Advertisment

ହମାସକୁ ଆତଙ୍କୀ ଗୋଷ୍ଠୀ ଘୋଷଣା କରିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ

"ଆପଣଙ୍କୁ ଭୁଲ ସୂଚନା ଦିଆଯାଇଛି। ମୁଁ ଏହି ପ୍ରସଙ୍ଗ ସହ ଜଡିତ କୌଣସି କାଗଜରେ ଦସ୍ତଖତ କରି ନାହିଁ।"

 Meenakshi Lekhi

Meenakshi Lekhi

Advertisment

ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ। ସେ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ଉପରେ କୌଣସି କାଗଜରେ ଦସ୍ତଖତ କରିନାହାଁନ୍ତି ବୋଲି ସ୍ପଷ୍ଟ ଭାବେ ମନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଲେଖୀଙ୍କ ଏକ ଦସ୍ତଖତ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ସେ ମୁହଁ ଖୋଲିଛନ୍ତି।

Advertisment

ସୋଶାଲ ମିଡିଆ ପୋଷ୍ଟର ପ୍ରତିକ୍ରିୟା ରଖି ଲେଖୀ କହିଛନ୍ତି, "ଆପଣଙ୍କୁ ଭୁଲ ସୂଚନା ଦିଆଯାଇଛି। ମୁଁ ଏହି ପ୍ରସଙ୍ଗ ସହ ଜଡିତ କୌଣସି କାଗଜରେ ଦସ୍ତଖତ କରି ନାହିଁ।" କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଲେଖୀଙ୍କୁ ସମର୍ଥନ କରି ଏହା ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇଛି।

ସେହିପରି କଂଗ୍ରେସ ସାଂସଦ କମ୍ବକୁଡି ସୁଧାକରଣ ହମାସକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିବାରେ ଭାରତ ସରକାର କୌଣସି ପ୍ରସ୍ତାବ ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏପରି କିଛି ଦାବି କରାଯାଉଥିଲା କି ବୋଲି ସେ ପଚାରିଛନ୍ତି।  

Advertisment

ପ୍ରକାଶ ଥାଉ କି, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ୍ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି, କିନ୍ତୁ ଭାରତ ସରକାର ଏପର୍ଯ୍ୟନ୍ତ ପାଲେଷ୍ଟାଇନ ଗୋଷ୍ଠୀ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରି ନାହାଁନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଇସ୍ରାଏଲ-ହାମାସ ବିବାଦକୁ ନେଇ ବାରମ୍ବାର ଚିନ୍ତା ପ୍ରକଟ କରିଛନ୍ତି।ଏଥିସହ ଯୁଦ୍ଧ ରୋକିବାକୁ ଅନୁରୋଧ କରି ଆସୁଛନ୍ତି।

Terrorist Group Meenakshi Lekhi Hamas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe