Advertisment

ନିର୍ବାଚନ ପୂର୍ବରୁ ବିଜେପିକୁ ଫେରିଲେ ଏହି ଖଣି ମାଲିକ

୧୨ ବର୍ଷ ତଳେ ସିବିଆଇ ଦ୍ୱାରା ଜନାର୍ଦ୍ଦନ ରେଡ୍ଡୀ ଗିରଫ ହୋଇଥିଲେ।

Janardhana Reddy

Janardhana Reddy

Advertisment

କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ଖଣି ସମ୍ରାଟ ଜି ଜନାର୍ଦ୍ଦନ ରେଡ୍ଡୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଛନ୍ତି। ବିଜେପି ସହ ଦୀର୍ଘ ୨୦ ବର୍ଷର ସମ୍ପର୍କକୁଚ୍ଛିନ୍ନ କରି କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ରେଡ୍ଡୀ ନିଜର ନୂଆ ଦଳ ଗଠନ କରିଥିଲେ। ଏହାର ନାଁ କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ(କେଆରପିପି) ରହିଥିଲା। ବେଆଇନ ଖଣି ଖନନ ମାମଲାର ଅଭିଯୁକ୍ତ ଜନାର୍ଦ୍ଦନ ରେଡ୍ଡୀ ଗଙ୍ଗାବତୀରୁ ବିଜୟୀ ହୋଇ ବିଧାୟକ ବି ହୋଇଥିଲେ।

Advertisment

ହେଲେ ଆଜି ଶ୍ରୀ ରେଡ୍ଡୀ ତାଙ୍କ କେଆରପିପିକୁ ବିଜେପିରେ ଲୀନ କରି ଦେଇଛନ୍ତି। ଶ୍ରୀ ରେଡ୍ଡୀଙ୍କ ସମେତ ତାଙ୍କ ପତ୍ନୀ ଅରୁଣା ଲକ୍ଷ୍ମୀ ଓ ପରିବାରର କିଛି ସଦସ୍ୟ ମଧ୍ୟ ପଦ୍ମ ଧରିଛନ୍ତି। ବିଜେପି ଭେଟରାନ ବିଏସ୍‌ ୟେଦ୍ୟୁରପ୍ପା, ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ରେଡ୍ଡୀ ବିଜେପିରେ ମିଶିଛନ୍ତି।

ବିଜେପିରେ ମିଶିବା ପୂର୍ବରୁ ଶ୍ରୀ ରେଡ୍ଡୀ ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତେବେ ଫେବୃଆରୀ ୨୭ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଜନାର୍ଦ୍ଦନ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ।

Advertisment

ବିଜେପିକୁ ଫେରିବା ଘରକୁ ଆସିବା ସହ ସମାନ ବୋଲି ରେଡ୍ଡୀ କହିବା ସହ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରାଇବାକୁ ସେ ନିଜ ଦଳ କେଆରପିପିକୁ ବିଜେପିରେ ଲୀନ କରିଥିବା କଥା କହିଛନ୍ତି।

ସେ କହିଛନ୍ତି, “ଅମିତ ଶାହ ମୋତେ ଦିଲ୍ଲୀ ଡାକିଥିଲେ ଓ ବାହାର ଲୋକସଭା ନିର୍ବାଚନରେ ବିଜେପିକୁ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଥିଲେ। ବାହାରୁ ସମର୍ଥନ ଦେବା ଅପେକ୍ଷା ମୁଁ ବିଜେପିରେ ମିଶି ଦଳ ପାଇଁ କାମ କରିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ। ଯେହେତୁ ମୋର ରାଜନୀତି ଜନ୍ମ ବିଜେପିରୁ ହୋଇଥିଲା, ସେଥିପାଇଁ ମୁଁ ବିଜେପିରେ ମିଶିଛି।

ବିଜୟେନ୍ଦ୍ରଙ୍କ ନେତୃତ୍ୱରେ ମୁଁ ଅନ୍ୟ ନେତାମାନଙ୍କ ଭଳି ଦଳରେ ଜଣେ ସାଧାରଣ କର୍ମୀ ହିସାବରେ କାମ କରିବି। ମୁଁ କୌଣସି ସର୍ତ୍ତ କିମ୍ବା ଆଶା ରଖି ଦଳକୁ ଆସି ନାହିଁ। ଦଳ ମୋତେ ଯାହା ବି ଦାୟିତ୍ୱ ଦେବ, ତାକୁ ମୁଁ ଶତପ୍ରତିଶତ ନିଭାଇବି।

ବିଜେପି ସବୁବେଳେ ମୋ ରକ୍ତରେ ରହିଛି। କିନ୍ତୁ କିଛି କାରଣ ପାଇଁ ମୁଁ ଚାଲି ଯାଇଥିଲି। ହେଲେ ମୁଁ ଅନୁଭବ କଲି ଯେ ମୋତେ ମୋ ମା’ର କୋଳକୁ ଫେରିବାର ଅଛି। ଏଠାରେ ମୋ ଭାଇମାନଙ୍କୁ ଦେଖନ୍ତୁ, ୧୩ ବର୍ଷ ପରେ ମୁଁ ବିଜେପି ଅଫିସକୁ ଆସିଛି ବୋଲି ଆଦୌ ଅନୁଭବ ହେଉ ନାହିଁ।”

୧୨ ବର୍ଷ ତଳେ ସିବିଆଇ ଦ୍ୱାରା ଜନାର୍ଦ୍ଦନ ରେଡ୍ଡୀ ଗିରଫ ହୋଇଥିଲେ। ସେବେଠାରୁ ସେ ରାଜନୀତିରୁ ଦୂରେଇ ରହିଥିଲେ। କିନ୍ତୁ ଗତବର୍ଷ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ ସେ ପୁଣି ସକ୍ରିୟ ହୋଇଥିଲେ। ୨୦୧୮ରେ ସେ କିଛି ସମୟ ପାଇଁ ରାଜନୀତି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ସେ ତାଙ୍କର ବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ବି ସିରାମୁଲୁଙ୍କ ପାଇଁ ପ୍ରଚାର କରିଥିଲେ।

Karnataka Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe