Advertisment

ନିର୍ବାଚନ ମୈଦାନରେ 'ପଦ୍ମଶ୍ରୀ' ଏସ ଦାମୋଦରନ; ବଜାରରେ ପରିବା ବିକୁଛନ୍ତି, ଫୁଲମାଳ ଗୁନ୍ଥୁଛନ୍ତି

୬୦ ବର୍ଷ ବୟସରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଏସ ଦାମୋଦରନ।

author-image
Debibandita Barick
S Damodaran

S Damodaran

ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ମୈଦାନ ସେତେ ଉଷ୍ମ ହେଉଛି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ। ଏହାରି ମଧ୍ୟରେ ଜଣେ ସ୍ୱାଧୀନ ପ୍ରାର୍ଥୀ, ଯିଏକି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ, ସେ ବଜାରରେ ପରିବା ବିକ୍ରି କରିବା ସହ ଫୁଲମାଳ ଗୁନ୍ଥୁଥିବା ଦେଖିବାକୁ ମିଳୁଛି।

Advertisment

ଏହି ସ୍ୱାଧୀନ ପ୍ରାର୍ଥୀ ଜଣକ ହେଉଛନ୍ତି ୬୨ ବର୍ଷୀୟ ଏସ ଦାମୋଦରନ। ସେ ତାମିଲନାଡ଼ୁର ତୀରୁଚିରାପ୍ପାଲ୍ଲିରୁ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଘରକୁ ଘର ନଯାଇ ସହରର ଗାନ୍ଧି ବଜାରର ପରିବା ମାର୍କେଟରେ ପରିବା ବିକ୍ରି କରିବା ସହ ଲୋକଙ୍କ ସହ ଯୋଗାଯୋଗ କରୁଥିବା ଦେଖିବାକୁ ମିଳିଛି। 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମୋଦରନ କହିଛନ୍ତି, "ମୁଁ ତ୍ରିଚି ନିର୍ବାଚନମଣ୍ଡଳୀର ଜଣେ ସ୍ୱାଧୀନ ପ୍ରାର୍ଥୀ। ମୁଁ ଏ ମାଟିର ପୁଅ। ୪୦ ବର୍ଷରୁ ଅଧିକ ସମୟ ଧରି ସ୍ୱେଚ୍ଛାସେବୀ ଭାବରେ ପରିମଳ କେନ୍ଦ୍ରରେ କାର୍ଯ୍ୟ କରିଆସୁଥିଲି। ବର୍ତ୍ତମାନ ମୋର ବୟସ ୬୨ ବର୍ଷ। ୬୦ ବର୍ଷ ବୟସରେ ମୁଁ ପରିମଳ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ହୋଇଥିଲି।"

Advertisment

ସେ ଆହୁରି କହିଛନ୍ତି ଯେ, ମୁଁ ମୋର ସାମାଜିକ ସେବା ୨୧ ବର୍ଷ ବୟସରେ ଆରମ୍ଭ କରିଥିଲି, ସେତେବେଳେ ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଥିଲେ। ମୋ ଜୀବନ କାଳ ମଧ୍ୟରେ ନଅ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିଲିଣି। ମୁଁ ସମସ୍ତ କେନ୍ଦ୍ରୀୟ ପ୍ରାୟୋଜିତ ଗ୍ରାମୀଣ ପରିମଳ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟ କରିଥିଲି ଏବଂ ପ୍ରତ୍ୟେକ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିଥିଲି। 

ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର କାରଣ ପଚରାଯିବାରୁ କହିଛନ୍ତି, ତ୍ରିତିକୁ ଏକ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି। ତ୍ରିଚିକୁ ଏକ ସ୍ୱଚ୍ଛ ଏବଂ ସବୁଜ ସହର କରିବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ। ତ୍ରିଚି ରାଜ୍ୟର କେନ୍ଦ୍ରରେ ଅବସ୍ଥିତ, ଏଠାକୁ ପ୍ରତିଦିନ ହଜାର ହଜାର ଗାଡ଼ି ମୋଟର ଆସୁଛି। ଏଥିପାଇଁ ଏଠାରେ ଏକ ରିଙ୍ଗ ରୋଡ୍ ପ୍ରସ୍ତୁତ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଅଞ୍ଚଳରେ ଫ୍ଲାଏଓଭର କାମ ମଧ୍ୟ କରିବୁ ବୋଲି ଏସ ଦାମୋଦରନ କହିଛନ୍ତି।

Padma Shri Lok Sabha Elections 2024 Tamil Nadu Poll