Advertisment

‘ମୁସଲିମଙ୍କୁ ସମ୍ପତ୍ତି ବାଣ୍ଟି ଦେବ କଂଗ୍ରେସ’: ମୋଦିଙ୍କ କଥାକୁ ଦୋହରାଇଲେ କେନ୍ଦ୍ରମନ୍ତ୍ରୀ

ସେ ଆହୁରି କହିଛନ୍ତି, ଯେତେବେଳେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗୋଟିଏ ଆଇନ ଥିଲା ଯେ ୫୫% ସମ୍ପତ୍ତି ସରକାରଙ୍କ ଖାତକୁ ଯିବ। କିନ୍ତୁ ସେ ଉକ୍ତ ଆଇନକୁ ଉଚ୍ଛେଦ କରିଥିଲେ ଓ ତାଙ୍କ ସମ୍ପତ୍ତିକୁ ସୁରକ୍ଷିତ କରିଥିଲେ।

BJP

BJP

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ନେଇ ଯେଉଁ ଦାବି କରିଥିଲେ, ଆଜି ତାକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ମୋଦିଙ୍କ ଭଳି ସେ ମଧ୍ୟ କଂଗ୍ରେସ ନିର୍ବାଚନ ଜିତିବା ପରେ ଦେଶର ସମ୍ପତ୍ତିକୁ ମୁସଲିମମାନଙ୍କ ମଧ୍ୟରେ ବାଣ୍ଟି ଦେବ ବୋଲି ସେ ଦାବି କରିଛନ୍ତି। ଏଥିସହ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ବିଦେଶୀ ତତ୍ତ୍ୱଙ୍କ ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ହିମାଚଳ ପ୍ରଦେଶର ହମିରପୁର ଠାରେ ଆୟୋଜିତ ରାଲିରେ ଅନୁରାଗ ଠାକୁର କହିଛନ୍ତ, “କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସର ହାତ ସହ ବିଦେଶୀ ଫୋର୍ସର ହାତ ରହିଥିବା ସ୍ପଷ୍ଟ ଦେଖା ଯାଉଛି। ସେମାନେ ଆପଣମାନଙ୍କର ପିଲାଙ୍କ ସମ୍ପତ୍ତି ମୁସଲମମାନଙ୍କୁ ଦେବାକୁ ଚାହୁଁଛନ୍ତି। ଦେଶର ଆଣବିକ ଅସ୍ତ୍ରଶସ୍ତ୍ରକୁ ଶେଷ କରିବା ଓ ଦେଶକୁ ଜାତିବାଦ ଓ ଧର୍ମ ଆଧାରରେ ଭାଗଭାଗ କରିବା ହେଉଛି ସେମାନଙ୍କର ଲକ୍ଷ୍ୟ।

ଟୁକଡେ ଟୁକଡେ ଗ୍ୟାଙ୍ଗ କଂଗ୍ରେସ ଚାରି ପାଖରେ ରହିଛନ୍ତି ଓ ସେମାନଙ୍କ ଚିନ୍ତାଧାରାକୁ ହ୍ୟାଇଜ୍ୟାକ କରି ନେଇଛନ୍ତି। ପିଲାମାନଙ୍କ ସମ୍ପତ୍ତି ସେମାନଙ୍କ ପାଖରେ ରହିବ ନା ଏହା ମୁସଲିମମାନଙ୍କ ପାଖକୁ ଯିବ, ସେକଥା ଏବେ ଆପଣମାନେ ଚିନ୍ତା କରନ୍ତୁ। ଆମେ ମୁସଲମାନଙ୍କୁ ସମସ୍ତ ଅଧିକାର ଓ ସମନତା ଦେଇଛୁ। କିନ୍ତୁ ଆମେ ଧର୍ମ ଆଧାରରେ କିଛି ଦେଇ ନାହୁଁ। ସେମାନଙ୍କର ଅଧିକାର ଥିବାରୁ ଆମେ ସେମାନଙ୍କୁ ଯାହା ଆବଶ୍ୟକ ଦେଇଛୁ।”

Advertisment

ସେ ଆହୁରି କହିଛନ୍ତି, ଯେତେବେଳେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗୋଟିଏ ଆଇନ ଥିଲା ଯେ ୫୫% ସମ୍ପତ୍ତି ସରକାରଙ୍କ ଖାତକୁ ଯିବ। କିନ୍ତୁ ସେ ଉକ୍ତ ଆଇନକୁ ଉଚ୍ଛେଦ କରିଥିଲେ ଓ ତାଙ୍କ ସମ୍ପତ୍ତିକୁ ସୁରକ୍ଷିତ କରିଥିଲେ। ଏବେ ରାହୁଲ ଗାନ୍ଧି ବାହା ହୋଇନାହାନ୍ତି। ତେଣୁ ସେ ଆମ ପିଲାମାନଙ୍କ ସମ୍ପତ୍ତି ନେଇ ଯିବାକୁ ଚାହୁଁଛନ୍ତି। ଗାନ୍ଧି ପରିବାର ସେମାନଙ୍କୁ ସୁହାଇଲା ଭଳି ସବୁ କାମ କାମ କରନ୍ତି ବୋଲି ଠାକୁର ଦାବି କରିଛନ୍ତି। 

ରାଜସ୍ଥାନର ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଂଗ୍ରେସ ମୁସଲିମ ଓ ଅନୁପ୍ରବେଶକାରୀଙ୍କୁ ଲୋକଙ୍କ ସମ୍ପତ୍ତି ଦେଇ ଦେବାକୁ ଚାହୁଁଥିବା ଅଭିଯୋଗ କରିଥିଲେ। ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ବିଜେପିକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Anurag Thakur PM Modi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe