Advertisment

ଗାଡ଼ି ଚେକିଂ ପାଇଁ ଅଟକାଇଲା ପୁଲିସ; ଗର୍ଜନ କଲେ ମନ୍ତ୍ରୀ

ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vehicle checking

Vehicle checking

ନିର୍ବାଚନ ପାଇଁ ସବୁଠି ଚେକିଂ ବ୍ଲକିଂ ଚାଲିଛି। ଏହି କ୍ରମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ପୁଲିସ ଚେକିଂ କରିବାରୁ ରାଗିଗଲେ ମନ୍ତ୍ରୀ। ଚଢ଼ା ଗଳାରେ ଗାଡି ଚେକିଂ କର ବୋଲି ପୁଲିସକୁ କହିଥିଲେ। ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ନିକଟରେ।

Advertisment

ଗତକାଲି ରାତିରେ ତନରଡା ନିକଟରେ ପୁଲିସ ଗାଡି ଚେକିଂ କରୁଥିଲ। ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ସେହି ରାସ୍ତା ଦେଇ ଯାଇଥିଲା। ପୁଲିସ ଗାଡିକୁ ଚେକିଂ ପାଇଁ ଅଟକାଇ ଥିଲା। ହେଲେ ମନ୍ତ୍ରୀ ହଠାତ୍ ଗାଡ଼ିରୁ ଓହ୍ଲାଇ ପଡ଼ି ପୁଲିସକୁ ଚଢ଼ା ଗଳାରେ ଗାଡି ଚେକିଂ କର ବୋଲି କହିଥିଲେ।

ତେବେ ମନ୍ତ୍ରୀଙ୍କ ଗର୍ଜନ ଶୁଣି ପୁଲିସ ଆଉ ଉକ୍ତ ଗାଡ଼ି ଚେକିଂ ନକରି ଛାଡ଼ି ଦେଇଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ଏନେଇ ପୁଲିସ କିମ୍ବା ମନ୍ତ୍ରୀଙ୍କୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗାଡ଼ି ଚେକିଂ ବେଳେ ମନ୍ତ୍ରୀଙ୍କର ଏପରି ଗର୍ଜନ ଚର୍ଚ୍ଚାର ବିଷୟ ପାଲଟିଛି। 

Advertisment
General Election 2024 Ganjam Loksabha Election 2024 Odisha Assembly Election 2024