Advertisment

ଓଡ଼ିଶାରେ ପ୍ରଚାର କରୁଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସେପଟେ କ୍ଷତି ହେଲାଣି ୧୧୪୦ କୋଟି

ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବିଭାଗ ଗୋଟିଏ ହାଉସିଂ ପ୍ରକଳ୍ପରେ ଟାଲୁଟୁଳ ନୀତି ଅବଲମ୍ବନ କରୁଥିବା ମନ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Bhajan Lal Sharma

Bhajan Lal Sharma

Advertisment

ମାତ୍ର ୬ ମାସ ତଳେ ଗଠନ ହୋଇଥିବା ରାଜସ୍ଥାନର ବିଜେପି ସରକାର ପ୍ରଥମ ସଙ୍କଟର ସମ୍ମୁଖୀନ ହୋଇଛି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବେ ଓଡ଼ିଶାର ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ସେ ଏଠାରେ ନିଜ ଦଳ ବିଜେପି ପାଇଁ ପ୍ରଚାର କରୁଛନ୍ତି।

Advertisment

ହେଲେ ସେପେଟ ତାଙ୍କ ସରକାରରେ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ନିଜ ସରକାରଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ବିଭାଗ ଗୋଟିଏ ହାଉସିଂ ପ୍ରକଳ୍ପରେ ଟାଲୁଟୁଳ ନୀତି ଅବଲମ୍ବନ କରୁଥିବା ମନ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ରାଜ୍ୟ ରାଜକୋଷରୁ ୧୧୪୦ କୋଟି ଟଙ୍କା କ୍ଷତି ହେବ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି।

ଓଡ଼ିଶାରେ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ଶର୍ମାଙ୍କୁ ଚିଠି ଲେଖି ବରିଷ୍ଠ ବିଜେପି ନେତା ତଥା ରାଜସ୍ଥାନର କୃଷି ମନ୍ତ୍ରୀ କିରୋଡି ଲାଲ ମୀନା କହିଛନ୍ତି ଯେ ଯେଉଁଭଳି ଭାବେ ଜୟପୁରର ଗାନ୍ଧିନଗର ଠାରେ ପ୍ରକଳ୍ପର ଯୋଜନା କରାଯାଉଛି, ତା’ ଦ୍ୱାରା ରାଜ୍ୟ ସରକାରଙ୍କୁ ୧୧୪୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। 

Advertisment

ମନ୍ତ୍ରୀ ମୀନା ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜିଏଡି ରହିଛି। ବିଭାଗ କ୍ୟାବିନେଟର ବିନା ଅନୁମତିରେ ପ୍ରକଳ୍ପ କାମକୁ ଆଗକୁ ନେବା ପାଇଁ ଚାହୁଁଛି। ତେଣୁ ମୁଖ୍ୟମନ୍ତ୍ରୀ ଶର୍ମା ତୁରନ୍ତ ଏହାକୁ ବନ୍ଦ କରନ୍ତୁ ଓ ଫାଇଲକୁ ଫେରାଇ ଆଣନ୍ତୁ ବୋଲି ସେ କହିଛନ୍ତି।

ଗାନ୍ଧିନଗର ଠାରେ ଥିବା ପୁରୁଣା ଏମଆରଇସି କ୍ୟାମ୍ପସକୁ ଜଏଡି ପକ୍ଷରୁ ପୁନଃବିକଶିକ କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଥିବା ପୁରୁଣା ବିଲଡିଂଗୁଡ଼ିକୁ ଭଙ୍ଗା ଯାଇ ଜିଏଡି ବହୁତଳ ଟାୱାର ତିଆରି କରିବ।

ମନ୍ତ୍ରୀଙ୍କ କହିବା କଥା ୫ ବର୍ଷ ତଳେ ଉକ୍ତ ଅଞ୍ଚଳର ମୂଲ୍ୟ ୨୭୭ କୋଟି ଟଙ୍କା ଥିଲା। ନୂଆ ଆକଳନ ଅନୁଯାୟୀ, ଏହା ମୂଲ୍ୟ ୨୧୮ କୋଟି ଟଙ୍କା ହୋଇଛି। ବଦଳ ଦର ଅନୁସାରେ ଏଠାରେ ବର୍ଗଫୁଟ ପିଛା ଦାମ ୮ ହଜାର ଟଙ୍କା କରାଯାଇଛି। କିନ୍ତୁ ଏହାର ବାସ୍ତବ ମୂଲ୍ୟ ୨୫ ହଜାର ଟଙ୍କା।

ଏହାର ଅର୍ଥ ରାଜ୍ୟ ସରକାର ବର୍ଗଫୁଟ ପିଛା ୧୭ ହଜାର କୋଟି ଟଙ୍କା ହରାଇବେ। ସେହିପରି ପିପି ମୋଡରେ ପ୍ରକଳ୍ପ ନିର୍ମାଣ କରାଯାଉଥିବାରୁ ସରକାର ୩୩% ଫ୍ଲାଟ ବେସରକାରୀ ଲୋକଙ୍କ ଦେବେ।

ଏସବୁକୁ ମିଶାଇ ସରକାରଙ୍କୁ ପ୍ରାୟ ୧୧୪୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। କ୍ୟାବିନେଟ କିମ୍ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ ଫାଇଲକୁ ସବୁଜ ସଙ୍କେତ ମିଳିନି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଫାଇଲକୁ ଫେରାଇ ଆଣନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Rajasthan Bhajan Lal Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe