Advertisment

ହାରିଲେ ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସେ ନ୍ୟାଶନାଲ କନଫରେନ୍ସ ନେତା ମିଆଁ ଅଲତାଫ ଅହମଦ ଠାରୁ ପରାସ୍ତ ହେବା ଏକପ୍ରକାରର ନିଶ୍ଚିତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Mufti

Mufti

Advertisment

ଓମାର ଅବଦୁଲ୍ଲାଙ୍କ ପରେ ପରାସ୍ତ ହୋଇଛନ୍ତି ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ଅନନ୍ତନାଗ-ରଜୌରୀ ଲୋକସଭା ଆସନରୁ ପରାସ୍ତ ହୋଇଛନ୍ତି।

Advertisment

ସେ ନ୍ୟାଶନାଲ କନଫରେନ୍ସ ନେତା ମିଆଁ ଅଲତାଫ ଅହମଦ ଠାରୁ ପରାସ୍ତ ହେବା ଏକପ୍ରକାରର ନିଶ୍ଚିତ ହୋଇଛି। ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରି ନଥିଲେ ହେଁ ମେହବୁବା ମୁଫତି ପରାଜୟ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “ଲୋକଙ୍କ ରାୟକୁ ସମ୍ମାନ ଜଣାଉଛି। ମୁଁ ପିଡିପି କର୍ମୀ ଓ ନେତାଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି। ମୋତେ ଭୋଟ ଦେଇଥିବା ଲୋକଙ୍କୁ କୃତଜ୍ଞତା ଜଣାଉଛି। ଜିତିବା ଓ ହାରିବା ଖେଳର ଅଂଶବିଶେଷ। ମିଆଁ ସାହେବଙ୍କୁ ବିଜୟ ପାଇଁ ଶୁଭେଚ୍ଛା।”

Advertisment

ମେହବୁବା ମୁଫତି ପ୍ରାୟ ୨.୩୦ ଲକ୍ଷ ଭୋଟରେ ମିଆଁ ଅଲତାଫ ଅହମଦଙ୍କ ଠାରୁ ପରାସ୍ତ ହୋଇଛନ୍ତି।

Election Election Results Lok Sabha Elections 2024 LokSabhaElectionResults2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe