Advertisment

ଓଡ଼ିଶା ଦଖଲ ପାଇଁ ମିଶନ୍ ମୋଡରେ ବିଜେପି

ସଂସଦୀୟ କ୍ଷେତ୍ର ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ଦଳର ତୁଙ୍ଗ ନେତା।

BJP

BJP

Advertisment

ଓଡ଼ିଶା ଦଖଲ ପାଇଁ ମିଶନ୍ ମୋଡରେ ବିଜେପି। ପ୍ରାର୍ଥୀ କସରତ ପରେ ପ୍ରଚାରକୁ ଗୁରୁତ୍ୱ। ମାହୋଲ ବନାଇବାକୁ ବିଜେପି କରୁଛି ମାନସମନ୍ଥନ। ନିର୍ବାଚନ ପରିଚାଳନା ବୈଠକରେ ଚୂଡାନ୍ତ ହେଲା ପ୍ରଚାର ଷ୍ଟ୍ରାଟେଜି। ୨୧ ଲୋକସଭାରେ ୨୧ଟି ବଡ଼ ସଭା କରିବାକୁ ଯାଉଛି ବିଜେପି। ସମାନ ଢାଞ୍ଚାରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ହେବ ସଭା। ସଂସଦୀୟ କ୍ଷେତ୍ର ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ଦଳର ତୁଙ୍ଗ ନେତା। ସେହିପରି ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ ଯୋଗୀ ଆଦିତ୍ୟନାଥ, ହେମନ୍ତ ବିଶ୍ୱଶର୍ମା, ବିଷ୍ଣୁ ଦେଓ ସାଇ, ଭୂପେନ୍ଦ୍ର ପଟେଲ, ପୁଷ୍କର ସିଂ ଧାମିଙ୍କ ଭଳି ବିଭିନ୍ନ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଆହୁରି ବହୁ ପରିଚିତ ଚେହେରା।

Advertisment

କ୍ଷେତ୍ରୀୟ ପ୍ରଭାରୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ ପରିଚାଳନା ବୈଠକରେ ଫାଇନାଲ ହୋଇଛି ପ୍ରଚାର ରଣନୀତି। ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢିଥିବା ବେଳେ ଖାଲି ସାଧାରଣ ସଭା ନୁହେଁ, ବଡ ବଡ ରୋଡ ଶୋ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ। ଏପଟେ ବିଜେଡି କହିଛି ଏସବୁର କୌଣସି ପ୍ରଭାବ ପଡିବନି।

ଅନ୍ୟପଟେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ମଧ୍ୟ ସାମ୍ନାକୁ ଆଣିବ ବିଜେପି। ଚାର୍ଜସିଟରେ କ’ଣ କ’ଣ ରହିବ ସେ ନେଇ ବୈଠକରେ ଫାଇନାଲ ହୋଇଛି। ଓଡ଼ିଶା ଶାସନ ହାଇଜାକ, କଣ୍ଢେଇ ସରକାର, ଓଡ଼ିଆ ଅସ୍ମିତା, ଅଣଓଡ଼ିଆ ବାବୁରାଜ, ବିଜେଡିର ମାଳ ମାଳ ନେତା ମନ୍ତ୍ରୀଙ୍କ ନାଁରେ ମାମଲା, ମହିଳା ବିରୋଧୀ ଅପରାଧରେ ବିଜେଡି ନେତାଙ୍କ ସଂପୃକ୍ତି ଆଦି ପ୍ରସଙ୍ଗ ଚାର୍ଜସିଟ୍‌ରେ ରହିବ। ମୋଦି ସରକାରର ଯୋଜନା ହାଇଜାକ୍ ସହ ତୃଣମୂଳ ସ୍ତରରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବାରେ ରାଜ୍ୟ ସରକାର କେମିତି ବାଧକ ସାଜିଛନ୍ତି ତାକୁ ମଧ୍ୟ ଚାର୍ଜସିଟରେ ରଖିବ ଦଳ। ଏହା ସହ ରାଜ୍ୟରେ ବେକାରୀ ସ୍ଥିତି, ଶିକ୍ଷକ ଅଭାବ, ଡାକ୍ତର ମରୁଡି, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ହସ୍ପିଟାଲକୁ ପୋଷିବା କଥା ବି ଉଲ୍ଲେଖ କରିବ ଦଳ।

Advertisment

ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ମେଣ୍ଟ ଚର୍ଚ୍ଚା, ବିଜେପି ମାହୋଲକୁ ଏକ ପ୍ରକାର ଗୋଳିଆ କରିଥିଲା। କିନ୍ତୁ ଏକାକୀ ଲଢିବା ଘୋଷଣା ପରେ ଯୋଶରେ ଅଛନ୍ତି ନେତା ଓ କର୍ମୀ। ରାଜ୍ୟ ବିଜେପିର ଏହି ପ୍ରଚାର ଷ୍ଟ୍ରାଟେଜି କେତେ ପ୍ରଭାବୀ ହୋଇ ପାରୁଛି ତା ଉପରେ ସମସ୍ତଙ୍କ ନଜର।

Bjp 2024 Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe