Advertisment

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। କେନ୍ଦ୍ରମନ୍ତ୍ରୀ ରେସ୍‌ରେ ଅଛନ୍ତି ବିଶ୍ୱେଶ୍ୱର। ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶର ବିଜେପିର ସହ ପ୍ରଭାରୀ ଥିବା ବିଶ୍ୱେଶ୍ୱର ବିଜେପିର ରାଷ୍ଟୀୟ ସମ୍ପାଦକ ଅଛନ୍ତି । ଶ୍ରୀ ଟୁଡୁ ବର୍ତ୍ତମାନ ରାଜ୍ୟ ବିଜେପି ଅନୁସୂଚୀତ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱେଶ୍ୱର ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନୀମଣ୍ଡଳରୁ […]

ଅଦ୍ୟତନ ହୋଇଛି
ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ

790-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। କେନ୍ଦ୍ରମନ୍ତ୍ରୀ ରେସ୍‌ରେ ଅଛନ୍ତି ବିଶ୍ୱେଶ୍ୱର। ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶର ବିଜେପିର ସହ ପ୍ରଭାରୀ ଥିବା ବିଶ୍ୱେଶ୍ୱର ବିଜେପିର ରାଷ୍ଟୀୟ ସମ୍ପାଦକ ଅଛନ୍ତି । ଶ୍ରୀ ଟୁଡୁ ବର୍ତ୍ତମାନ ରାଜ୍ୟ ବିଜେପି ଅନୁସୂଚୀତ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ବିଶ୍ୱେଶ୍ୱର ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନୀମଣ୍ଡଳରୁ ବିଜେପି ପକ୍ଷରୁ  ପ୍ରତିନିଧିତ୍ୱ କରିଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ସେହିପରି ଓଡ଼ିଶାରୁ ଆଉ ଦୁଇ ଚେହେରା ଅଶ୍ୱନିବୈଷ୍ନବ ଓ ବୈଜୟନ୍ତ ପଣ୍ଡାଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ରହିଛି।

Advertisment

କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ । ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ପ୍ରଧାନମନ୍ତ୍ରୀଙ୍କ ପାଖରେ ବିକଳ୍ପ ରହିଛି । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯିବ। ତେଣୁ ଉତ୍ତର ପ୍ରଦେଶରୁ ଅଧିକ ସଦସ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ସେହିପରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ମଧ୍ୟ ଫୋକସରେ ରଖାଯାଇଛି।

ବିଶେଷ କରି ପ୍ରଶାସନିକ ସେବାର ଦକ୍ଷତା ରଖିଥିବା ନେତାଙ୍କୁ ମନ୍ତ୍ରୀ ପଦ ମିଳିବ।  ପଛୁଆ ବର୍ଗର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ନିଜର ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବାକୁ ଚାହୁଁଛି। ଉତ୍ତର ପ୍ରଦେଶ ବ୍ରାହ୍ମଣ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ। ରବିକିଶନ, ଅଜୟ ମିଶ୍ରା ଓ ହରିଶ ଦ୍ୱିବେଦୀ ମନ୍ତ୍ରୀ ପଦ ପାଇବା ରେସ୍‌ରେ ଅଛନ୍ତି।

Advertisment

ଅର୍ଜୁନ ମେଘୱାଲ ବର୍ତ୍ତମାନ ସଂସଦୀୟ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି। ତାଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟ ମନ୍ତ୍ରୀ ପଦ ମିଳିବ। କାରଣ ଏହି ପଦରେ ଥିବା ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକା ରାଜ୍ୟପାଳ ଭାବେ ଗତକାଲି ନିଯୁକ୍ତି ପାଇଛନ୍ତି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କଂଗ୍ରେସରୁ ବିଜେପିକୁ ଆସି ରାଜ୍ୟସଭା ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସାମିଲ୍ କରାଯିବ। ଏଥିପାଇଁ ଗତକାଲି ଠାରୁ ସେ ଦିଲ୍ଲୀରେ ଡେରା ପକାଇଛନ୍ତି।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ନାରାୟଣ ରାଣେ, ଏଲଜେପିର ପଶୁପତି ପାରସ, ଆପନା ଦଳର ଅନୁପ୍ରିୟା ପଟେଲ, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ବରୁଣ ଗାନ୍ଧି, ଆରସିପି ସିଂହ, ଲଲନ୍ ସିଂହ, ରାହୁଲ୍ କାସୱାନ ଓ ସିପି ଯୋଶୀଙ୍କ ଭଳି ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe