Advertisment

କଂଗ୍ରେସରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ ମିଲିନ୍ଦ ଦେଓରା।

ଅଦ୍ୟତନ ହୋଇଛି
Milind Deora

Milind Deora

Advertisment

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ତଥା ମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Advertisment

୪୭ ବର୍ଷୀୟ ମିଲିନ୍ଦ ଲେଖିଛନ୍ତି, ଆଜି ମୋ ରାଜନୀତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ।

ଗତ କିଛି ଦିନ ହେଲାଣି ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। ସେ କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ସାମିଲ ହେବେ ବୋଲି କୁହାଯାଉଥିଲା। ତେବେ ଗତକାଲି ସେ ଏହାକୁ ଉଡ଼ାଖବର କହିଥିଲେ।

Advertisment

ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ। ମିଲିନ୍ଦ ଦେଓରା ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ଏହି ଆସନରୁ ପରାଜିତ ହୋଇଥିଲେ। ଏହି ଦୁଇ ଥର ସେ ଶିବ ସେନା (ସେତେବେଳେ ଭାଗ ହୋଇ ନଥିଲା) ନେତା ଅରବିନ୍ଦ ସାୱନ୍ତଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଶିବ ସେନା ଭାଗ ହେବା ପରେ ଅରବିନ୍ଦ ସାୱନ୍ତ ରହିଛନ୍ତି ଉଦ୍ଧବ ଠାକରେଙ୍କ ସହିତ।

ଇଣ୍ଡି ମେଣ୍ଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି। ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବା ବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇ ନଥା’ନ୍ତେ। 

ମିଲିନ୍ଦ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ମିଶିବେ ବୋଲି ଜଣାପଡ଼ିଛି। 

Congress Milind Deora
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe