Advertisment

୨୦ ମାସ: ସତ ମନ୍ତ୍ରୀ, କିନ୍ତୁ ମିଛ ବିଭାଗ

୨୦ ମାସ ହେଲା ଏପରି ଏକ ଅସ୍ଥିତ୍ୱ ନଥିବା ବିଭାଗରେ କୌଣସି କର୍ମଚାରୀ ନଥିଲେ। ଏହି ବିଭାଗର ଏକମାତ୍ର ସଦସ୍ୟ ତଥା ମନ୍ତ୍ରୀ ଥିଲେ କୁଲଦୀପ।

Mann

Mann

Advertisment

ଦୀର୍ଘ ୨୦ ମାସ ହେଲା ଆପ୍‌ ପଞ୍ଜାବରେ ଶାସନ କରୁଛି। ବରିଷ୍ଠ ନେତା କୁଲଦୀପ ସିଂହ ଧାଲିୱାଲ ମଧ୍ୟ ୨୦ ମାସ ହେଲା ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କିନ୍ତୁ ସେ ନେତୃତ୍ୱ ନେଉଥିବା ପ୍ରଶାସନିକ ସଂସ୍କାର ବିଭାଗ ମିଛ। ଏହାର ଅର୍ଥ କୁଲଦୀପ ସିଂହ ନେତୃତ୍ୱ ନେଉଥିବା ବିଭାଗ ସରକାରୀ କାଗଜ ପତ୍ରରେ ହିଁ ନାହିଁ। ଏହା ଏକ ଭୂତ ବା ମିଛ ବିଭାଗ ଥିଲା। ହେଲେ ଏହି ଭୂତ ବିଭାଗକୁ ୨୦ ମାସ ହେଲା ଚଳାଇ ନିଜକୁ ଜଣେ ମନ୍ତ୍ରୀ ଭାବେ ପରିଚୟ ଦେଇଥିବା କୁଲଦୀପ ଏବେ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ମାସ ହେଲା ଏପରି ଏକ ଅସ୍ଥିତ୍ୱ ନଥିବା ବିଭାଗରେ କୌଣସି କର୍ମଚାରୀ ନଥିଲେ। ଏହି ବିଭାଗର ଏକମାତ୍ର ସଦସ୍ୟ ତଥା ମନ୍ତ୍ରୀ ଥିଲେ କୁଲଦୀପ। ଏବେ ଏହି ଅସ୍ଥିତ୍ୱହୀନ ତଥାକଥିତ ସରକାରୀ ବିଭାଗକୁ ପଞ୍ଜାବ ସରକାର ବାତିଲ କରି ଦେଇଛନ୍ତି। ଭଗବନ୍ତ ସିଂହ ମାନଙ୍କ ନେତୃତ୍ୱାଧୀନ ଆପ୍‌ର ପଞ୍ଜାବ ସରକାର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଛି। ଏକାଥରେ ୨୧ ଜଣ ଆଇପିଏସଙ୍କୁ ବଦଳି କରାଯାଇଛି। ଏହିକ୍ରମରେ ବିଭାଗକୁ ମଧ୍ୟ ବାତିଲ କରାଯାଇଛି।

ଶୁକ୍ରବାର ପଞ୍ଜାବର ମୁଖ୍ୟ ଶାସନ ସଚିବ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଶାସନିକ ସଂସ୍କାର ବିଭାଗକୁ ମୁଖ୍ୟମନ୍ତ୍ରୀ ମାନଙ୍କ ପରାମର୍ଶକ୍ରମେ ରଦ୍ଦ କରିଦିଆଯାଇଛି। ବିଭାଗର ଦାୟିତ୍ୱ କୁଲଦୀପ ସିଂହ ଧାଲିୱାଲଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦିଆଯାଇଥିଲା। କିନ୍ତୁ ଆଜିକା ତାରିଖରେ ଉକ୍ତ ବିଭାଗର ଅସ୍ଥିତ୍ୱ ଆଉ ନାହିଁ। କୁଲଦୀପ ପ୍ରଶାସନିକ ସଂସ୍କାର ସହ ଏନଆରଆଇ ବ୍ୟାପର ବିଭାଗର ମନ୍ତ୍ରୀ ଥିଲେ। ଏବେ ପ୍ରଶାସନିକ ସଂସ୍କାର ବିଭାଗ ରଦ୍ଦ ହୋଇଥିଲେ ହେଁ କୁଲଦୀପ ସିଂହ ପୂର୍ବଭଳି ଏନଆରଆଇ ବ୍ୟାପର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Advertisment

କୁଲଦୀପଙ୍କୁ ମୁଖିଆ କରାଯାଇଥିବା ବିଭାଗ ବାସ୍ତବରେ ନଥିବା ଜାଣିବା ପରେ ଆପ୍‌ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛି। ଶେଷଥର ପାଇଁ ୨୦୨୪ ସେପ୍ଟେମ୍ବର ମାସରେ ମାନ ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଥିଲେ। ଏହି ସମୟରେ ୫ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା ଓ ୪ ଜଣଙ୍କୁ କ୍ୟାବିନେଟରୁ ବାଦ ଦିଆଯାଇଥିଲା। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀ ରହିଛନ୍ତି।

ଅନ୍ୟପକ୍ଷରେ ଅସ୍ଥିତ୍ୱ ନଥିବା ବିଭାଗର ମନ୍ତ୍ରୀ ହେବା ପ୍ରସଙ୍ଗକୁ ବିରୋଧୀ ବିଜେପି କଟାକ୍ଷ କରିଛି। ଏହାକୁ ଦଳ ‘କେଜ୍ରିୱାଲ ମଡେଲ’ କହି ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ମାନଙ୍କୁ ତାଚ୍ଛଲ୍ୟ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା କହିଛନ୍ତି, “ପଞ୍ଜାବରେ ପ୍ରଶାସନିକ ସଂସ୍କାର ମନ୍ତ୍ରୀ ଥିଲେ। କିନ୍ତୁ ପ୍ରଶାସିନକ ସଂସ୍କାର ବିଭାଗ ନଥିଲା। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ପ୍ରଶାସନିକ ସଂସ୍କାର ବିଭାଗକୁ ହଟାଇବା ଯାଏ ଏ ସମ୍ପର୍କରେ ଆଦୌ ଜାଣି ନଥିଲେ। ଏହା କେଜ୍ରିୱାଲ ମଡେଲ।”

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କେଜ୍ରିୱାଲଙ୍କୁ ମାୟାବୀ କହିବା ସହ ନିଶ୍ଚିତ ଭାବେ ସେ ସର୍ବସାଧାରଣ ଜୀବନରୁ ଉଭାନ ହୋଇଯିବେ ବୋଲି କହିଛନ୍ତି। ଦିଲ୍ଲୀ ରିମୋଟ ଦ୍ୱାରା ପଞ୍ଜାବ ପରିଚାଳିତ ହେଉଥିବାରୁ ଏପରି ଘଟଣା ଘଟିଥିବା ଅକାଳୀ ଦଳର ନେତ୍ରୀ ହର୍ସିମରତ କୌର ମତ ରଖିଛନ୍ତି।

Punjab Politics Punjab AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe