Advertisment

ପିଡିପି ଇସ୍ତାହାରରେ ମାଗଣା ବିଜୁଳି, ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ପାଇଁ ପ୍ରତିଶ୍ରୁତି

ଜେଲରେ ଥିବା ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବ। ମନ୍ଦିର, ମସଜିଦ ଓ ଗୁରୁଦ୍ୱାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ଦିଆଯିବ। ଲୋକଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ମାଗଣାରେ ପିଡିପି ସରକାର ଦେବେ।

Mehbooba Mufti

Mehbooba Mufti

Advertisment

ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟିଂ ହେବ। ଏହାପୂର୍ବରୁ ଉପତ୍ୟକାରେ ରାଜନୀତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ଏସବୁ ଭିତରେ ପିଡିପି ପକ୍ଷରୁ ଆଜି ନିର୍ବାଚନ ପାଇଁ ଇସ୍ତହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ଦଳର ସଭାପତି ମେହବୁବା ମୁଫତି ଶ୍ରୀନଗର ଦଳର ଇସ୍ତାହାର ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି ଯେ ଆମେ ସମନ୍ୱୟ ଓ ଆଲୋଚନା ଚାହୁଁଛୁ। ଆମେ ଚାହୁଁ ଏଲଓସିର ଏପଟ ଆଉ ସେପଟ ଲୋକଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେଉ। ଆମେ ଚାହୁଁ ଯେ ପିଓକରେ ଥିବା ଶାରଦା ପୀଠକୁ ରାସ୍ତା ଖୋଲୁ। ଏହାଦ୍ୱାରା କଶ୍ମୀରୀ ପଣ୍ଡିତମାନେ ସେଠାକୁ ଯାଇପାରିବେ। ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ କରିବାକୁ ମଧ୍ୟ ମୁଫତି ଓକିଲାତି କରିଛନ୍ତି।

ମେହବୁବା ମୁଫତି ଇସ୍ତାହାରରେ ଘୋଷଣା କରିଛନ୍ତି ଯେ ଯଦି ଆମେ କ୍ଷମତାକୁ ଆସିବୁ, ତା’ହେଲେ ସମସ୍ତଙ୍କୁ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ମିଳିବ। ଏହା ସହିତ ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ ହେବ। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସମ୍ମାନ ବୃଦ୍ଧି ପାଇଁ ପିଡିପି ସରକାର ପଦକ୍ଷେପ ଗ୍ରହଣ କରିବ।

Advertisment

ଜେଲରେ ଥିବା ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯିବ। ମନ୍ଦିର, ମସଜିଦ ଓ ଗୁରୁଦ୍ୱାରଗୁଡ଼ିକୁ ମାଗଣା ବିଦ୍ୟୁତ୍ ଦିଆଯିବ। ଲୋକଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ମାଗଣାରେ ପିଡିପି ସରକାର ଦେବେ।

ମୁଫତି କହିଛନ୍ତି ଯେ ଆମେ ଜମାତ-ଇ-ଇସଲାମୀ ଉପରେ ଲାଗିଥିବା ବ୍ୟାନକୁ ହଟାଇବାକୁ ଓ ସେମାନଙ୍କ ସମ୍ପତ୍ତି ଫେରାଇବାକୁ ଚେଷ୍ଟା କରିବୁ। କେନ୍ଦ୍ର ଗୃହମନ୍ତ୍ରୀ ଏଲଓସିର ଏପଟ ସେପଟ ମଧ୍ୟରେ ଚାଲିଥିବା ବ୍ୟବସାୟକୁ ପୁଣି ଆରମ୍ଭ କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଏହାବାଦ ପିଡିପି ସରକାର ଗଠନ କଲେ ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ହେବ। ପାଣି ଉପରେ ଲାଗୁଥିବା ଟିକସ ହଟାଇ ଦିଆଯିବ।

ପାଣି ପାଇଁ କୌଣସି ମିଟର ବସିବ ନାହିଁ। ପିଡିପି ପୁଣିଥରେ ମୁଫତି ମହମ୍ମଦ ସୟିଦ ଯୋଜନା ପୁଣି ଲାଗୁ କରିବ। ଯେଉଁମାନେ ଠିକ ଭାବେ ଚାଉଳ ଓ ରାସନ ପାଉ ନାହାନ୍ତି, ସେମାନଙ୍କୁ ଏହା ଯୋଗାଇ ଦିଆଯିବ।

ମୁଫତିଙ୍କ କହିବା କଥା ଯେ ଜମ୍ମୁ-କଶ୍ମୀର ଓ ଦେଶର ଅନ୍ୟ ପ୍ରାନ୍ତ ସହ ଧାରା ୩୭୦ ବ୍ରିଜ ଭାବେ କାମ କରୁଥିଲା। କିନ୍ତୁ ବର୍ତ୍ତମାନ ସେତୁ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ଓ ଏହାର ନେତାମାନେ ମନେ ରଖିବା ଦରକାର ଯେ ଅଟଳ ବିହାରୀ ବାଜପେୟୀ ଓ ଏଲକେ ଆଡଭାନୀଙ୍କ ଭଳି ନେତା ୟାସିନ ମଲିକ, ଶବବୀର ଶାହ ଓ ମିରୱାଜ ଫାରୁକଙ୍କୁ ଭେଟିଥିଲେ। ସେମାନଙ୍କୁ ଏବେ ଜେଲରେ ରଖିବା କୌଣସି ସମାଧାନର ରାସ୍ତା ନୁହେଁ। କଶ୍ମୀର ପ୍ରସଙ୍ଗ ଏବେ ବି ଜୀବନ୍ତ ଅଛି। ନଚେତ୍ ଇଞ୍ଜିନିୟର ରଶିଦ ଲୋକସଭା ନିର୍ବାଚନ ଜିତି ନଥାନ୍ତେ।

ସେ କହିଛନ୍ତି ଯେ ଉପତ୍ୟକାରେ ସରକାର ଗଠନ ଅପେକ୍ଷା କଶ୍ମୀର ସମସ୍ୟାର ସମାଧାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ଆମ ନିର୍ବାଚନ ଇସ୍ତାହାରକୁ ସମର୍ଥନ କରନ୍ତି ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ତେବେ ମୁଁ ସେମାନଙ୍କ ପାଇଁ ସମସ୍ତ ସିଟ୍ ଛାଡ଼ିଦେବି। ପିଡିପି ମଧ୍ୟ ସେମାନଙ୍କୁ ସମର୍ଥନ କରିବ। ପିଡିପି କୌଣସି ଆସନରେ ପ୍ରାର୍ଥୀ ଦେବ ନାହିଁ।

କିନ୍ତୁ ଏନସି ଓ କଂଗ୍ରେସ କୌଣସି ଏଜେଣ୍ଡା ନୁହେଁ, ବରଂ ସିଟ ଶେୟାରିଂ ମେଣ୍ଟ କରୁଛନ୍ତି। ଏହି ମେଣ୍ଟରେ ପିଡିପି ସାମିଲ ହେବନାହିଁ ବୋଲି ମୁଫତି ସ୍ପଷ୍ଟ କରିଛନ୍ତି।

PDP Mehbooba Mufti Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe