରିଷ୍ଠ ଓକିଲ ହିସାବରେ ଆମେ ଆମର ରାଗ ପ୍ରଦର୍ଶନ କରିବାର ଅଧିକାର ପାଇ ନାହୁଁ। ବିଶେଷ କରି ଆମ ଅଧିକାରୀମାନଙ୍କୁ ଆମେ ଏହା ଦେଖାଇ ନଥାଉ। ଆପଣ(ଖଡଗେ) ଜଣେ ଅଧିକାରୀ ସାର୍‌।’

ଅଧ୍ୟକ୍ଷ ଧନକର ଗୃହରେ ଖଡଗେଙ୍କୁ ନିଜର ମନ୍ତବ୍ୟରେ କିଛି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଉଥିବା ବେଳେ ସେ କହିଥିଲେ, “ଆପଣ ଏହା(ରାଗ) ଦେଖାଉ ନାହାନ୍ତି। କିନ୍ତୁ ଭିତରେ ଆପଣ ରାଗୁଛନ୍ତି।” ପୁଣିଥରେ ଏପରି କଥା ଶୁଣି ସବୁ ସାଂସଦ ଓ ନିଜେ ଅଧ୍ୟକ୍ଷ ମଧ୍ୟ ହସିଥିଲେ।

Jagdeep Dhankar Mallikarjun Kharge Rajyasabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe