Advertisment

BJD ଟିକେଟ୍‌ ପଛରେ ଖଣି ଲବି! କୈଳାଶଙ୍କ ଅଭିଯୋଗ ପରେ ଚର୍ଚ୍ଚା

କଂଗ୍ରେସରେ ଥିବା ବେଳେ ଲକ୍ଷ୍ମୀପୁରରେ ଥିବା କୋଡିଙ୍ଗାମାଳି ମାଇନ୍ସକୁ ଜୋରଦାର ବିରୋଧ କରିଥିଲେ କୈଳାଶ କୁଲେସିକା। ଆଉ ତାଙ୍କୁ ମ୍ୟାନେଜ କରିବାକୁ ଟିକେଟ ଥୋପ ଦେଇ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା।

Mining

Mining

Advertisment

ଶାସକ ବିଜେଡିରେ କିଏ ହେବେ ପ୍ରାର୍ଥୀ? ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ? ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଅଭିଯୋଗ ପରେ ଗତ ଦୁଇ ଦିନ ହେଲା ସେ ଚର୍ଚ୍ଚା ଲାଗି ରହିଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Advertisment

କଂଗ୍ରେସରେ ଥିବା ବେଳେ ଲକ୍ଷ୍ମୀପୁରରେ ଥିବା କୋଡିଙ୍ଗାମାଳି ମାଇନ୍ସକୁ ଜୋରଦାର ବିରୋଧ କରିଥିଲେ କୈଳାଶ କୁଲେସିକା। ଆଉ ତାଙ୍କୁ ମ୍ୟାନେଜ କରିବାକୁ ଟିକେଟ ଥୋପ ଦେଇ ବିଜେଡି ତାଙ୍କୁ ଦଳରେ ସାମିଲ କରିଥିଲା। ତେଣୁ ବିଧାୟକ ହେବା ପରେ କୁଲେସିକା ପୁଣି ମାଇନ୍ସ ପାଇଁ କଣ୍ଟା ହେବାର ଆଶଙ୍କା କରି ତାଙ୍କ ଟିକେଟ କଟାଯାଇଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଏୟା ମଧ୍ୟ ହେଉଛି ଯେ ସଂପୃକ୍ତ ଖଣି ସଂସ୍ଥାର ଲିଙ୍କ ତୃତୀୟ ମହଲା ସହ ଥିବା ବେଳେ ସ୍ଥାନୀୟ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ ଓ ଦଳ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟାବସାୟିକ ସଂପର୍କ ରହିଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି।

ଲକ୍ଷ୍ମୀପୁର କୋଡ଼ିଙ୍ଗା ମାଳି ମାଇନ୍ସ ସଂସ୍ଥା ହାତରେ ଆଉ ୨ ଖଣି ମଧ୍ୟ ରହିଛି। ପଟାଙ୍ଗୀର ମାଳି ମାଇନ୍ସ ଓ ରାୟଗଡା କାଶୀପୁରର ସିଜିମାଳି ମାଇନ୍ସ। କୁହାଯାଉଛି, ଖାଲି ଲକ୍ଷ୍ମୀପୁର ନୁହେଁ, କୋରାପୁଟ ଲୋକସଭା କ୍ଷେତ୍ରର ଦୁଇ ବିଧାନସଭା ଆସନ ପଟାଙ୍ଗୀ, ରାୟଗଡାରେ ସମାନ ଲବି କାମ କରିଛି। ପଟାଙ୍ଗୀରେ ଏବେ ବିଜେଡି ବିଧାୟକ ଅଛନ୍ତି ପୀତମ ପାଢୀ। ହେଲେ ସେଠି ବିଜେଡି ବିଧାୟକ ଥିବା ସତ୍ତ୍ୱେ ବି ମାଳି ପର୍ବତ ଖନନ ପାଇଁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ପୀତମଙ୍କ ଘର ଖଣି ପ୍ରଭାବିତ ଅଞ୍ଚଳରେ ହୋଇଥିବାରୁ ସ୍ଥାନୀୟ ଅସନ୍ତୋଷକୁ ଏତେଟା ମ୍ୟାନେଜ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ସେ। ସେଥିପାଇଁ ଦଳ ଏଠି ଏଥର ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଟିକେଟ ଦେଇଥିବା କୁହାଯାଉଛି।

Advertisment

ଅନ୍ୟପଟେ ରାୟଗଡ଼ା ବିଧାନସଭା ଆସନ କଥା ଦେଖିଲେ ଏଠି ଅନସୂୟା ମାଝୀଙ୍କୁ ଟିକେଟ ମିଳିବା ପରଠୁ ବିଜେଡିରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ବିଧାନସଭାରେ କାଶୀପୁର ଭୋଟ୍ ସବୁବେଳେ ନିର୍ଣ୍ଣାୟକ ହୋଇଥାଏ। ଆଉ କାଶୀପୁର ଅଞ୍ଚଳରେ ଥିବା ସିଜମାଳି ମାଇନ୍ସରେ ସମାନ ସ୍ଥିତି। ଗ୍ରାମସଭାରେ ଗ୍ରାମବାସୀଙ୍କ ଜୋରଦାର ବିରୋଧ ଯୋଗୁ ଖଣି ଖନନ ଅଟକିଛି। ଏଠି ଏବେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଥିବା ବେଳେ ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା ହେଉଥିଲା। ହେଲେ ସମ୍ଭବ ହୋଇପାରିଲାନି। ତେଣୁ ସୁଧୀର ଦାସଙ୍କ ଗୋଷ୍ଠୀର ଅନସୂୟା ମାଝୀଙ୍କୁ ଦଳ ଟିକେଟ ଦେବାରୁ ତାଙ୍କୁ ବିରୋଧ କରୁଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଗୋଷ୍ଠୀ।

ତେବେ ଏନେଇ ସଂପୃକ୍ତ ଖଣି ସଂସ୍ଥାର ମାଲିକ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଈଶ୍ୱର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଶୁକ୍ରବାର ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ବିଜେପିରେ ମିଶୁ ମିଶୁ ସେ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଆଉ କହିଥିଲେ, ଟିକେଟ ପାଇଁ ୫ କୋଟି ଟଙ୍କାର ଡିଲ୍‌ ହୋଇଛି। କୋରାପୁଟ ଓ ପଟାଙ୍ଗୀରେ ମଧ୍ୟ ସେମିତି ଡିଲ୍‌ ହୋଇଛି। କୋରାପୁଟ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ଡିଲ୍‌ ହୋଇଥିବା କୈଳାଶ କହିଥିଲେ।

Koraput Bjd Koraput Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe