Advertisment

ନିର୍ବାଚନ ଜିତିବାକୁ ସ୍ୱତନ୍ତ୍ର ରାଜ୍ୟ କାର୍ଡ ଖେଳିଲେ ମାୟାବତୀ

ମୀରଟରେ ବିଏସପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ବେଳେ ମାୟାବତୀ ଆଜି ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି।

author-image
Hemant Lenka
BSP

BSP

ଲୋକସଭା ନିର୍ବାଚନ ଜିତିବା ପାଇଁ ବିଏସ୍‌ପି ମୁଖ୍ୟ ମାୟାବତୀ ଉତ୍ତର ପ୍ରଦେଶରେ ସ୍ୱତନ୍ତ୍ର ରାଜ୍ୟ କାର୍ଡ ଖେଳିଛନ୍ତି। ଯଦି ତାଙ୍କ ଦଳ କେନ୍ଦ୍ରରେ କ୍ଷମତା ଦଖଲ କରିବ, ତା’ହେଲେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶର ଜିଲ୍ଲାଗୁଡ଼ିକୁ ନେଇ ସେ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।

Advertisment

ଏଥିସହ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶବାସୀ ଦୀର୍ଘଦିନ ଧରି ଆହ୍ଲାବାଦ ହାଇକୋର୍ଟ ବେଞ୍ଚ ମୀରଟରେ ପ୍ରତିଷ୍ଠା କରିବା ପାଇଁ କରୁଥିବା ଦାବି ମଧ୍ୟ ପୂରଣ କରିବେ ବୋଲି ମାୟାବତୀ ଆଜି କହିଛନ୍ତି।

ମୀରଟରେ ବିଏସପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ବେଳେ ମାୟାବତୀ ଆଜି ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି ଉପରେ ବର୍ଷିଛନ୍ତି। ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକମାନେ ସଂରକ୍ଷଣ ନ ପାଆନ୍ତୁ ବୋଲି ସମାଜବାଦୀ ପାର୍ଟି ଚାହୁଁଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, “ଆମେ କ୍ଷମତାକୁ ଆସିଲେ ଆପଣଙ୍କ ଦୀର୍ଘ ଦିନର ଦାବି ପୂରଣ ଦିଗରେ ସକାରାତ୍ମକ ପଦକ୍ଷେପ ନେବୁ। ଲକ୍ଷ୍ନୌ ଭଳି ମୀରଟରେ ଆହ୍ଲାବାଦ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। କିନ୍ତୁ ଆମେ କେନ୍ଦ୍ରରେ କ୍ଷମତା ଦଖଲ କଲେ ଏ ସମ୍ପର୍କରେ ସକାରାତ୍ମକ ପଦକ୍ଷେପ ନେବୁ।

ଆରମ୍ଭରୁ ହିଁ ଆମ ଦଳ ୱେଷ୍ଟର୍ଣ୍ଣ ରିଜନକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ସପକ୍ଷରେ ରହିଛି। ସ୍ୱତନ୍ତ୍ର ରାଜ୍ୟ ଗଠନ ହେଲେ ଏହି ଅଞ୍ଚଳ ବିକାଶ ଅଧିକ ହୋଇପାରିବ। ଆମ ସରକାର କ୍ଷମତାରେ ଥିବା ବେଳେ ଆମେ ରାଜ୍ୟ ବିଧାନସଭାରେ ଏ ସଂକ୍ରାନ୍ତରେ ସଂକଳ୍ପ ପାରିତ କରିଥିଲୁ।

ଏହାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲୁ। କିନ୍ତୁ ସେମାନେ କୌଣସି ବି ପଦକ୍ଷେପ ନେଲେ ନାହିଁ। ଆମ ଦଳ ଯେତେବେଳେ କେନ୍ଦ୍ରରେ କ୍ଷମତାକୁ ଆସିବ ସେତେବେଳେ ଆମେ ୱେଷ୍ଟର୍ଣ୍ଣ ୟୁପିକୁ ସ୍ୱତନ୍ତ୍ର ରାଜ୍ୟରେ ପରିଣତ କରିବୁ।”

Uttar Pradesh BSP Mayawati Lok Sabha Election 2024