/odisha-reporter/media/post_attachments/uploadimage/library/16_9/16_9_0/BJP_1703942126.jpg)
BJP
ଉତ୍ତର ପ୍ରଦେଶର ମୀରଟ ମ୍ୟୁନିସପାଲ କର୍ପୋରେସନରେ ଆଜି ଅଭବାନୀୟ ଘଟଣା ଘଟିଛି। ବୈଠକ ବେଳେ ଘଟିଛି ତୁମୁଳକାଣ୍ତ। ରଣକ୍ଷେତ୍ର ପାଲଟିଛି ସଭାଗୃହ। ସମାଜବାଦୀ ପାର୍ଟି, ବିଜେପି ଓ ବହୁଜନ ସମାଜ ପାର୍ଟିର କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ବିଧା, ମୁଥ ଓ ଗୋଇଠାରେ ପୂରା କର୍ପୋରେସନ ଦୋହଲି ଯାଇଛି।
ବୈଠକ ବେଳେ ବିଜେପି କାଉନସିଲର ରେଖା ସିଂହ ଗୃହ ଟିକସ ସମ୍ପର୍କରେ ବିବୃତି ରଖିବା ବେଳେ ମାରପିଟ ଦେଖିବାକୁ ମିଳିଛି। ରେଖା ଗୃହ ଟିକସ ବିବୃତି ବଢ଼ୁଥିବା ବେଳେ ଏହାକୁ ସପା ଓ ବିଏସ୍ପିର କାଉନସିଲରମାନେ ବିରୋଧ କରିଥିଲେ। ଏହାକୁ ନେଇ କାଉନସିଲରମାନେ ପରସ୍ପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ।
ମାରପିଟ କେବଳ ସଭାଗୃହରେ ସୀମିତ ନଥିଲା। କର୍ପୋରେସନ ସମ୍ମୁଖ ରାସ୍ତାରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। କାଉନସିଲରମାନେ ପରସ୍ପରକୁ ବୈଠକ ହେଉଥିବା ସ୍ଥାନରୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରକୁ ନେଇ ଆସିଥିଲେ। ଏହାପରେ ରାସ୍ତା ଉପରେ ମଧ୍ୟ ପରସ୍ପରକୁ ଆକ୍ରମଣ କରିଥିଲେ।
Kalesh b/w Councilors of government and opposition in the meeting of Meerut Municipal Corporation
pic.twitter.com/Ib8Y3RUXuA— Ghar Ke Kalesh (@gharkekalesh) December 30, 2023
ବିଜେପି ଏମଏଲସି ଧମେନ୍ଦ୍ର ଭରଦ୍ୱାଜା କାଉନସିଲରମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରି ମାଡ଼ ଖାଇଛନ୍ତି। ସେ ମଧ୍ୟ ଜଣେ କାଉନସିଲରଙ୍କୁ ମାଡ଼ ମାରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି।
ଗଣ୍ଡଗୋଳ ତୀବ୍ର ହେବାରୁ ଶେଷରେ ପୁଲିସ୍ ସଭା ଗୃହରେ ପଶିଥିଲା। ପୁଲିସ୍ ବେଶ କିଛି ସମୟ ପରିଶ୍ରମ କରି ମାରପିଟ ଲାଗିଥିବା କାଉନସିଲରମାନଙ୍କୁ ଅଲଗା କରାଇଥିଲା।
मेरठ नगर निगम की बैठक में सत्ता और विपक्ष के पार्षद भिड़े। जमकर मारपीट, कपड़े फटे। बीच–बचाव में BJP के MLC धर्मेंद्र भारद्वाज नीचे गिरे। IAS ऑफिसर, मेयर सबके सामने सदन की मर्यादा तार–तार हुई
पिटने वाला बसपा पार्षद आशीष चौधरी है और पीटने वाले BJP के MLC धर्मेंद्र भारद्वाज हैं।… pic.twitter.com/AYClv9Cbte
— Lavely Bakshi (@lavelybakshi) December 30, 2023
ଘଟଣା ପରେ ବିଜେପିର ମୀରଟ ବିଧାୟକ ସୋମେନ୍ଦ୍ର ତୋମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମାରପିଟ ଓ ବିଶୃଙ୍ଖଳା କରିଥିବା ସମସ୍ତ କାଉନସିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ମୀରଟ ମେୟର ହରିକାନ୍ତ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
