ବିଜେଡି ପାଇଁ ଟଙ୍କା ବାଣ୍ଟୁଛନ୍ତି ଏମ୍‌ବିକେ ଓ ସିଆର୍‌ପି!

ଗୋପ ବ୍ଲକ୍‌ ନୂଆ ଖୋଲମରା ପଞ୍ଚାୟତ ମିଶନ ଶକ୍ତିରେ କାର୍ଯ୍ୟରତ ଏମ୍‌ବିକେ, ସିଆର୍‌ପି ଓ ଜିପିଏଲ୍‌ ସଭାପତି ପ୍ରମୁଖ ଟଙ୍କା ବ୍ୟାଗ ଧରି ବୁଲୁଥିଲେ। ବିଜେପି ସମର୍ଥିତ ମହିଳାଙ୍କୁ ଦେଖି ସେମାନେ ଗୋଟିଏ ଲୁଗା ଦୋକାନରେ ପଶି ଯାଇଥିଲେ। ଲୁଗା କିଣିବାର ବାହାନା କରୁଥିଲେ।

ମହିଳାମାନେ ଦୋକାନରେ ପଶି ଯାଇଛନ୍ତି

  • Published: Monday, 27 May 2024
  • , Updated: 27 May 2024, 05:30 PM IST

ଭୋଟ୍‌ ହାତେଇବା ପାଇଁ ବିଜେଡି ବାଣ୍ଟୁଛି ଟଙ୍କା! ମିଶନଶକ୍ତି ମହିଳାଙ୍କୁ କରିଛନ୍ତି ମାଧ୍ୟମ! ମିଶନ ଶକ୍ତିର ଏମ୍‌ବିକେ, ସିଆର୍‌ପି ଓ ଜିପିଏଲ୍‌ ଟଙ୍କା ବାଟୁଥିବା ଅଭିଯୋଗ ହୋଇଛି। ଯାହାକୁ ବିରୋଧ କରିଛନ୍ତି କିଛି ମହିଳା। ଏପରି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗୋପ ପୁଲିସ୍‌ ଗୋଟିଏ ଟଙ୍କା ବ୍ୟାଗ୍‌ ଜବତ କରିଥିବା ଚର୍ଚ୍ଚା ହେଉଛି।

ଗୋପ ବ୍ଲକ୍‌ ନୂଆ ଖୋଲମରା ପଞ୍ଚାୟତ ମିଶନ ଶକ୍ତିରେ କାର୍ଯ୍ୟରତ ଏମ୍‌ବିକେ, ସିଆର୍‌ପି ଓ ଜିପିଏଲ୍‌ ସଭାପତି ପ୍ରମୁଖ ଟଙ୍କା ବ୍ୟାଗ ଧରି ବୁଲୁଥିଲେ। ବିଜେପି ସମର୍ଥିତ ମହିଳାଙ୍କୁ ଦେଖି ସେମାନେ ଗୋଟିଏ ଲୁଗା ଦୋକାନରେ ପଶି ଯାଇଥିଲେ। ଲୁଗା କିଣିବାର ବାହାନା କରୁଥିଲେ। ସେମାନଙ୍କୁ ପିଛା କରୁଥିବା ବିଜେପି ସମର୍ଥିତ ମହିଳାମାନେ ପଛେ ପଛେ ଦୋକାନରେ ପଶି ଯାଇଥିଲେ। ସେମାନଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲେ। ସେହି ସମୟରେ ବ୍ୟାଗରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମିଳିଥିବା ଅଭିଯୋଗ ହୋଇଛି। ପରେ ଗୋପ ପୁଲିସ ପହଞ୍ଚି ଏକ ବ୍ୟାଗ ଜବତ କରିଛି। ତେବେ ବ୍ୟାଗରେ କେତେ ଟଙ୍କା ଅଛି? କାହାର ସେହି ବ୍ୟାଗ? ସେ ସମ୍ପର୍କରେ ପୁଲିସ୍‌ ମୁହଁ ଖୋଲୁନି। ଏପରିକି ମିଶନ ଶକ୍ତି ମହିଳାମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ସେପଟେ ଟଙ୍କା ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ସେ ଏନେଇ ଗୋପ ବିଡ଼ିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଭୋଟ୍‌ ପ୍ରଭାବିତ କରିବା ପାଇଁ ମିଶନ୍‌ଶକ୍ତି ମହିଳାମାନେ ଟଙ୍କା ବାଣ୍ଟୁଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଏମ୍‌ବିକେ ଜୟନ୍ତୀ ସାହୁ, ସିଆର୍‌ପି କାବେରୀ ମହାରଣା, ଜିପିଏଲଫ୍‌ ସଭାପତି ସବିତା ଖଣ୍ଡୁଆଳ ଓ ସେକ୍ରେଟାରୀ ସ୍ୱାପ୍ନା ପାଣି ୫୦୦ ଟଙ୍କିଆ ନୋଟ୍‌ର ୫ଟି ବିଡ଼ା ଏବଂ କିଛି ସାଢ଼ୀ ମହିଳାଙ୍କୁ ଦେବା ପାଇଁ ଯାଉଥିଲେ। ଯାହାର ଭିଡିଓ ଓ ଫଟୋ ଆମ ପାଖରେ ରହିଛି। ଟଙ୍କା ବାଣ୍ଟୁଥିବା ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କ ପାଖରେ ଅଭିଯୋଗ କରିରି। ଏହା ପୂର୍ବରୁ ଅର୍ଥାତ ରବିବାର ମଧ୍ୟ ବିଏଲ୍‌ଏଫ୍‌ ମିନାକ୍ଷୀ ପୃଷ୍ଟିଙ୍କ ବିରୋଧରେ ଆମେ ଅଭିଯୋଗ କରିଥିଲୁ। ସେ ଏମ୍‌ବିକେ, ସିଆର୍‌ପି, ଜିପିଏଲ୍‌ଏଫ୍‌ ମହାସଂଘର ସଭାପତି ଓ କର୍ମକର୍ତ୍ତାଙ୍କୁ ଡାକି ଟଙ୍କା ବାଣ୍ଟିବା ସହିତ ବିଜେଡିକୁ ଭୋଟ୍‌ ଦେବାକୁ ଅପିଲ୍‌ କରୁଥିବା ସେ ଅଭିଯୋଗ କରିଛନ୍ତି।

ପ୍ରଭାତୀ ପରିଡାଙ୍କ ଅଭିଯୋଗ ନେଇ ବିଡିଓ ଛବିରାଣୀ ସାହୁ କହିଛନ୍ତି, ଅଭିଯୋଗ ପାଇଛି। ଏନେଇ ଏସ୍‌ଡିପିଓ ସାର୍‌ ଓ ଆଇଆଇସିଙ୍କୁ ଜଣାଇଛି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଛି। ରିପୋର୍ଟରେ ବେଆଇନ୍‌ କାର୍ଯ୍ୟକଳାପ ଆସିଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଓ କହିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Related story