Advertisment

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି।

author-image
Hemant Lenka
Women

Women

ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ସରକାର। ଆଜି ପବିତ୍ର ଗଣେଶ ପୂଜାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ବିଲଡିଂରେ ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିଛନ୍ତି। ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Advertisment

କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି। ମେଘୱାଲ ବିଲ୍‌ ଉପସ୍ଥାପନ କରିବା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ। ଶ୍ରେୟ ନେବାକୁ ସରକାର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ସେହିପରି ଆଜି କେନ୍ଦ୍ର ସରକାର ଆଣିଥିବା ବିଲ୍‌ ବିରୋଧୀଙ୍କ ପାଖରେ ପହଞ୍ଚି ନଥିବାରୁ ସେମାନେ ଆପତ୍ତି ଉଠାଇଥିଲେ। କିନ୍ତୁ ଏହା ଇଣ୍ଟରନେଟରେ ଅପଲୋଡ ହୋଇ ସାରିଥିବା ସରକାର କହିଥିଲେ। ଆଜି ଲୋକସଭାରେ ବିଲ୍‌ ଆଗତ ହୋଇଥିବା ବେଳେ ଏହା ଉପରେ ବିତର୍କ ଆସନ୍ତାକାଲି ହେବ। ବିଲ୍‌ ଆଗତ ହେବା ପରେ ଲୋକସଭାକୁ ଆସନ୍ତାକାଲି ଯାଏ ମୁଲତବୀ ରଖାଯାଇଛି। 

Advertisment

ବିଲ୍‌କୁ ସର୍ବସମ୍ମତିକ୍ରମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ଭଗବାନ ମୋତେ ଦାୟିତ୍ୱ ଦେଇଛନ୍ତି।

ନାରୀ ଶକ୍ତି ବନ୍ଦନ ଅଧିନିୟମ ବଳରେ ଅଧିକରୁ ଅଧିକ ମହିଳା ଲୋକସଭା ଓ ବିଧାନସଭାର ସଦସ୍ୟ ହୋଇପାରିବେ। ଦେଶର ବିକାଶରେ ଅଧିକରୁ ଅଧିକ ମହିଳା ସାମିଲ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ମହିଳା ନେତୃତ୍ୱାଧୀନ ଦେଶର ବିକାଶକୁ ପୂରା ବିଶ୍ୱ ସ୍ୱୀକୃତି ଦେଇଛି ବୋଲି ସେ କହିଛନ୍ତି।

New Parliament Building Lok Sabha Session Special Session Of Parliament