ସୀତୀଶ କୁମାର ଯାଦବ
ବିହାର ବିଧାନସଭା ନିର୍ବାଚନ(Bihar Election)ରେ ବିଜେପି ନେତୃତ୍ୱାଧୀନ ଏନଡିଏ ଐତିହାସିକ ବିଜୟ ହାସଲ କରିଛି। ଏନଡିଏ ୨୪୩ଟି ବିଧାନସଭା ଆସନରୁ ଏନଡିଏ ୨୦୨ଟିରେ ଜିତିଥିବା ବେଳେ ମହାଗଠବନ୍ଧନ କେବଳ ୩୩ ଓ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିଛନ୍ତି।
ଏନଡିଏ ଓ ମହାଗଠବନ୍ଧନର ଲଢ଼େଇ ଭିତରେ ବିହାରରେ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି ମାୟାବତୀଙ୍କ ବିଏସ୍ପି। ଦଳର ପ୍ରାର୍ଥୀ ସତୀଶ କୁମାର ଯାଦବ ରାମଗଡ଼ ସିଟରେ ନାଟକୀୟ ବିଜୟ ହାସଲ କରିଛନ୍ତି। ଏହି ଆସନରେ ବିଜେପି ପ୍ରାର୍ଥୀଙ୍କ ସହ ତାଙ୍କର ଜୋରଦାର ଲଢ଼େଇ ହୋଇଥିଲା।
ଶେଷରେ ସୀତୀଶ କୁମାର ଯାଦବ ୩୦ ଖଣ୍ଡ ଭୋଟରେ ବାଜି ମାରି ନେଇଛନ୍ତି। ବିଏସ୍ପି ୧୯୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କେବଳ ରାମଗଡ଼ ଆସନ ଜିତିବାକୁ ସକ୍ଷମ ହୋଇଛି।
ବକ୍ସଲ ଲୋକସଭା ଅଧୀନରେ ରହିଛି ରାମଗଡ଼ ଆସନ। ଏଠାରେ ଲଢ଼େଇ ଏତେ ରୋମାଞ୍ଚକର ରହିଥିଲେ ଯେ ବିଳମ୍ବିତ ରାତି ଯାଏ କାଉଣ୍ଟିଂ ବା ଭୋଟ ଗଣତି ଜାରି ରହିଥିଲା। ଦିନ ତମାମ ସତୀଶ ଆଗରେ ରହିଥିଲେ। କିନ୍ତୁ ଗଣତିର ସମୟ ବଢ଼ିବା ସହ ତାଙ୍କ ଭୋଟ ବ୍ୟବଧାନ ହ୍ରାସ ପାଇବାରେ ଲାଗିଥିଲା। ବିଜେପିର ଅଶୋକ କୁମାର ସିଂହ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ସତୀଶ କୁମାର ଯାଦବ ହିଁ ଜିତିଛନ୍ତି।
ସତୀଶଙ୍କୁ ମୋଟ ୭୨,୬୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ଅଶୋକ ୭୨,୬୫୯ଟି ଭୋଟ ପାଇଛନ୍ତି। ଏହି ଆସନରେ ଆରଜେଡି ପ୍ରାର୍ଥୀ ଅଜିତ କୁମାର ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ତାଙ୍କୁ ୪୧,୪୮୦ ଖଣ୍ଡ ଭୋଟ ମିଳିଛି। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ମଧ୍ୟ ଏଠାରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ତାଙ୍କ ଦଳ କେବଳ ୪,୪୨୬ ଖଣ୍ଡ ଭୋଟ ପାଇଛି।
ରାମଗଡ଼ ପାରମ୍ପରିକ ଭାବେ ଆରଜେଡିର ଗଡ଼ ଭାବେ ପରିଚିତ ଥିଲା। ୨୦୨୦ରେ ବିଏସ୍ପି ୧୮୯ ଖଣ୍ଡ ଭୋଟରେ ଆରଜେଡି ଠାରୁ ହାରିଥିଲା। ୨୦୨୪ ଉପ ନିର୍ବାଚନରେ ବିଜେପି ଏହାକୁ କବଜା କରି ୧୨୪୮ ଖଣ୍ଡ ଭୋଟରେ ବିଏସ୍ ପ୍ରାର୍ଥୀଙ୍କୁ ହରାଇଥିଲା। ଏବେ କିନ୍ତୁ ବିଏସ୍ପିର ସତୀଶ କୁମାର ଯାଦବ ୩୦ ଖଣ୍ଡ ଭୋଟରେ ଏଠାରୁ ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/15/bsp-2025-11-15-14-28-36.jpg)