Advertisment

୪ ସର୍ବକନିଷ୍ଠ ସାଂସଦ, ମାତ୍ର ୨୫ ବର୍ଷ ବୟସରେ ଯିବେ ଲୋକସଭା

ଚଳିତ ଲୋକସଭାରେ ଏମାନେ ବିଜୟ ହେବା ସହ ସର୍ବକନିଷ୍ଠ ସାଂସଦ ହେବାର ରେକର୍ଡ କରିଛନ୍ତି। ୪ ଜଣଙ୍କ ମଧ୍ୟରେ ଜଣେ ଯୁବକ ଓ ଆଉ ୩ ଜଣ ଯୁବତୀ ରହିଛନ୍ତି।

author-image
Hemant Lenka
MP

MP

ବୟସ ମାତ୍ର ୨୫। ଏହି ବୟସରେ ଦେଶର ସଂସଦକୁ ନିର୍ବାଚିତ ହୋଇଛନ୍ତି ୪ ଜଣ ଯୁବ ପ୍ରତିଭା। ଚଳିତ ଲୋକସଭାରେ ଏମାନେ ବିଜୟ ହେବା ସହ ସର୍ବକନିଷ୍ଠ ସାଂସଦ ହେବାର ରେକର୍ଡ କରିଛନ୍ତି। ୪ ଜଣଙ୍କ ମଧ୍ୟରେ ଜଣେ ଯୁବକ ଓ ଆଉ ୩ ଜଣ ଯୁବତୀ ରହିଛନ୍ତି।

Advertisment

ଉତ୍ତର ପ୍ରଦେଶରୁ ସମାଜବାଦୀ ପାର୍ଟି ଟିକେଟରେ ପୁଷ୍କେନ୍ଦ୍ର ସରୋଜ ଓ ପ୍ରିୟା ସରୋଜ ଲୋକସଭା ନିର୍ବାଚନ ଜିତିଛନ୍ତି। ସେହିପରି ଶମ୍ଭାଭୀ ଚୌଧୁରୀଙ୍କୁ ଲୋକ ଜନଶକ୍ତି ପାର୍ଟି ଓ ସଞ୍ଜନା ଜାତଭଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। ଏମାନେ ମଧ୍ୟ ସଂସଦର ନିମ୍ନ ସଦନକୁ ଯିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଶମ୍ଭାବୀ ଚୌଧୁରୀ(ଏଲଜେପି): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ଥିବା ଅଶୋକ ଚୌଧୁରୀଙ୍କ ଝିଅ ହେଉଛନ୍ତି ଶମ୍ଭାବୀ। ସେ ସମସ୍ତିପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ସନ୍ନୀ ହାଜାରିଙ୍କୁ ୧,୮୭,୨୫୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ରେକର୍ଡ କରିଛନ୍ତି।

Advertisment

ସନ୍ନୀ ହେଉଛନ୍ତି ଜେଡିୟୁ ମନ୍ତ୍ରୀ ମହେଶ୍ୱର ହଜାରିଙ୍କ ପୁଅ। କିନ୍ତୁ ରାଜନୀତିକ ମତପାର୍ଥକ୍ୟ ଯୋଗୁ ମହେଶ୍ୱର ପୁଅ ସନ୍ନୀ ପାଇଁ ପ୍ରଚାର କରି ନଥିଲେ। କାରଣ ଜେଡିୟୁ ଏବେ ଏନଡିଏର ଅଂଶବିଶେଷ ଭାବେ ଲୋକସଭା ନିର୍ବାଚନ ଲଢ଼ୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନଡିଏର ସର୍ବକନିଷ୍ଠ ସାଂସଦ ପ୍ରାର୍ଥୀ ଶମ୍ଭାବୀଙ୍କୁ ପ୍ରଶଂସା କରିଥିଲେ। ବର୍ତ୍ତମାନ ଶମ୍ଭାବୀ ସର୍ବକନିଷ୍ଠ ସାଂସଦ ହେବାର ରେକର୍ଡ କରିଛନ୍ତି। 

ସଞ୍ଜନା ଜାତଭ(କଂଗ୍ରେସ): ରାଜସ୍ଥାନର ଭରତପୁର ନିର୍ବାଚନୀ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି ସଞ୍ଜନା। ୨୫ ବର୍ଷୀୟ ଏହି ଯୁବତୀ ଜଣଙ୍କ ବିଜେପିର ରାମସ୍ୱରୂପ କୋଲିଙ୍କୁ ୫୧,୯୮୩ ଖଣ୍ତ ଭୋଟରେ ହରାଇ ଦେଇଛନ୍ତି।

ସଞ୍ଜନା ୨୦୨୩ ରାଜସ୍ଥାନପ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ। କିନ୍ତୁ ତାଙ୍କୁ ବିଜେପିର ରମେଶ ଖେଡିଙ୍କ ଠାରୁ ମାତ୍ର ୪୦୯ ଖଣ୍ଡ ଭୋଟରେ ହାରିବାକୁ ପଡ଼ିଥିଲା। ସଞ୍ଜନା ରାଜସ୍ଥାନ ପୁଲିସ୍‌ରେ କନଷ୍ଟେବଲ ଭାବେ କାମ କରୁଥିବା କପତାନ ସିଂହଙ୍କୁ ବିବାହ କରିଛନ୍ତି।

ପୁଷ୍ପେନ୍ଦ୍ର ସରୋଜ(ସପା): ବିଜେପି ଦଖଲରେ ଥିବା ଚର୍ଚ୍ଚିତ କୌଶମ୍ଭୀ ଆସନରୁ ପୁଷ୍ପେନ୍ଦ୍ର ସପା ଟିକେଟରେ ନିର୍ବାଚନ ଲଢ଼ିଥିଲେ। ସେ ଏଠାରେ ବିଜେପି ସାଂସଦ ବିନୋଦ କୁମାର ସୋନଙ୍କରଙ୍କୁ ୧,୦୩,୯୪୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ପୁଷ୍କେନ୍ଦ୍ର ହେଉଛନ୍ତି ୟୁପିରେ ୫ଥର ବିଧାୟକ ହୋଇଥିବା ଇନ୍ଦ୍ରଜିତ ସରୋଜଙ୍କ ପୁଅ।

ପ୍ରିୟା ସରୋଜ(ସପା): ସେହିପରି ପ୍ରିୟା ସରୋଜ ମଚ୍ଛିଲସହର ଆସନରୁ ୩୫,୮୫୦ ଖଣ୍ଡ ଭୋଟରେ ଜିତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ସମାଜବାଦୀ ପାର୍ଟି ବିଜେପି ସାଂସଦ ଭୋଳାନାଥଙ୍କ ବିରୋଧରେ ପ୍ରାର୍ଥୀ କରିଥିଲେ। ସେ ଚମତ୍କାର ପ୍ରଦର୍ଶନ କରି ଭୋଳାନାଥଙ୍କୁ ମାତ ଦେଇଛନ୍ତି। ପ୍ରିୟା ୩ଥରର ସାଂସଦ ତୋଫାନି ସରୋଜଙ୍କ ଝିଅ।

Election Election Results Lok Sabha Election Lok Sabha Election Results