Advertisment

'ମିମିକ୍ରି ହେଉଛି ଏକ କଳା, ଉପରାଷ୍ଟ୍ରପତିଙ୍କୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନଥିଲା'

ଟିଏମ୍‌ସି ସାଂସଦ ଦ୍ୱାରା ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ବିଜେପି ସମେତ ଏନ୍‌ଡିଏର ସମସ୍ତ ରାଜ୍ୟସଭା ସାଂସଦ ଏକଜୁଟ୍‌ ହୋଇ ଛନ୍ତି। ଧନଖଡ଼େଙ୍କ ସମ୍ମାନାର୍ଥେ ଏନଡିଏର ୧୦୯ ସଦସ୍ୟ ସଂସଦ ଭିତରେ ଏକ ଘଣ୍ଟା ଧରି ଛିଡ଼ା ହୋଇଛନ୍ତି।

Kalyan Banerjee

Kalyan Banerjee

Advertisment

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼େଙ୍କୁ ଅପମାନିତ କରିବା ପ୍ରସଙ୍ଗରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଧନଖଡ଼େଙ୍କ ମିମିକ୍ରି କରିବା ଉପରେ ସଫେଇ ରଖିଛନ୍ତି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ। ସେ କହିଛନ୍ତି, ଉପରାଷ୍ଟ୍ରପତିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ମିମିକ୍ରି ହେଉଛି ଏକ କଳା। ଉପରାଷ୍ଟ୍ରପତିଙ୍କୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

Advertisment

ପାର୍ଲାମେଣ୍ଟ୍‌ ପରିସରରେ ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ମିମିକ୍ରି ତଥା ନକଲ କରୁଥିବା ସମୟର ଭିଡିଓ ଭାଇରାଲ୍‌‌ ହେବା ପରେ ସାଂସଦ ବାନାର୍ଜୀ ବିବାଦୀୟ ହୋଇପଡ଼ିଛନ୍ତି। ଆଜି ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ କଲ୍ୟାଣ ବାନାର୍ଜୀ କହିଛନ୍ତି, କାହାରି ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ। କିନ୍ତୁ, ମୁଁ ପଚାରୁଛି, ରାଜ୍ୟସଭାରେ କ’ଣ ଧନଖଡ଼େ ପ୍ରକୃତରେ ଏଭଳି ଆଚରଣ କରନ୍ତି? ଜାଣେନା, ସେ କାହିଁକି ଏକଥା ନିଜ ଦେହକୁ ନେଲେ?

ଏହି ସମୟରେ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ଏହା ଭିତରକୁ ଟାଣିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭାରେ ମଧ୍ୟ ମିମିକ୍ରି କରିଥିଲେ। ମୁଁ ଏହାର ଭିଡିଓ ମଧ୍ୟ ଦେଖାଇ ପାରିବି। ପ୍ରଧାନମନ୍ତ୍ରୀ ୨୦୧୪ ଏବଂ ୨୦୧୯ରେ ମିମିକ୍ରି କରିଛନ୍ତି। ମୋର ମାମଲାକୁ କାହିଁକି ଏତେ ଗମ୍ଭୀରତାର ସହିତ ନିଆଯାଇଛି, ମୁଁ ଜାଣିପାରୁନାହିଁ।

Advertisment

ଟିଏମ୍‌ସି ସାଂସଦ ଆହୁରି କହିଛନ୍ତି, 'ମୁଁ ରାଜ୍ୟସଭାରେ କି, ଲୋକସଭାରେ କିଛି କହିନାହିଁ। ମକ୍‌ ‌ପାର୍ଲାମେଣ୍ଟରେ ମୁଁ ଏଭଳି କରିଛି। ଯଦି ଧନଖଡ଼େ ଏକଥା ଧରି ବସିବେ ମୁଁ ବା କ’ଣ କରିପାରିବି? ତାଙ୍କ ପ୍ରତି ମୋର ଅଗାଧ ସମ୍ମାନ ରହିଛି। ପ୍ରଥମତଃ, ସେ ମୋର ବୃତ୍ତିର ବ୍ୟକ୍ତିବିଶେଷ। ଦ୍ୱିତୀୟତଃ, ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ତୃତୀୟତଃ, ସେ ଉପରା‌ଷ୍ଟ୍ରପତି ଓ ରାଜ୍ୟସଭାର ଅଧ୍ୟକ୍ଷ। ଆମ ବୃତ୍ତିରେ ଆମେ କାହାକୁ କଷ୍ଟ ଦେଇ ନ ଥାଉ। ତାଙ୍କ ମନରେ କଷ୍ଟ ଦେବା ବି ମୋର ଉଦ୍ଦେଶ୍ୟ ନ ଥିଲା।' ତେବେ ସେ ଉପରାଷ୍ଟ୍ରପତିଙ୍କୁ ଏଥିପାଇଁ କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଛନ୍ତି।

ସେପଟେ ଟିଏମ୍‌ସି ସାଂସଦ ଦ୍ୱାରା ଉପରାଷ୍ଟ୍ରପତିଙ୍କ ମିମିକ୍ରି କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ବିଜେପି ସମେତ ଏନ୍‌ଡିଏର ସମସ୍ତ ରାଜ୍ୟସଭା ସାଂସଦ ଏକଜୁଟ୍‌ ହୋଇଛନ୍ତି। ଏମାନେ ଏକାଠି ହୋଇ ଏକ ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼େଙ୍କ ସମ୍ମାନାର୍ଥେ ଏନଡିଏର ୧୦୯ ସଦସ୍ୟ ଏକ ଘଣ୍ଟା ଧରି ଛିଡ଼ା ହୋଇଛନ୍ତି।

Jagdeep Dhankar TMC MP Suspended MPs Mimicry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe