Advertisment

ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।

Minakhi

Minakhi

Advertisment

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଓଡ଼ିଶାରେ ନିଜର ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରିଛି । କୋରାପୁଟ ଜିଲ୍ଲା କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି । ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଏଆଇସିସି ପକ୍ଷରୁ ଜାରି ହୋଇଛି ।

Advertisment

ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ମିନାକ୍ଷୀ ବାହିନୀପତିଙ୍କୁ ତତ୍କାଳ ପ୍ରଭାବରୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଛନ୍ତି। ଶ୍ରୀମତୀ ବାହିନୀପତି ହେଉଛନ୍ତି ଜୟପୁର ବିଧାୟକ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ।

ଶ୍ରୀମତୀ ବାହିନୀପତିଙ୍କୁ ଗତବର୍ଷ ଜୁନ୍ ମାସରେ କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟାଇ ରାଜ୍ୟ କମିଟିରେ ସ୍ଥାନ ଦିଆଯାଇଥିଲା । ଯାହାକୁ ନେଇ ତାରା ଓ ମିନାକ୍ଷୀଙ୍କ ସମର୍ଥକମାନେ କ୍ଷୁବ୍ଧ ଥିଲେ । ଏବେ ସାଧାରଣ ନିର୍ବାଚନ ପୂର୍ବରୁ ମିନାକ୍ଷୀଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀମତୀ ବାହିନୀପତି କୋରାପୁଟ ମ୍ୟୁନିସପାଲଟି ଅଧ୍ୟକ୍ଷା ଭାବେ ୨ଥର ନିର୍ବାଚିତ ହୋଇଛନ୍ତି । ସେ କୋରାପୁଟ ଜିଲ୍ଲା ସଭାପତି ଭାବେ ୨୦୧୧ରୁ ୨୦୨୩ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ୧୨ବର୍ଷ ଧରି କାର୍ଯ୍ୟ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଗତ ୨୦୨୧ ଜୁନ୍ ମାସରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ଦାୟିତ୍ୱ ମିଳିଥିଲା।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe