Advertisment

ବାଇଡେନଙ୍କ ସ୍ଥାନରେ ମିଚେଲ ଓବାମା ହେବେ ରାଷ୍ଟ୍ରପତି ପ୍ରାର୍ଥୀ?

ଡେମୋକ୍ରାଟିକ୍ ପାର୍ଟିରୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Joe Biden & Michell Obama

Joe Biden & Michell Obama

ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି। କେଉଁ ପାର୍ଟିରୁ କିଏ ଲଢିବେ ଏବଂ ଏଥର କିଏ ବିଶ୍ୱର ଏହି ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ହେବ ସେନେଇ ଚାଲିଛି କଳ୍ପନା ଜଳ୍ପନା। ଏହାରି ମଧ୍ୟରେ ଏଥର ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମିଚେଲ ଓବାମା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। 

Advertisment

ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ଶେଷ ମୁହୂର୍ତ୍ତରେ ତାଙ୍କ ପ୍ରାର୍ଥୀତ୍ୱ ଛାଡିପାରନ୍ତି ଏବଂ ତାଙ୍କ ସ୍ଥାନରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଚେଲ ଓବାମାଙ୍କୁ ଡେମୋକ୍ରାଟିକ୍ ପାର୍ଟିରୁ ପ୍ରାର୍ଥୀ କରାଯାଇପାରେ।

ନିକଟରେ ସ୍ୱତନ୍ତ୍ର ପରାମର୍ଶଦାତା ରବର୍ଟ ହୁରଙ୍କ ଏକ ରିପୋର୍ଟ ଏହି ଚର୍ଚ୍ଚାକୁ ଅଧିକ ଖୋରାଗ ଯୋଗାଇଛି। କାରଣ ରବର୍ଟ ହୁର କହିଥିଲେ ଯେ, ବାଇଡେନଙ୍କ ମାନସିକ ଏବଂ ଶାରୀରିକ ଅସୁସ୍ଥତାର ସଙ୍ଘର୍ଷ କରୁଛନ୍ତି। ତେଣୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ତାଙ୍କ ପାଇଁ ଠିକ୍ ହେବ ନାହିଁ।

Advertisment

ସେହିପରି ଡେମୋକ୍ରାଟିକ ପାର୍ଟିର ଅନ୍ୟ ଜଣେ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଥିବା ଭାରତୀୟ ବଂଶଦ୍ଭୋବ ବିବେକ ରାମସ୍ୱାମୀ ମଧ୍ୟ ଏନେଇ ହିଣ୍ଟ୍ସ ଦେଇଛନ୍ତି। ସେ ମଧ୍ୟ ବାଇଡେନଙ୍କ ଅସୁସ୍ଥତା ବାବଦରେ ଆଲୋଚନା କରିଥିଲେ ଏବଂ ବାଇଡେନଙ୍କ ବଦଳରେ ମିଚେଲ ଓବାମାଙ୍କୁ ପ୍ରାର୍ଥୀ କରିବା ପାଇଁ ଡେମୋକ୍ରାଟିକ ପାର୍ଟି ବିଚାର କରୁଛି ବୋଲି ସେ କହିଥିଲେ।

ବାଇଡେନ କିନ୍ତୁ ଏନେଇ କୌଣସି ବିବୃତ୍ତି ରଖିନାହାନ୍ତି। ସେ ପୂର୍ବରୁ ସ୍ୱତନ୍ତ୍ର ପରାମର୍ଶଦାତା ରବର୍ଟ ହୁରଙ୍କ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, ବୟସ ସହ କିଛି ସମସ୍ୟା ଉପୁଜେ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମୁଁ ଫିଟ୍ ନାହିଁ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଶେଷ ଆଡକୁ ଆମେରିକା ପ୍ରେସିଡେଣ୍ଟ ଇଲେକ୍ସନ ଅନୁଷ୍ଠିତ ହେବ। 

America News Michell Obama Democratic Party President Candidates President Election America America Election Joe Biden