Advertisment

BSP ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା, ୮ ଜଣଙ୍କୁ ବାନ୍ଧିଲା ପୁଲିସ

ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି (BSP) ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି।

author-image
Debibandita Barick
Handcuff

Handcuff

ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି (BSP) ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ପ୍ରାଥମିକ ତଦନ୍ତ ବେଳେ ପଚରା ଉଚରା କରୁଥିବା ୮ ଜଣଙ୍କୁ ଗିରଫ କରିଛି ପୁଲିସ। ଗତକାଲି ସନ୍ଧ୍ୟାରେ ଆର୍ମଷ୍ଟ୍ରଙ୍ଗଙ୍କୁ ଛୁରୀ ଭୁଶି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୃତ୍ତ।

Advertisment

ଏହି ଘଟଣାରେ ପାର୍ଟି ସୁପ୍ରିମୋ ମାୟାବତୀ ଶୋକ ପ୍ରକାଶ କରିବା ସହ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ଓ ଚିନ୍ତାଜନକ ବୋଲି କହିଛନ୍ତି। ଏଥିସହ ଦୋଷୀଙ୍କ ବିରୁଦ୍ଧର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ମାୟାବତୀ। ଆସନ୍ତାକାଲି ସେ ଆର୍ମଷ୍ଟ୍ରଙ୍ଗଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଚେନ୍ନାଇ ଗସ୍ତ କରିବେ।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆର୍ମଷ୍ଟ୍ରଙ୍ଗ୍ ତାଙ୍କ ଘରକୁ ଯାଉଥିଲେ। ଘର ଗେଟକୁ ପ୍ରବେଶ କରିବା ସମୟରେ କିଛି ଦୁର୍ବୃତ୍ତ ୬ଟି ବାଇକ୍‌ରେ ଆସି ତାଙ୍କୁ ଛୁରା ମାଡଟ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସେପଟେ ଏହି ଘଟଣାକୁ ବିରୋଧ କରି ବାହୁଜନ ସମାଜ ପାର୍ଟିର କର୍ମୀ ଏବଂ ସମର୍ଥକମାନେ ଚେନ୍ନାଇରେ ରାସ୍ତା ଅବରୋଧ କରିଥିଲେ। ପ୍ରବଳ ଭିକ୍ଷୋଭ ପ୍ରଦର୍ଶନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ପାର୍ଟି ସୁପ୍ରିମୋ ମାୟାବତୀ।  

BSP Mayawati Tamil Nadu Muder Case