Advertisment

ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ; ଆନ୍ଦୋଳନକାରୀ କହିଲେ- ଶୁଅନ୍ତୁ ମୁଖ୍ୟମନ୍ତ୍ରୀ, ବିଧାନସଭା ଚଳାନ୍ତୁ ପାଣ୍ଡିଆନ

ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
protesting

protesting

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ 5t ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି। ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ।

Advertisment

 ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ସେମାନଙ୍କୁ ଅଟକାଇବେଳେ ପୁଲିସ ଓ ମୋ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହାସହ ପୁଲିସ କିଛି କର୍ମୀଙ୍କୁ ଓଠାଇ ନେଇ ଅଟକ ରଖିଛି।

 ମୋ ଦଳର ନେତା ଅକ୍ଷୟ କୁମାର କହିଛନ୍ତି, ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ସଭା କରୁଛନ୍ତି। ଏହାସହ ବିଭିନ୍ନ ପ୍ୟାକେଜ ଘୋଷଣା କରୁଛନ୍ତି। ନେତା ଓ ମନ୍ତ୍ରୀମାନେ ଟେଣ୍ଟ ବାନ୍ଧିବା ସହ ଲୋକ ଜୁଗାଡ଼ କରୁଛନ୍ତି। ତାହାହେଲେ କାହିଁକି ବିଧାନସଭା ଭିତରକୁ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ମନ୍ତ୍ରୀମାନେ ଆସିବେ। ସେମାନେ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ। ଓଡ଼ିଶାକୁ ପାଣ୍ଡିଆନ ବରବାଦ କରିସାରିଲେଣି।

Advertisment

ମୋ ଦଳର ଜଣେ କର୍ମୀ କହିଛନ୍ତି, ପାଣ୍ଡିଆନ ଓଡ଼ିଶାକୁ ଖାଇସାରିଲାଣି। ଓଡ଼ିଶାରେ ତାମିଲ ଶାସନ ଚଳାଇଛି। ନେତା ଓ ମନ୍ତ୍ରୀ ମାନେ ସବୁ ଦେଖି ଚୁପ ରହୁଛନ୍ତି। ସେଥିପାଇଁ ନେତା ଓ ମନ୍ତ୍ରୀ ଘରେ ରୁହନ୍ତୁ। ପାଣ୍ଡିଆନ ବିଧାନସଭା ଆସନ୍ତୁ। 

Bhubaneswar