/odisha-reporter/media/post_attachments/uploadimage/library/16_9/16_9_0/IMAGE_1705229190.jpeg)
Milind deora joini shiv sena
ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଏହି ସମୟରେ ଶିବ ସେନା ପକ୍ଷରୁ ତାଙ୍କୁ ଗେରୁଆ ରଙ୍ଗର ବାନା ମଧ୍ୟ ଭେଟି ଦିଆଯାଇଛି।
ଭାରତ ଯୋଡୋ ନ୍ୟାୟ ଯାତ୍ରା ଠିକ୍ ଆରମ୍ଭ ହେବା ପୂର୍ବରୁ ଆଜି ସକାଳୁ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ମିଲିନ୍ଦ ଦେଓରା। ପୂର୍ବରୁ ସେ ଶିବସେନାରେ ସାମିଲ ହେବେ ବୋଲି ମଧ୍ୟ କୁହାଯାଉଥିଲା। ତେବେ ଶନିବାର ପର୍ଯ୍ୟନ୍ତ ଦେଓରା କଂଗ୍ରେସ ଛାଡିବା ଖବରକୁ କେବଳ ଗୁଜବ ବୋଲି କହୁଥିଲେ। ତାଙ୍କ ଦଳ ଛାଡିର ଟାଇମିଂକୁ ନେଇ କଂଗ୍ରେସ ପ୍ରଶ୍ନ ମଧ୍ୟ ଉଠାଇଥିଲା।
ଶିବ ସେନାରେ ଯୋଗଦେବା ପରେ ମିଲିନ୍ଦ ଦେଓରା କହିଛନ୍ତି ଯେ 'ଆଜି ମୋ ପାଇଁ ଏକ ଭାବପ୍ରବଣ ଦିନ। ମୁଁ ଭାବୁଥିଲି ଯେ, ମୁଁ କେବେ କଂଗ୍ରେସର ହାତ ଛାଡିବି ନାହିଁ। କଂଗ୍ରେସ ଏବଂ ମୋର ୫୫ବର୍ଷର ସମ୍ପର୍କ ଥିଲା, କିନ୍ତୁ ଆଜି ମୁଁ ଏହାକୁ ଛିନ୍ନ କରୁଛି।'
#WATCH | Former Congress leader Milind Deora joins Shiv Sena in the presence of Maharashtra CM Eknath Shinde, in Mumbai.
Deora quit the Congress party today. pic.twitter.com/0Q0NCuV5yh
— ANI (@ANI) January 14, 2024
ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ। ଏହି ଦୁଇ ଥର ସେ ଶିବ ସେନା (ସେତେବେଳେ ଭାଗ ହୋଇ ନଥିଲା) ନେତା ଅରବିନ୍ଦ ସାୱନ୍ତଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଶିବ ସେନା ଭାଗ ହେବା ପରେ ଅରବିନ୍ଦ ସାୱନ୍ତ ରହିଛନ୍ତି ଉଦ୍ଧବ ଠାକରେଙ୍କ ସହିତ।
ଇଣ୍ଡି ମେଣ୍ଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି। ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବା ବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇ ନଥା’ନ୍ତେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
